ମୋର ସମସ୍ତ ପରିବାର ବାଧ୍ୟ କରୁଛନ୍ତି ସେକେଣ୍ଡ ମ୍ୟାରେଜ ପାଇଁ ..କେତେ ଦିନ ପାଇଁ ଜଣଙ୍କୁ… ? ନିଜ ଦ୍ଵିତୀୟ ବିବାହକୁ ନେଇ କଣ କହିଲେ Bidyashree…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ଲୋକପ୍ରିୟ ସମାଜସେବୀ ଆଦିତ୍ୟ ଦାସଙ୍କୁ ନିଶ୍ଚୟ ଜାଣିଥିବେ । ଗତ କିଛି ବର୍ଷ ତଳେ ଆଦିତ୍ୟଙ୍କର ଅକାଳ ବିୟୋଗ ଘଟିଥିଲା ଆଉ ଏହାକୁ ସମସ୍ତେ ହତ୍ୟା ବୋଲି କହୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାର କୌଣସି ସଠିକ ସମାଧାନ ହୋଇପାରି ନାହିଁ । ହେଲେ ସେତେବେଳେ ଆଦିତ୍ୟଙ୍କ ହତ୍ୟା ପାଇଁ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଦାୟୀ କରାଯାଉଥିଲା ।

ସ୍ଵାମୀଙ୍କୁ ହରାଇବା ପରେ ବିଦ୍ୟାଶ୍ରୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି କିଛି ଏପରି କଥା କହିଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବିଦ୍ୟାଶ୍ରୀ ଗଣମାଧ୍ୟମ ସାମ୍ନାକୁ ଆସି ହସି ହସି କହିଛନ୍ତି-‘ଏବେ ସବୁ ପ୍ରକାରର ପ୍ରଶ୍ନ ଉଠୁଛି ଦ୍ଵିତୀୟ ବିବାହକୁ ନେଇକି ।

ନିଶ୍ଚିନ୍ତ ଯେଉଁ ମାନେ ମୋର ଶୁଭ ଚିନ୍ତକ ଅଛନ୍ତି ଯେଉଁ ମାନେ ମୋତେ ସପୋର୍ଟ କରୁଛନ୍ତି ମୋର ସମ୍ପର୍କୀୟ ବି ହୁଅନ୍ତୁ ସବୁବେଳେ ସେମାନେ ମୋର ଦ୍ଵିତୀୟ ବିବାହ ପାଇଁ ବହୁତ ବୁଝଉ ଛନ୍ତି । ଦେଖନ୍ତୁ ଆମେ ଗୋଟେ ମଣିଷକୁ କେତେ ଦିନ ପର୍ଯ୍ୟନ୍ତ ଭଲ ପାଉ ଯେତେ ଦିନ ପର୍ଯ୍ୟନ୍ତ ସେ ଆମ ସହ ଫିଜିକାଲି ଥାଏ । ଆମେ ତାକୁ କେୟାର କରିଲେ ବଦଳରେ ସେ ଆମକୁ କେୟାର କରିଥାଏ ସେଥିପାଇଁ ଭଲ ପାଉ ।

ଆଇ ଲଭ ୟୁ କହିଲେ ବଦଳରେ ଆଇ ଲଭ ୟୁ ରିଟର୍ନ ବ୍ୟାକରେ ଶୁଣିବାକୁ ପାଉ ସେଥିପାଇଁ ଭଲ ପାଉ । କଣ ଯେତେଦିନ ପର୍ଯ୍ୟନ୍ତ ଲୋକଟି ଅଛି ଆମେ ସେତିକି ଦିନ ପର୍ଯ୍ୟନ୍ତ ତାକୁ ଭଲ ପାଇବା ଆଉ ଲୋକଟି ଚାଲି ଗଲା ପରେ ଆମେ ସେଇଠୁ ଆଗକୁ ବଢିବା । ଆଗକୁ ବଢିବା ଉଚିତ ତେଣୁ ମୁଁ କରୁଛି ତା ମାନେ ନୁହେଁ ସମସ୍ତେ କରନ୍ତୁ । ମୋର ଭଲ ପାଇବା ଡେଡିକେସନ ସେତିକି ତାଙ୍କ ସହ ଜଡିତ ଥିଲା ଯେ ମୁଁ ସେହି ଜାଗରେ ତାଙ୍କ ଛଡା ଆଉ କେବେ କାହାକୁ ରଖିପାରିବି ନାହିଁ । ସେ ମୋ ସହ ଯେତିକି ଦିନ ଥିଲେ ଆଜି ବି ମୁଁ ଅନୁଭବ କରୁନି ସେ ମୋ ସହ ନାହାନ୍ତି ବୋଲି ।

ତାଙ୍କ ଶରୀର ନଷ୍ଟ ହୋଇଯାଇଛି ହେଲେ ତାଙ୍କ ଆତ୍ମା ନୁହେଁ । ମୁଁ ଏବେ ବି ଯାହା କରେ ଭାବେ ତାଙ୍କ ପାଇଁ ହିଁ କରୁଛି । ମୁଁ ତାଙ୍କ ଜୀବନର ପ୍ରଥମ ପ୍ରେମ ନଥିଲି ହେଲେ ମୁଁ ଶେଷ ପ୍ରେମ ଥିଲି ତେଣୁ ତାଙ୍କୁ କାହିଁକି ମୋ ଜୀବନର ଶେଷ ପ୍ରେମ କରି ନ ରଖିବି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବିଦ୍ୟାଶ୍ରୀ ନିଜର ମନ୍ତବ୍ୟ ରଖିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *