ନନ୍ଦିଘୋଷ ଟାଣିଲେ ମୁଖ୍ୟମନ୍ତ୍ରୀ Naveen Patnaik, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ପବିତ୍ର ଘୋଷଯାତ୍ରା ଉପଲକ୍ଷେ ପୁରୀ ଯାଇ ରଥଯାତ୍ରା ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଟାଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ବିକ୍ରମ କେଶରୀ ଆରୁଖ, ୫-ଟି ସଚିବ ଭି.କେ ପାଣ୍ଡିୟାନ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ଦକ୍ଷିଣ ଦ୍ୱାର ନିକଟରେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ।

ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଦୀର୍ଘ ଦୁଇ ବର୍ଷ ପରେ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ । ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗ ତାଳରେ ପ୍ରକମ୍ପିତ ହେଉଛି ଗଗନପବନ । ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡ଼ଦାଣ୍ଡ । ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର ପୁରୀ ।ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତ ଶେଷ କରି ଗୁରୁବାର ଓଡ଼ିଶା ଫେରିଛନ୍ତି ।

ସେ ଶୁକ୍ରବାର ପୁରୀଠାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦୁବାଇରୁ ନୂଆଦିଲ୍ଲୀ ଓ ସେଠାରୁ ଓଡ଼ିଶାକୁ ଫେରି ଆସିଛନ୍ତି । ଏହି ଗସ୍ତ କାଳରେ ରୋମ୍‌ରୁ ଦୁବାଇ ସବୁଠି ନବୀନଙ୍କ କ୍ରେଜ୍‌ ଦେଖିବାକୁ ମିଳିଛି । ଗତ ୨୨ ବର୍ଷରେ ଓଡ଼ିଶାରେ ହୋଇଥିବା ସାମଗ୍ରିକ ବିକାଶର ଚିତ୍ରକୁ ବିଶ୍ବ ଆଗରେ ରଖିଛନ୍ତି । ଶହ ଶହ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସିବ୍ୟକ୍ତ କରିଛନ୍ତି ।

ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପରିବର୍ତ୍ତନର ଚିତ୍ର ଦର୍ଶାଇ ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଆସିଥିବା ରୂପାନ୍ତରୀକରଣର କଳାକୌଶଳ କଥା କହିଥିଲେ । ଫୋକସ୍‌ରେ ଥିଲା ଖାଦ୍ୟ ନିରାପତ୍ତା ଓ ବିପର୍ଯ୍ୟୟ ପରିଚାଳନା । ଉଭୟ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ନେଇ ସବୁଠି ଚର୍ଚ୍ଚା । ଏଥିସହିତ ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣରେ ଦ୍ରୁତ ଅଗ୍ରଗତି, ସ୍କୁଲ ରୂପାନ୍ତରଣର ଫର୍ମୁଲା, ବିଏସ୍‌କଓ୍ବୋଇର ଉପାଦେୟତା ଆଦି ବଖାଣିଥିଲେ ।

ତେବେ ରୋମ୍‌ ପରେ ଦୁବାଇରେ ଇନ୍‌ଭେଷ୍ଟର୍ସ ମିଟ୍‌ ଥିଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତର ପ୍ରମୁଖ ଆକର୍ଷଣ । ରାଜ୍ୟର ପ୍ରାକୃତିକ ସମ୍ପଦ ସହ ପୁଞ୍ଜିନିବେଶ ପାଇଁ ଥିବା ଅନୁକୂଳ ବାତାବରଣ ସମ୍ପର୍କରେ ନବୀନ ବିଦେଶୀ ପୁଞ୍ଜିପତିଙ୍କୁ ଅବଗତ କରାଇଛନ୍ତି । ଓଡ଼ିଶାକୁ ୨୧ ହଜାର କୋଟି ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଥିବା ବେଳେ ବାହାର ଦେଶରେ ରାଜ୍ୟର ଦକ୍ଷତା ଓ ସମ୍ବଳର ଅସଲ ଚିତ୍ର ଟିମ୍‌ ଓଡ଼ିଶା ପ୍ରଦର୍ଶିତ କରିବାରେ ସକ୍ଷମ ହୋଇଛି ।

ୟୁରୋପରୁ ୟୁଏଇ, ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ବେଳେ ପ୍ରବାସୀ ଓଡ଼ିଆଙ୍କ ମନରେ ଥିଲା ଅନେକ ଉତ୍ସାହ । ଭାଟିକାନରେ ପୋପ୍‌ଙ୍କୁ ସାକ୍ଷାତ ସହ ଆବୁଧାବିରେ ମସ୍‌ଜିଦ ପରିଦର୍ଶନ, ସବୁଠି ନବୀନ ଛାଡ଼ିଛନ୍ତି ସ୍ବତନ୍ତ୍ର ଛାପ । ପ୍ରବାସୀ ଓଡ଼ିଆଙ୍କ ସହ ସେ ଭାବବିନିମୟ କରିଛନ୍ତି ।

ରାଜ୍ୟର ବିକାଶରେ ସମସ୍ତଙ୍କ ସହଭାଗିତା ଓ ସହଯୋଗ କାମନା କରିଛନ୍ତି । ୟୁଏଇରେ ରହୁଥିବା ଓଡ଼ିଆଙ୍କ ଦୀର୍ଘ ଦିନର ଦାବି ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି । ଦୁବାଇରୁ ଭୁବନେଶ୍ବର ସିଧା ବିମାନ ଚଳାଚଳ ଘୋଷଣା କରିଥିବାରୁ ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *