2 ଦିନ ତଳେ ଛାତ ଉପରେ ଯେଉଁଠି ଭାଇ ଚାଲି ଯାଇଥିଲା, ଆଜି ସେଇ ଜାଗାରେ ଭଉଣୀ ବି ଚାଲିଗଲା…ହେଲେ କିପରି ? କିଏ ଅଛି ସେଇ ଛାତରେ ?

ବନ୍ଧୁଗଣ, କଥାରେ ଅଛି “ଭାଇ ଭଉଣୀ କହ କାହାଣୀ” । ଭାଇ ଭଉଣୀ ଗୋଟିଏ ଜୀବନ ଯଦି କିଛି ହଜି ଯାଇଥାଏ ଭାଇ ଖୋଜି ଆଣିଦିଏ, ଭାଙ୍ଗିଯାଇଥିଲେ ଭାଇ ଗଢି ଆଣିଦିଏ । ସେଥିପାଇଁ ଭାଇ ଭଉଣୀ ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଦୁଇଦିନ ତଳେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଙ୍କ ମୃ-ତ୍ୟୁ ହୋଇଥିଲା । ସେ ପରୀକ୍ଷା ଦେଇ ଆସିଥିଲା ମାତ୍ର ଘରର ଛାତ ଉପରେ ଜୀବନ ଚାଲିଗଲା ।

ଆଉ ସେ ଘଟଣାକୁ ଦୁଇ ଦିନ ପୁରିନି ଆଜି ତାଙ୍କ ଭଉଣୀ ଙ୍କ ଜୀବନ ଚାଲିଗଲା ତାହା ପୁଣି ସେହି ଛାତ ଉପରେ । ତେବେ ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ । କେଉଁ କାରଣକୁ ନେଇ ଭାଇ ଭଉଣୀ ଙ୍କ ମୃ-ତ୍ୟୁ ହେଲା ତାହା ମଧ୍ୟ କେହି ଜାଣିପାରୁନାହାଁନ୍ତି । ଏହା ଭିତରେ ଦୁଇ ଭାଇ ଭଉଣୀ ଙ୍କ ମୃ-ତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଗାଁ ଲୋକଙ୍କ ଓଠରୁ ହସ ଛଡାଇ ନେଇଛି ଆଉ ସମସ୍ତଙ୍କ ଆଖିରୁ ଅନବରତ ଲୁହ ଝରିବାରେ ଲାଗିଛି ।

ଯେତେ ରାଣନିୟମ ଦେଇ ଏହି ଲୁହକୁ ଅଟକାଇବାକୁ ଚେଷ୍ଟା କରିଲେ ମଧ୍ୟ ଏହା ଆଉ ଶୁଖୁନାହିଁ । ବାପା ମା’ ଙ୍କ କଥା ନ କହିବା ହିଁ ଭଲ ତାଙ୍କ କଲିଜା ନ ରହିଲା ଭଳି ଲାଗୁଛି । ଏହି ଘଟଣା ଟି ହେଉଛି ଜୟପୁର ପାରାବେଡା କଥା । ତେବେ ପାରାବେଡାର ମହାବୀର ଲାଇନ ର ଗଦାଧର ନାୟକଙ୍କର ପୁଅ ଶିବାଶିଷ ନାୟକ ସପ୍ତମ ଶ୍ରେଣୀରେ ପଢୁଥିଲେ । ହଠାତ ତାଙ୍କର ମୃ-ତ୍ୟୁ ହୋଇଗଲା ।

ଆଉ ତାଙ୍କ ମୃ-ତ୍ୟୁ କୁ ଦୁଇଦିନ ପୁରିନାହିଁ ଆଜି ତାଙ୍କ ବଡ ଝିଅ ଙ୍କର ମୃ-ତ୍ୟୁ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ଜୟପୁର ଟାଉନ ଥାନା ପୋଲିସ ପହଞ୍ଚି ସବ ବ୍ୟବଛେଦ ପାଇଁ ପଠାଇଛି । ବର୍ତ୍ତମାନ ପୋଲିସ ତରଫରୁ ତଦନ୍ତ ଜାରି ରହିଛି । ଆଉ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ତାହା ସ୍ପଷ୍ଟ ହେବ ।

ମାତ୍ର ପରିବାରରେ ଶୋକର ଛାୟା ଖେଳିବା ସହିତ ଗ୍ରାମବାସୀ ମଧ୍ୟ ମର୍ମହାତ ହୋଇପଡିଛନ୍ତି । ହଠାତ ଏଭଳି ଗୋଟିଏ ପରିବାରରେ ଦୁଇ ଦୁଇଟି ଜୀବନ ଚାଲିଯିବା ବହୁତ ଦୁଃଖର ବିଷୟ ଅଟେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *