OMG ! ମହଙ୍ଗା ପଡିଗଲା ପୁତ୍ର ସନ୍ତାନ ଆଶା କରିବା, ଭଗବାନ ଏତେ ଛପର ଫାଡି ଦେଲେ ଯେ ମୁଣ୍ଡରେ ହାତ ଦେଇ ବସିଛି ବାପା, ସେ କଣ କହୁଛନ୍ତି ? ଦେଖନ୍ତୁ ଏହି Video

ବନ୍ଧୁଗଣ କୁହାଯାଏ ଯେ, ଭଗବାନ ଯେବେବି କିଛି ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି । ବେଳେବେଳେ ଭଗବାନ ଏଭଳି ଦେଇଥାନ୍ତି ଯେ, ମନୁଷ୍ୟ ଦ୍ଵାରା ସମ୍ଭାଳିବା ଅସମ୍ଭବ ହୋଇଯାଏ । ଏଭଳି ହିଁ କିଛି ହୋଇଛି ଆଗ୍ରା ରେ ରହୁଥିବା ମନୋଜ କୁମାର ଙ୍କ ସହିତ । ମନୋଜ କୁମାର ଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଅଟେ । ସେ ଅଟୋ ଚଳାଇ ନିଜର ପତ୍ନୀ ଓ ତିନୋଟି ଝିଅ ଙ୍କୁ ପୋଷନ୍ତି । କିନ୍ତୁ ସେ ତିନୋଟି ଝିଅ ଥିବା ସତ୍ତ୍ୱେ ଗୋଟିଏ ପୁଅ ର ସ୍ୱପ୍ନ ଦେଖୁଥିଲେ ।

ମନୋଜ ଙ୍କ ପତ୍ନୀ ଖୁସବୁ ପୁଣିଥରେ ଗର୍ଭବତୀ ହେଲେ ଏବଂ ପ୍ରସବ ପୀଡ଼ା ପରେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଗଲା । ହସ୍ପିଟାଲରେ ସେ ଏକା ସାଙ୍ଗରେ ୪ ଟି ନବଜାତ ଶିଶୁ ଙ୍କୁ ଜନ୍ମ ଦେଲେ । ଆଶ୍ଚର୍ଯ୍ୟ ର କଥା ହେଉଛି ଏହା ଯେ, ଚାରି ଜଣ ଶିଶୁ ମଧ୍ୟରୁ ତିନି ଜଣ କନ୍ୟା ଓ ଜଣେ ପୁତ୍ର ଶିଶୁ ଅଟନ୍ତି । ଗୋଟିଏ ମୁହୂର୍ତ୍ତରେ ମନୋଜ ଙ୍କ ଘରେ ୭ ଜଣ ଛୁଆ ହୋଇଗଲେ । ଦୁହେଁ ପତି ପତ୍ନୀ ଙ୍କୁ ମିଶାଇ ତାଙ୍କ ଘରେ ମୋଟ ନଅ ଜଣ ସଦସ୍ୟ ହୋଇଗଲେ ।

ଏବେ ସେ ସରକାର ଓ ଡାକ୍ତର ଙ୍କ ପାଖରୁ ସାହାଯ୍ୟ ନିମନ୍ତେ ଗୁହାରି କରୁଛନ୍ତି । ତାଙ୍କ କହିବାନୁଯାୟୀ ଏକା ସାଙ୍ଗରେ ଏତେ ଛୁଆ ଙ୍କୁ ସମ୍ଭାଳିବା ତାଙ୍କ ପକ୍ଷରେ ଅସମ୍ଭବ ଅଟେ । ଆଗ୍ରା ର ପ୍ରକାଶ ନଗର ମହଲ୍ଲା ରେ ରହୁଥିବା ମନୋଜ କୁମାର କହିଛନ୍ତି ଯେ, ୨୭ ଜୁନ ରେ ପତ୍ନୀ ଙ୍କ ଦେହ ଖରାପ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅଲ୍ଟ୍ରାସାଉଣ୍ଡ କରାଗଲା । ଯେଉଁଥିରେ ତାଙ୍କୁ ଯାଆଁଳା ଛୁଆ ହେବାର କଥା କୁହାଯାଇଥିଲା ।

କିନ୍ତୁ ଅପରେସନ ପରେ ତାଙ୍କ ପତ୍ନୀ ଚାରି ଜଣ ଛୁଆ ଙ୍କୁ ଜନ୍ମ ଦେଲେ । ହସ୍ପିଟାଲ ର ସଂଚାଳକ ଡାକ୍ତର ମହେଶ ଚୌଧୁରୀ ଙ୍କ କହିବାନୁସାରେ ମନୋଜ ଙ୍କ ପତ୍ନୀ ଏବଂ ତାଙ୍କ ଚାରି ଜଣ ଛୁଆ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ କୌଣସି ପ୍ରକାର ର ବିପଦ ମଧ୍ୟ ନାହିଁ । ଅନ୍ୟ ପକ୍ଷରେ ହଠାତ ହୋଇଥିବା ଡେଲିଭରି ର ଖର୍ଚ୍ଚ କୁ ପୁରା କରିବା ପାଇଁ ମନୋଜ ଙ୍କୁ ନିଜ ଘର ମାଲିକ ଙ୍କ ଠାରୁ ପଇସା ଧାର ରେ ଆଣିବାକୁ ପଡ଼ିଲା ।

ଏହା ସହିତ ସେ ବର୍ତ୍ତମାନ ସାହାଯ୍ୟ ର ହାତ ପତାଇଛନ୍ତି । ଯଦିଓ ସେ କହିଛନ୍ତି ଯେ, ନିଜ ଛୁଆ ମାନଙ୍କୁ ପାଳିବା ନିମନ୍ତେ ସେ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବେ । ଯଦି ସରକାର ଙ୍କ ପକ୍ଷ ରୁ ମନୋଜ ଙ୍କୁ କିଛି ସହାୟତା ପ୍ରାପ୍ତ ହୁଅନ୍ତା ତେବେ ହୁଏତ ତାଙ୍କ ଆର୍ଥିକ ସ୍ଥିତି ରେ କିଛି ମାତ୍ରାରେ ପରିବର୍ତ୍ତନ ଆସି ପାରିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *