ଭାଗ୍ୟଶାଳୀ ଲୋକମାନଙ୍କ ହାତରେ ହୋଇଥାଏ ବିଷ୍ଣୁ ରେଖା, ଯଦି ଆପଣଙ୍କର ଅଛି ତେବେ ଜାଣନ୍ତୁ ଏହାର ଲାଭ

ସମୁଦ୍ର ଶାସ୍ତ୍ର ଅନୁସାରେ ହାତର ରେଖା ଗୋଟିଏ ବ୍ୟକ୍ତି ବିଷୟରେ ବହୁତ କିଛି କହିଥାଏ । କହିବାକୁ ଗଲେ ହାତରେଖା ଦ୍ଵାରା ପ୍ରସ୍ତୁତ ହେଉଥିବା ସମସ୍ତ ଚିହ୍ନର କିଛି ଖାସ ମହତ୍ଵ ଥାଏ । କେତେକ ଚିହ୍ନ ଆପଣଙ୍କୁ ବହୁତ ଭାଗ୍ୟଶାଳୀ କରିଦେବ ତ ଅନ୍ୟ କେତେକ ଚିହ୍ନ ଦୁର୍ଭାଗ୍ୟର ପ୍ରତୀକ ହୋଇଥାଏ । ଆମର ହାତରେ ଏମିତି ବହୁତ ରେଖା ଅଛି ଯାହା ଆମ ପାଇଁ ବହୁତ ମହତ୍ଵପୂର୍ଣ ହୋଇଥାଏ । ହାତ ଛଡା ଆପଣଙ୍କ ଆଙ୍ଗୁଠିରେ ବି କିଛି ଏମିତି ରେଖା ଥାଏ ଯାହା ଆପଣଙ୍କ ଆଙ୍ଗୁଠିର ରଚନା ଉପରେ ନିର୍ଭର କରିଥାଏ ।

ହସ୍ତରେଖା ବିଶେଷଜ୍ଞମାନଙ୍କ କଥା ମାନିବେ ତ ବ୍ୟକ୍ତିର ଭବିଷ୍ୟ ତାହାର ହାତ ଓ ହାତର ଆଙ୍ଗୁଠି ଉପରେ ନିର୍ଭର କରିଥାଏ । କହିବାକୁ ଗଲେ ସମସ୍ତ ବ୍ୟକ୍ତିର ହସ୍ତରେଖା ଭିନ୍ନ ଭିନ୍ନ ହୋଇଥାଏ । ଆପଣଙ୍କୁ କହିଦେଉଛୁ କି ଯଦି ଆପଣଙ୍କ ହାତ ଉପରେ ଶଙ୍ଖ, ଚକ୍ର, ତ୍ରିଶୂଳ ଓ ପଦ୍ମ ଇତ୍ୟାଦି ଚିହ୍ନ ଅଛି ତେବେ ଆପଣଙ୍କ ଠାରୁ ଅଧିକ ଭାଗ୍ୟଶାଳୀ ଆଉ କେହି ବି ନାହାନ୍ତି ।

ଏହା ଛଡା ଏହା ବି କୁହନ୍ତି କି ଏହିଭଳି ଚିହ୍ନ ଥିବା ବ୍ୟକ୍ତିମାନେ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରନ୍ତି ଓ ଏମାନଙ୍କୁ ନିଜ ଜୀବନରେ ଅଧିକ ପରିଶ୍ରମ ବି କରିବାକୁ ପଡେ ନାହିଁ । ସେମାନଙ୍କ ସମସ୍ତ କାମ ବହୁତ ସହଜରେ ହୋଇଯାଏ । ଏହିଭଳି ଲୋକମାନେ ଅନ୍ୟ ଲୋକମାନଙ୍କ ଠାରୁ ବିଲକୁଲ ଅଲଗା ହୋଇଥାନ୍ତି । କିନ୍ତୁ ଏମାନଙ୍କ ଜୀବନ ବହୁତ ସଂଘର୍ଷପୂର୍ଣ ବି ହୋଇଥାଏ ।

କହିବାକୁ ଗଲେ କେତେକ ଲୋକମାନଙ୍କ ହାତରେ ବିଶେଷ ଚିହ୍ନ ହୋଇଥାଏ । ଯେମିତି ଶଙ୍ଖ, ତ୍ରିଶୂଳ, ପଦ୍ମ ଇତ୍ୟାଦି ଚିହ୍ନ ଅଟେ । ଯାହାକି ବହୁତ ହିଁ ଶୁଭ ଅଟେ । ଏହିଭଳି ଲୋକମାନଙ୍କୁ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ । କହିବାକୁ ଗାଲେ ଆଜି ଆମେ ଯେଉଁ ଚିହ୍ନ ବିଷୟରେ କଥାବାର୍ତ୍ତା କରୁଛୁ ତାହା ବହୁତ କମ ହାତରେ ହୋଇଥାଏ ଓ ବହୁତ କମ ଲୋକମାନେ ଏହା ବିଷୟରେ ଜାଣିଥାନ୍ତି । ଏହା ଅଟେ ବିଷ୍ଣୁ ଚିହ୍ନ ଯାହା ବହୁତ କମ ଲୋକମାନଙ୍କ ହାତରେ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଚିହ୍ନ ବିଷୟରେ ।

ଆମର ହାତ ଉପରେ ଥିବା ହୃଦୟ ରେଖା ଯେତେବେଳେ ଗୁରୁ ପର୍ବତ ଉପରେ ଯାଇ ଦୁଇ ଭାଗରେ ଅଲଗା ହୋଇଯାଏ, ଯାହାର ଗୋଟିଏ ମୁଣ୍ଡ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି ମଧ୍ୟରେ ଯାଏ ଓ ଦ୍ଵିତୀୟଟି ତର୍ଜନୀ ଆଙ୍ଗୁଠି ତଳେ ଥିବା ଗୁରୁ ପର୍ବତ ଆଡକୁ ଯାଏ ତେବେ ଏହାକୁ ଡ୍ର କରି ଦିଅନ୍ତୁ ଓ ଏହା V ଭଳି ନଜର ଆସିବ । ଏହା ହିଁ ଭଗବାନ ବିଷ୍ଣୁ ଙ୍କ ଚିହ୍ନ ହୋଇଥାଏ ।

ଏହାକୁ ବିଷ୍ଣୁ ରେଖା ବି କୁହାଯାଏ ଓ ଏହି ରେଖା ବହୁତ ହିଁ କମ ଲୋକମାନଙ୍କ ହାତରେ ନଜର ଆସିଥାଏ ଓ ଯେଉଁମାନଙ୍କ ହାତରେ ମିଳିଥାଏ ସେମାନେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ବିଷ୍ଣୁ ରେଖା ଯେଉଁ ହାତରେ ଥାଏ, ସେମାନଙ୍କୁ ଭଗବାନଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଜୀବନରେ କିଛି ନ କରି ସବୁ ପାଇଯିବେ ।

Leave a Reply

Your email address will not be published. Required fields are marked *