ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପୂର୍ବ ଜନ୍ମର ପୁଣ୍ୟ ଫଳ ଏହି ଜନ୍ମ ରେ ପାଇବା ପାଇଁ ପ୍ରତିଦିନ କରନ୍ତୁ ଏହି 4 ଟି କାମ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ଏହି ଜୀବନ ରେ ଅନେକ କାମ କରିଥାଉ । ଆମ ପାଇଁ ଆମର ଜୀବନ ବହୁତ ବଡ଼ ହୋଇଥାଏ । ଆମେ ଜୀବନ ରେ ଶାନ୍ତି ରେ ରହିବା ପାଇଁ ବହୁତ ପୁଣ୍ୟ କରିବାକୁ ଚାହିଁଥାଉ । କାରଣ ଆମର ବିଶ୍ୱାସ ଥାଏ ଯେ ଆମେ ନିଜ ଜୀବନ କାଳ ରେ ପୁଣ୍ୟ କରିବା ଦ୍ୱାରା ମୃତ୍ୟୁ ପରେ ସ୍ୱର୍ଗକୁ ଗମନ କରିଥାଉ । ତେଣୁ ଆମେ ସବୁବେଳେ ପୁଣ୍ୟ କରିବାକୁ ଚାହିଁଥାଉ । ମନୁଷ୍ୟ ନିଜର ପୂର୍ବ ଜନ୍ମର ପୁଣ୍ୟ ଅନୁସାରେ ଏହି ଜନ୍ମ ରେ ମନୁଷ୍ୟ ଜନ୍ମ ପାଇଥାଏ ।

କିନ୍ତୁ ଯଦି ଏହି ଜନ୍ମ ରେ ସେ ଅନେକ ପାପ କରିଥାଏ ତେବେ ସେ ମୃତ୍ୟୁ ପୂର୍ବରୁ ଓ ମୃତ୍ୟୁ ପରେ ବହୁତ ଦୁଃଖ କଷ୍ଟ ପାଇଥାଏ । ତେଣୁ ମନୁଷ୍ୟ କୁ ସଦା ସର୍ବଦା ପୁଣ୍ୟ କରିବା ଉଚିତ । ମନୁଷ୍ୟ ନିଜର ପୂର୍ବ ଜନ୍ମ ରେ କରିଥିବା କର୍ମ ଅନୁସାରେ ଏହି ଜନ୍ମ ରେ ଫଳ ପ୍ରାପ୍ତ କରିଥାଏ । ଶାସ୍ତ୍ର ରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି ଯଦି ତୁମେ ପୂର୍ବ ଜନ୍ମ ରେ ପୁଣ୍ୟ କରିଥାଅ ଏବଂ ଏହି ଜନ୍ମ ରେ ପାପ କରୁଥାଅ ତେବେ ତୁମର ପୂର୍ବ ଜନ୍ମର ପୁଣ୍ୟ ମଧ୍ୟ ନଷ୍ଟ ହୋଇଯାଇଥାଏ ।

ଆମେ ଯଦି ଚାହିଁବା ତେବେ ଆମେ ପୂର୍ବ ଜନ୍ମର ପୁଣ୍ୟ କୁ ଏ ଜନ୍ମ ରେ ମଧ୍ୟ ଉପଭୋଗ କରିପାରିବା କିନ୍ତୁ ଏଥିପାଇଁ ପ୍ରତିଦିନ କିଛି କରିବାକୁ ପଡିଥାଏ । ତେବେ ବନ୍ଧୁଗଣ ଆଜି ଆମେ ସେହି କାର୍ଯ୍ୟ ସମ୍ପର୍କରେ ଆପଣଙ୍କୁ ଜଣାଇବୁ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି କର୍ମ ସମ୍ପର୍କରେ ।

୧.ଯଦି ଆପଣ ନିଜର ପୂର୍ବ ଜନ୍ମ ର ପୁଣ୍ୟ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ ଅଶ୍ୱତ୍ଥ ବୃକ୍ଷ କୁ ପୂଜା କରନ୍ତୁ । ବନ୍ଧୁଗଣ ଅଶ୍ୱତ୍ଥ ବୃକ୍ଷ କୁ ହିନ୍ଦୁ ଧର୍ମ ରେ ଏକ ଧାର୍ମିକ ବୃକ୍ଷ ଭାବରେ ମାନିଥାନ୍ତି । ପ୍ରାୟତଃ ସମସ୍ତେ ଏହାକୁ ପୂଜା କରିଥାନ୍ତି । ଶାସ୍ତ୍ର ଅନୁସାରେ ଅଶ୍ୱତ୍ଥ ବୃକ୍ଷ କୁ ପୂଜା କରିବା ଦ୍ୱାରା ମନୁଷ୍ୟ ର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଯଦି ମନୁଷ୍ୟ ଏହି ଜନ୍ମ ରେ ଅନେକ ପ୍ରକାର ଦୁଃଖ କଷ୍ଟ ଭିତରେ ରହୁଛି ତେବେ ତାକୁ ନିହାତି ଭାବରେ ଏହି ଅଶ୍ୱତ୍ଥ ଗଛ କୁ ପୂଜା କରିବା ଉଚିତ । ଶାସ୍ତ୍ର ଅନୁଶାରେ ଏହି ଗଛ କୁ ପୂଜା କରିବା ଦ୍ୱାରା ମନୁଷ୍ୟ ନିଜର ପୂର୍ବ ଜନ୍ମ ର ପୁଣ୍ୟ କୁ ଫେରି ପାଇଥାଏ ଯାହା ଦ୍ୱାରା ସେ ବହୁତ ସୁଖ ଶାନ୍ତି ରେ ବାସ କରିଥାଏ ।

୨.ଯଦି ଆପଣ ନିଜ ପୂର୍ବ ଜନ୍ମ ର ପୁଣ୍ୟ କୁ ଏହି ଜନ୍ମ ରେ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ବୃଦ୍ଧ ଲୋକଙ୍କ ର ସେବା କରନ୍ତୁ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯଦି ଏହି ଜନ୍ମ ରେ ଆପଣ ବିଭିନ୍ନ ପ୍ରକାର ଦୁଃଖ କଷ୍ଟରେ ଅଛନ୍ତି ତେବେ ନିଜର ପିତା ମାତା ତଥା ସମସ୍ତ ବୃଦ୍ଧ ଲୋକଙ୍କ ର ସେବା କରନ୍ତୁ । ଏହା ଦ୍ବାରା ଆପଣ ଅନେକ ପୁଣ୍ୟ ଅର୍ଜନ କରିବା ସହିତ ନିଜର ପୂର୍ବ ଜନ୍ମ ର ପୁଣ୍ୟ ମଧ୍ୟ ଫେରି ପାଇଥାନ୍ତି ।

ତେଣୁ ସବୁବେଳେ ବୃଦ୍ଧ ଲୋକଙ୍କ ର ସେବା କରନ୍ତୁ । ଯେତେବେଳେ ବି କୌଣସି କାମ ରେ ବାହାରକୁ ଯାଉଛନ୍ତି ସେତେବେଳେ ସର୍ବ ପ୍ରଥମେ ନିଜର ପିତା ମାତା ଙ୍କ ଚରଣ ସ୍ପର୍ଶ କରି ବାହାରକୁ ଯାଆନ୍ତୁ ଏହା ଦ୍ବାରା ଆପଣ ସମସ୍ତ କାର୍ଯ୍ୟ ରେ ସଫଳତା ଲାଭ କରିବେ ।

୩.ସୂର୍ଯ୍ୟ ଙ୍କୁ ପ୍ରତିଦିନ ଜଳ ପ୍ରଦାନ କରି ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ମନୁଷ୍ୟ ନିଜର ପୂର୍ବ ଜନ୍ମର ପୁଣ୍ୟ କୁ ଫେରି ପାଇଥାଏ । ସମାଜ ରେ କେତେ ଜୀଵ ଜନ୍ତୁ ମରୁଛନ୍ତି ଓ ପୁନର୍ବାର ଜନ୍ମ ଗ୍ରହଣ କରୁଛନ୍ତି କିନ୍ତୁ ସୂର୍ଯ୍ୟ ସବୁବେଳେ ନିଜର ସ୍ଥିତି ବଜାୟ ରଖିଛନ୍ତି । ସେ ସମସ୍ତ ଙ୍କର ସବୁ ସମୟ କୁ ଦେଖିଛନ୍ତି ତେଣୁ ତାଙ୍କୁ ସମସ୍ତଙ୍କର ପୂର୍ବ ଜନ୍ମ ବିଷୟ ରେ ଜଣା ଥାଏ ତେଣୁ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ମନୁଷ୍ୟ ନିଜର ପୂର୍ବ ଜନ୍ମ ର ପୁଣ୍ୟ କୁ ପାଇପାରିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *