ରୋଗିଣା ପିଲାକୁ ଧରି ଅପେକ୍ଷା କରିଥିଲେ ଜଣେ ମା’, ମୁଖ୍ୟମନ୍ତ୍ରୀଙ୍କ ନଜର ପଡିବା ପରେ ଯାହା କଲେ ଦେଖି ପୁରା ଦେଶ କରୁଛି ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆନ୍ଦ୍ରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଙ୍କର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଜାଣିବା ମାତ୍ରେ ଆପଣ ତାଙ୍କର କର୍ତ୍ତବ୍ୟ କରିବାର କ୍ଷମତା କୁ ବୁଝି ପାରିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ ଗୁହାରି ଜଣାଇବା ନିମନ୍ତେ ରାଜ୍ୟବାସୀ ଅପେକ୍ଷା କରିଥିବେ । ମାତ୍ର ଅଣଦେଖା କରି ମୁଖ୍ୟମନ୍ତ୍ରୀ ବାଟ ଭାଙ୍ଗି ଚାଲିଯିବେ । ତାହା ବୋଧ ହୁଏ ସମ୍ଭବ ନୁହେଁ ।

ତେବେ ଲୋକଙ୍କ ଗହଳି ଭିତରୁ ଆନ୍ଦ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି ସ୍ପଷ୍ଟ ଭାବରେ ବୁଝି ପାରନ୍ତି ଯେ କେହି ଜଣେ ତାଙ୍କୁ ଅପେକ୍ଷା କରିଛନ୍ତି । ରୋଗିଣା ଛୁଆକୁ ଧରି ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ଜଣେ ମା’ । ଅଚାନକ ମୁଖ୍ୟମନ୍ତ୍ରୀ ଙ୍କ ନଜର ତାଙ୍କ ଉପରେ ପଡିଲା ।

ଲୋକଙ୍କ ଗହଳୀ ଭିତରୁ ମା’ ଙ୍କୁ ଡାକି ଦୀର୍ଘ ୨୦ ମିନିଟ ଧରି ମା’ ଙ୍କ ସହିତ ଆଲୋଚନା କରିଲେ । ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜଗନ ମୋହନ ରେଡି ତିରୁପତି ଆସିଥିଲେ । ଠିକ ଏହି ସମୟରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଗୁହାରି ଜଣାଇବା ପାଇଁ ରୋଗିଣା ପୁଅକୁ ଧରି ମହିଳା ଜଣଙ୍କ ଛିଡା ହୋଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା କର୍ମୀ ମହିଳା ଙ୍କୁ ବାରଣ କରିଥିଲେ ତଥାପି ଭେଟିବା ନିମନ୍ତେ ସୁଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଗାଡିରୁ ତଳକୁ ଆସିଥିଲେ ଏବଂ ତାଙ୍କର ସମସ୍ତ ଗୁହାରି ଶୁଣିଥିଲେ ମହିଳା ଙ୍କ ସମସ୍ତ କଥା ଶୁଣିବା ପାଇଁ ଜିଲ୍ଲା ପାଳଙ୍କୁ ନିର୍ଦ୍ଧେଶ ଦେବା ସହିତ ମୁଖ୍ୟମନ୍ତ୍ରୀ ନିଜର ଭିଜିଟିଙ୍ଗ କାର୍ଡ ତାଙ୍କୁ ଦେଇଥିଲେ । କିଛି ଅସୁବିଧା ହେଲେ ତାଙ୍କୁ ଯୋଗାଯୋଗ କରିବାକୁ ମଧ୍ୟ କହିଥିଲେ । କେବଳ ଏହି ମହିଳା ଙ୍କ କଥା ନୁହେଁ ମୁଖ୍ୟମନ୍ତ୍ରୀ ଙ୍କ ଯିବାବାଟରେ ଅପେକ୍ଷା କରିଥିବା ଅସହାୟ ମଣିଷ ଙ୍କୁ ମୁଖ୍ୟମନ୍ତ୍ରୀ କେବେ ମଧ୍ୟ ଅଣଦେଖା କରନ୍ତି ନାହିଁ ।

ଜଗନ ମୋହନ ଙ୍କ ଏଭଳି କାର୍ଯ୍ୟ ନିମନ୍ତେ କେବଳ ଆନ୍ଦ୍ରପ୍ରଦେଶ ନୁହେଁ ସାରା ଭାରତରେ ତାଙ୍କର ପ୍ରଶଂସା କରାଯାଉଅଛି । ତେବେ ଏହିଭଳି ମୁଖ୍ୟମନ୍ତ୍ରୀ ପ୍ରତ୍ୟକ ରାଜ୍ୟ ରେ ନିହାତି ଭାବରେ ହେବା ଆବଶ୍ୟକ । ଯିଏ କି ଜନତା ଙ୍କ ପାଖକୁ ଯାଇ ତାଙ୍କ ଦୁଃଖ କୁ ଭଲ ଭାବରେ ବୁଝି ପାରିଥାନ୍ତି । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *