Bhadrak ଜିଲ୍ଲାରେ ଚମତ୍କାର ! 300 ବର୍ଷ ପୁରୁଣା ନିମ୍ବଗଛରେ ଦିଶୁଛି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ଆମ୍ଭ ଏହି ଭାରତ ବର୍ଷ ରେ ଅନେକ ପ୍ରକାରର ଅଲୌକିକ ଘଟଣା ମାନ ପରିଲକ୍ଷିତ ହୋଇ ଆସିଛି । ଆଜି ଆମ୍ଭେ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହାକୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ତେବେ ଜାଣିନେବା ଏକା କଣ ଅଟେ ? ଏହି ଦୃଶ୍ୟ ଟି ହେଉଛି ଓଡିଶା ରେ ଉପସ୍ଥିତ ଭଦ୍ରକ ଜିଲ୍ଲା ରେ ଥିବା ଏକ ଗ୍ରାମ ର । ଏଠାରେ ୩୦୦ ବର୍ଷ ପୁରୁଣା ନିମ୍ବ ଗଛ ରେ ଭଗବାନ ଙ୍କ ସନ୍ତକ ମିଳିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଗ୍ରାମବାସୀ ମାନଙ୍କ କହିବା ଅନୁଯାୟୀ ଏହି ଗଛ ଟି ୩୦୦ ବର୍ଷ ର ଅଟେ । ଏହାକୁ ପୁରାତ୍ତାନ ଯୁଗରୁ ପୂଜା କରି ଆସୁଥିଲେ । ବର୍ତ୍ତମାନ ପ୍ରାୟ ୩୫ ବର୍ଷ ହେବ ସମସ୍ତେ ଗଛଟିକୁ ପୂଜା କରି ଆସୁଛନ୍ତି । ଗଛରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ର ଚିହ୍ନ ବହୁତ ଛୋଟ ଛୋଟ ଥିଲା ମାତ୍ର ୫ ବର୍ଷ ହେବ ଏହି ଚିହ୍ନ ଗୁଡିକ ବଢିବାକୁ ଲାଗିଛି । ଏହି ଆକ୍ରାନ୍ତ ଗୁଡିକ ସଠିକ ଶଙ୍ଖ, ଚକ୍ର, ଗଦା, ପଦ୍ମ ଭଳି ଦେଖିବାକୁ ଅଟେ ।

ଗ୍ରାମବାସୀ ମାନେ ଭାବୁଛନ୍ତି ଯେ ପ୍ରକୃତରେ ଯେଉଁ ସାଧକ କହିଥିଲେ, ତଥା ସନ୍ଥ ମାନେ କହିଥିଲେ, ବର୍ତ୍ତମାନ ଆମେ ତାକୁ ବିଶ୍ଵାସ କରୁଛୁ ତାହା ପ୍ରକୃତ ଠିକ କଥା । ଗ୍ରାମବାସୀ ମାନେ ଏହା ମଧ୍ୟ କହିଛନ୍ତି ଯେ ଗଛକୁ ପୂଜା କରିବା ଦିନରୁ ଆମ୍ଭେ ଯାହା ସବୁ ମାନସିକ କରୁଛୁ ତାହା ମଧ୍ୟ ପୂରଣ ହେଉଛି । ଏବଂ କଲି ଆରଡି ସେବାୟତ ଜଣେ କହିଛନ୍ତି ଯେ, ଏହି ବୃକ୍ଷ ଦାରୁ ହେବେ ।

ଏହା କହିବା ପରଠାରୁ ଗ୍ରାମବାସୀ ଙ୍କ ମନରେ ଅନେକ ବିଶ୍ଵାସ ସୁଅ ଛୁଟିଲା । ହଜାର ହଜାର ଭକ୍ତ ଆସି ଗଛଟିକୁ ପୂଜା କରିବାକୁ ଲାଗିଲେ । ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ପ୍ରକୃତରେ ଭଗବାନ ଙ୍କ ଏହି ୪ ଟି ଚିହ୍ନ ଅଛି ମାନେ ଭଗବାନ ଏଠାରେ ସ୍ଥାନ ନେଇଛନ୍ତି । ମାତ୍ର ପୂର୍ବରୁ ଆମ୍ଭେ ଶୁଣି ଆସିଥିଲୁ ବର୍ତ୍ତମାନ ଆମ୍ଭେ ନିଜେ ଦେଖୁଛୁ ।

ଜଣେ ବାସିନ୍ଦା ଙ୍କ କହିଛନ୍ତି ଯେ ମୋ ଶାଶୁ ଶଶୁର କହିଯାଇଛନ୍ତି ଯେ, ଦିନେ ଏହି ଗଛ ଦାରୁ ହେବେ । ତମେ ଏହାକୁ ପୂଜା କରିବା ବିକିବନି କେବେ । ଭଗବାନ ଙ୍କ ଅଲୌକିକ ଲୀଳା ଅପରମ୍ପାର । ସେ କେବେ କେଉଁଠି ନିଜର ଚାପ ଛାଡିବେ ତାହା କହିବା ଅସମ୍ଭବ । ବନ୍ଧୁଗଣ ଏହି ଅଲୌକିକ ବିଷୟ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *