କେଉଁ ମୁଖ୍ୟମନ୍ତ୍ରୀ କେତେ ପାଠୁଆ…? କିଏ ସବୁଠୁ ଅଧିକ Qualified ? Naveen Patnaik ତ…

ବନ୍ଧୁଗଣ ଆମ ଦେଶରେ ବଡ ବଡ ଡିଗ୍ରୀ ଧରିକି ମଧ୍ୟ ବେକାର ହୋଇ ବୁଲୁଛନ୍ତି ସାଧାରଣ ଜନତା । ହେଲେ କମ ପାଠ ପଢି ଶାସନ କରୁଛନ୍ତି ରାଜନେତା । ଜଣେ ଜନ ପ୍ରତିନିଧିର ଶିକ୍ଷାଗତ ଯୋଗ୍ୟତା ଦେଖା ଯାଏ ନାହିଁ । କିନ୍ତୁ ଦେଶରେ ଅନେକ ପାଠୁଆ ନେତା ବି ଅଛନ୍ତି । ଆପଣ ଜାଣିଛନ୍ତି କି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେତେ ପାଠୁଆ ବା ତାଙ୍କ ଶିକ୍ଷାଗତ ଯୋଗ୍ୟତା କଣ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ଆଉ ଏହି ଖବର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କମର୍ଷରେ ଗ୍ରାଜୁଏସନ କରିଛନ୍ତି । ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ବିଏ ଗ୍ରାଜୁଏଟ ଅଟନ୍ତି । ସେହି ପରି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା ପିଏଚଡି କରିଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଏସସି ଗ୍ରାଜୁଏଟ ଅଟନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପିଜି ବା ସ୍ନାତକୋତ୍ତର କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଇଆଇଟି ଖଡକପୁରରୁ ବି.ଟେକ କରିଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ବିଏଏମଏସ କରିଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏମଏସସି. ପିଏଚଡି କରିଛନ୍ତି । ହରିୟଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗ୍ରାଜୁଏଟ ଅଟନ୍ତି ।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗ୍ରାଜୁଏଟ ଅଟନ୍ତି । ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ଦ ସୋରେନ୍ ଦ୍ଵାଦଶ ପାସ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଗ୍ରାଜୁଏଟ ଅଟନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଦ୍ଵାଦଶ ପାସ କରିଛନ୍ତି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏମ.ଏ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦ୍ଵାଦଶ ପାସ କରିଛନ୍ତି ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ଗ୍ରାଜୁଏଟ ଅଟନ୍ତି । ମେଘାଳୟ ମୁଖ୍ୟମନ୍ତ୍ରୀ ସି.ସାଙ୍ଗମା ଏମବିଏ କରିଛନ୍ତି । ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ବିଏ ଗ୍ରାଜୁଏଟ ଅଟନ୍ତି । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ରିଫ୍ୟୁ ରିଓ ମଧ୍ୟ ଗ୍ରାଜୁଏଟ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କେବଳ ଦ୍ଵାଦଶ ପାସ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏମ.ଏ କରିଛନ୍ତି ।


ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ବି.ଏ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ବି.ଏ କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବି.ଏ କରିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଏସସି ଗ୍ରାଜୁଏଟ ଅଟନ୍ତି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମ.ଏ କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ୟୁନିଭର୍ସିଟି ରୁ ବିଏ ଗ୍ରାଜୁଏଟ ଅଟନ୍ତି ।

Leave a Reply

Your email address will not be published. Required fields are marked *