Jyotish Shastra- ଦୁନିଆର ସବୁଠାରୁ ଶକ୍ତିଶାଳୀ ଓ ଭାଗ୍ୟଶାଳୀ ଏହି 3 ରାଶି, କଣ ଏଥିରେ ଆପଣଙ୍କ ରାଶି ଅଛି ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଜ୍ୟୋତିଷ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହି ଅଛି।ଶାସ୍ତ୍ର ରେ ରାଶି ସମ୍ପର୍କରେ ଅନେକ ସୂଚନା ଦିଆଯାଇଛି।ଶାସ୍ତ୍ର ରେ ରଚିତ ପ୍ରାୟତଃ ସମସ୍ତ କଥା ସତ୍ୟ ହୋଇଥାଏ।ଏହା ପ୍ରମାଣିତ ମଧ୍ୟ ହୋଇସାରିଛି।ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଯେ ଶାସ୍ତ୍ର ରେ ଲିଖିତ ସମସ୍ତ କଥା ପ୍ରାୟତଃ ସତ୍ୟ ହୋଇଥାଏ।ତେବେ ବନ୍ଧୁଗଣ ମନୁଷ୍ୟ ର ରାଶି ତା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ମନୁଷ୍ୟ ଜନ୍ମ ହେବା ମାତ୍ରେ ହିଁ ତାର ଜନ୍ମ ତିଥି,ମାସ ଓ ସମୟ କୁ ବିଚାର କରି ତାର ରାଶି ନିର୍ଣ୍ଣୟ କରାଯାଇଥାଏ।ମନୁଷ୍ୟ ନିଜ ରାଶି ରୁ ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ମଧ୍ୟ ସୂଚନା ପାଇଥାଏ.

ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମନୁଷ୍ୟ ର ରାଶି ରୁ ତା ସ୍ୱଭାବ ସମ୍ପର୍କରେ ମଧ୍ୟ ଜଣା ପଡିଥାଏ।କେତେକ ଏପରି ରାଶିର ଲୋକମାନେ ଅଛନ୍ତି ଯେଉଁ ମାନେ ବହୁତ ଶକ୍ତିଶାଳୀ ଓ ଭାଗ୍ୟଶାଳୀ ଅଟନ୍ତି।ତେବେ ବନ୍ଧୁଗଣ ଆଜି ଆମେ ସେହି ଵିଷୟ ରେ ଆଲୋଚନା କରିବା।ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା କେଉଁ ରାଶି ବହୁତ ଭାଗ୍ୟଶାଳୀ ଓ ଶକ୍ତିଶାଳୀ ଅଟନ୍ତି।


୧.ମେଷ ରାଶି- ବନ୍ଧୁଗଣ ରଶିଚକ୍ର ର ପ୍ରଥମ ରାଶି ହେଉଛି ମେଷ ରାଶି। ମେଷ ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି।ମଙ୍ଗଳ ଗ୍ରହ ସମସ୍ତ ଗ୍ରହ ମାନଙ୍କର ସେନାପତି ଅଟନ୍ତି।ତେଣୁ ଏହି ରାଶି ର ବ୍ୟକ୍ତି ମାନେ ଖୁବ ଭଲ ନେତୃତ୍ୱ ନେଇଥାନ୍ତି।ଏମାନେ ନିଜର ଶକ୍ତି ଦ୍ୱାରା ସମସ୍ତଙ୍କୁ ଆକୃଷ୍ଟ କରିପାରନ୍ତି।ଏହି ରାଶି ର ବ୍ୟକ୍ତି ମାନଙ୍କୁ ମଙ୍ଗଳ ଗ୍ରହ ସବୁ କ୍ଷେତ୍ର ରେ ସାହାଯ୍ୟ ଓ ସହଯୋଗ କରିଥାନ୍ତି ତେଣୁ ଏମାନେ ସମସ୍ତ କାର୍ଯ୍ୟ ରେ କୃତକାର୍ଯ୍ୟ ହୋଇଥାନ୍ତି।

 

ଏହି ରାଶି ର ବ୍ୟକ୍ତି ମାନେ ବହୁତ ପରିଶ୍ରମ କରିଥାନ୍ତି।ବହୁତ ପରିଶ୍ରମୀ ହୋଇଥିବାରୁ ଏମାନେ ସବୁ କାର୍ଯ୍ୟ ରେ ସଫଳ ହୋଇଥାନ୍ତି।ତେଣୁ ଏମାନେ ବହୁତ ଭାଗ୍ୟଶାଳୀ ରାଶି ମଧ୍ୟ ହୋଇଥାନ୍ତି।ଏମାନେ ବହୁତ ବଳଶାଳୀ ହୋଇଥିବାରୁ ସମସ୍ତ କାର୍ଯ୍ୟ କରିବା ପାଇଁ ସମର୍ଥ ହୋଇଥାନ୍ତି ତେଣୁ ଏମାନେ କୌଣସି କାର୍ଯ୍ୟ ରେ ପଛ ଘୁଞ୍ଚା ଦେଇ ନ ଥାନ୍ତି।ଏହି ରାଶିର ଲୋକ ମାନେ ବାସ୍ତବ ରେ ବହୁତ ଭଲ ହୋଇଥାନ୍ତି।


୨.ବିଛା ରାଶି-ମେଷ ରାଶି ପରି ଏହି ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଅଟନ୍ତି।ତେଣୁ ଏହି ରାଶି ର ବ୍ୟକ୍ତି ମଧ୍ୟ ମେଷ ରାଶି ର ବ୍ୟକ୍ତି ମାନଙ୍କ ପରି ବହୁତ ଶକ୍ତିଶାଳୀ ହୋଇଥାନ୍ତି।ଏମାନେ ବହୁତ ବିଶ୍ୱସ୍ତ ଓ ସଚ୍ଚୋଟ ସ୍ୱଭାବର ହୋଇଥାନ୍ତି।ଏମାନେ ବହୁତ ପରିଶ୍ରମୀ ହୋଇଥିବାରୁ ଏମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି।ଏମାନେ ନିଜର ସମସ୍ତ କାର୍ଯ୍ୟ କୁ ସଚ୍ଚୋଟତା ର ସହିତ କରିଥାନ୍ତି।

ସମାଜ ରେ ଏମାନେ ବହୁତ ପ୍ରତିଷ୍ଠିତ ହୋଇପାରିଥାନ୍ତି।ଏମାନେ ବହୁତ ଭଲ ନେତୃତ୍ୱ ମଧ୍ୟ ନେଇଥାନ୍ତି।ମଙ୍ଗଳ ଗ୍ରହ ପରି ଏମାନେ ମଧ୍ୟ ସେନାପତି ଙ୍କର କାର୍ଯ୍ୟ ଭାର ସମ୍ଭାଳି ପରିଥାନ୍ତି।ସ୍ୱଭାବରେ ଏହି ରାଶିର ଲୋକ ମାନେ ବହୁତ ବିଶ୍ୱସ୍ତ ଓ ସରଳ ହୋଇଥାନ୍ତି।


୩.ମକର ରାଶି-ଗ୍ରହ ମାନଙ୍କ ମଧ୍ୟରେ ଶନି ଗ୍ରହ ଙ୍କର ସ୍ଥାନ ବହୁତ ଉଚ୍ଚ ରେ ରହିଥାଏ।ମକର ରାଶିର ସ୍ୱାମୀ ଶନି ଗ୍ରହ ଅଟନ୍ତି।ଶନି ଗ୍ରହ ଏହି ରାଶି ଙ୍କର ସ୍ୱାମୀ ହୋଇଥିବାରୁ ଏମାନଙ୍କ ମଧ୍ୟରେ ଅମାପ ବଳ ଦେଖିବାକୁ ମିଳିଥାଏ।ଏମାନେ ବାସ୍ତବ ରେ ବହୁତ ଶକ୍ତିଶାଳୀ ହୋଇଥାନ୍ତି।

ଏମାନଙ୍କ ମଧ୍ୟରେ ବହୁତ ଆତ୍ମବିଶ୍ବାସ ରହିଥାଏ।ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି।ନିଜର ଆତ୍ମବିଶ୍ବାସ ଓ ପରିଶ୍ରମ ବଳ ରେ ଏମାନେ ସଫଳତା ର ଶୀର୍ଷ ସ୍ଥାନ ରେ ପହଂଚି ପାରିଥାନ୍ତି।ଏହି ରାଶିର ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *