ଗାଈ କହିଥାଏ ଆପଣଙ୍କ ଭବିଷ୍ୟତ, କଣ ଶୁଭ ଓ କଣ ଅଶୁଭ ଜାଣନ୍ତୁ 

ବନ୍ଧୁଗଣ ହିନ୍ଦୁଧର୍ମରେ ଗାଈକୁ ପୂଜା ଅର୍ଚନା କରାଯାଇଥାଏ ଓ ଗାଈକୁ କ୍ଷୀରକୁ ଅମୃତ ସହ ତୁଳନା କରାଯାଇଥାଏ । ବନ୍ଧୁଗଣ ଗାଈ ହେଉଛି ଗୋଟେ ଗୃହ ପାଳିତ ପଶୁ, ତେଣୁ ଗାଈ ପ୍ରାୟ ଅଧିକାଂଶ ଘରେ ଦେଖିବାକୁ ମିଳିଥାନ୍ତି । ବନ୍ଧୁଗଣ ଗୃହ ପାଳିତ ପଶୁ ତଥା, ଗାଈ, କୁକୁର ଓ ବିରାଡି ଆଦିଙ୍କ ଠାରୁ ଭବିଷ୍ୟତର ବହୁତ କିଛି ସୂଚନା ମିଳିଥାଏ । ବନ୍ଧୁଗଣ ଏହହୀ ସବୁ ପଶୁ ମାନଙ୍କ ଠାରୁ କେତେକ ସଙ୍କେତ ମିଳିଥାଏ, ଯାହାଦ୍ୱାରା ଆମେ ଭବିଷ୍ୟତରେ ଆସୁଥିବା ଶୁଭ ଓ ଅଶୁଭ ଫଳ ବିଷୟରେ ଜାଣିପାରିବା ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଗାଈ ଦ୍ଵାରା ମିଳୁଥିବା ସମସ୍ତ ସଙ୍କେତ ବିଷୟରେ ଜାଣିବା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କେତେବେଳେ ଗାଈ ଦେଖିବା ଶୁଭ ଓ କେତେବେଳେ ଗାଈ ଦେଖିବା ଅଶୁଭ ହୋଇଥାଏ ।

୧. ଯଦି ବନ୍ଧୁଗଣ ଆପଣ କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ବା କୌଣସି ଯାତ୍ରାରେ ଯାଉଥିବା ସମୟରେ ଘର ବାହାରେ ଗାଈକୁ ଦେଖିବେ, ତା ହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହା ସହିତ ବନ୍ଧୁଗଣ ଆପଣ ମାନଙ୍କୁ ଶୁଭ ସମାଚାର ମିଳିଯିବ ।


୨. ବନ୍ଧୁଗଣ ଯଦି ଆପଣ ଶୋଇଥିବା ସମୟରେ ସ୍ଵପ୍ନରେ ଏକ ଧଳା ଗାଈ ସହ ଏକ ବାଛୁରିକୁ ଦର୍ଶନ କରିବେ ତା ହେଲେ ଆପଣଙ୍କର ସେହି ଦିନର ସମସ୍ତ କାର୍ଯ୍ୟ ସଫଳ ହେବ । ବନ୍ଧୁଗଣ ସ୍ଵପ୍ନରେ ଏକ ଧଳା ଗାଈ ଦେଖିବାର ଅର୍ଥ ହେଉଛି ଆପଣଙ୍କ ଉପରେ ସମସ୍ତ ଦେବା ଦେବୀ ମାନଙ୍କର ଆଶୀର୍ବାଦ ରହିଛି । କାରଣ ଗୋମାତାଙ୍କ ଶରୀରରେ ୩୩ କୋଟି ଦେବା ଦେବୀ ବାସ କରିଥାନ୍ତି ।

୩. ବନ୍ଧୁଗଣ ଯଦି ଆପଣ ଗାଈ ପାଳୁଛନ୍ତି ଓ ସେହି ଗାଈର ଆଖିରୁ ଲୁହ ଦେଖୁଛନ୍ତି ତା ହେଲେ ଆପଣଙ୍କ ପରିବାରରେ ବହୁତ ସମସ୍ଯା ଆସିବାକୁ ଯାଉଛି । ବନ୍ଧୁଗଣ ସେହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହିତ ଆପଣଙ୍କ ଘରେ ବହୁତ ମାତ୍ରାରେ କଳହ ଲାଗିପାରେ । ତେଣୁ ବନ୍ଧୁଗଣ ସେହି ସମୟରେ ଆପଣ ନିଜ ଇଷ୍ଟ ଦେବତାଙ୍କ ଆରାଧନା କରନ୍ତୁ ।

୪. ବନ୍ଧୁଗଣ ଯଦି ଆପଣ ନିଜ ପାଳିତ ଗାଈ ପାଖରେ ଅନେକ ମାଛି ଓ କୁକୁର ଦେଖୁଛନ୍ତି ତା ହେଲେ ବୁଝିଯାନ୍ତୁ ସେହି ଦିନ ଆପଣଙ୍କ ଘରର କୌଣସି ସଦସ୍ୟର ଦୁର୍ଘଟଣା ହେବାକୁ ଯାଉଛି ।


୫. ଯଦି ବନ୍ଧୁଗଣ ସୂର୍ଯ୍ୟଉଦୟ ସମୟରେ କୌଣସି ଏକ ଗାଈ ଓ ତାର ବାଛୁରି ଆପଣଙ୍କ ଗୃହ ସାମ୍ନାରେ ଛିଡା ହୋଇଥାନ୍ତି, ତା ହେଲେ ବନ୍ଧୁଗଣ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଆପଣ ସେହି ଗାଈ ଓ ବାଛୁରିକୁ ନିଶ୍ଚୟ କିଛି ଖାଦ୍ୟ ଦିଅନ୍ତୁ । ତେଣୁ ବନ୍ଧୁଗଣ ଗାଈ ମଧ୍ୟମରେ ଆମକୁ ଭବିଷ୍ୟତର ଏହି ସବୁ ଶୁଭ ଓ ଅଶୁଭ ସଙ୍କେତ ମିଳିଥାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *