ଏହି କାରଣରୁ Karishma Kapoor ଙ୍କ ସହିତ Bollywood ର ଏହି 4 ଜଣ ଅଭିନେତ୍ରୀ ଙ୍କୁ ପ୍ରେମରେ ମିଳିଲା ଧୋକା, ନଂ 3 ଅଭିନେତ୍ରୀଙ୍କର ତ ନିର୍ବନ୍ଧ ବି ସରିଥିଲା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରେମ ଏମତି ଏକ ଜିନିଷ ଯାହା ଜାତି,ଧର୍ମ ,ବର୍ଣ୍ଣ କିଛି ଦେଖି ନ ଥାଏ।ପ୍ରେମ କେତେବେଳେ କାହାକୁ ବି ହେଇଯାଇଥାଏ।କିନ୍ତୁ ବହୁତ ଭାଗ୍ୟବାନ ହେଇଥାନ୍ତି ସେମାନେ ଯେଉଁମାନେ ନିଜ ପ୍ରେମ କୁ ପାଇପାରନ୍ତି।କିନ୍ତୁ ଯେଉଁମାନେ ପ୍ରେମ ରେ ଧୋକା ପାଇଥାନ୍ତି ସେମାନଙ୍କ ହୃଦୟ ପୁରା ଭାଙ୍ଗିଯାଇଥାଏ।ବଲିଉଡରେ ମଧ୍ୟ ବର୍ତ୍ତମାନ ସମୟରେ ପ୍ରେମ କୁ ନେଇ ସମସ୍ତ ତାରକା ଚର୍ଚ୍ଚା ଘେରରେ ରହୁଛନ୍ତି।କେତେକ ଙ୍କ ପ୍ରେମ ସଫଳ ହେଉଛି ଓ ଅନ୍ୟ କେତେକ ଙ୍କ ପ୍ରେମ ବିଫଳ ହେଉଛି।ତେବେ ସେମିତି କିଛି ତାରକା ଅଛନ୍ତି ଯାହାଙ୍କ ପ୍ରେମରେ ବିଫଳତା କୁ ନେଇ ବଲିଉଡରେ ବହୁତ ଚର୍ଚ୍ଚା ହୋଇଥିଲା।ତେବେ ଆସନ୍ତୁ ଦେଖିବା କିଏ ସେହି ତରକାମାନେ।

୧.ଶିଳ୍ପା ସେଠୀ- ଶିଳ୍ପା ସେଠୀ ବଲିଉଡ ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି।ସେ ବଲିଉଡ କୁ ବହୁତ ହିଟ ଫିଲ୍ମ ଦେଇଛନ୍ତି। ବର୍ତ୍ତମାନ ସେ ବିଭିନ୍ନ ଶୋ ରେ ଜଜ ଭାବେ ନଜର ଆସୁଛନ୍ତି।ଏକ ସମୟରେ ସେ ମଧ୍ୟ ପ୍ରେମ ରେ ପଡ଼ିଥିଲେ। ସେ ଯାହା ସହିତ ପ୍ରେମ ରେ ପଡ଼ିଥିଲେ ତାଙ୍କ ନାମ ହେଉଛି ଅକ୍ଷୟ କୁମାର।ଫିଲ୍ମ “ଧଡ଼କନ”ର ସୁଟିଂ ସମୟରେ ସେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ଏବଂ ବହୁତ ପାଖାପାଖି ହୋଇଥିଲେ।

ସେମାନେ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।ସେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ।କିନ୍ତୁ ଅକ୍ଷୟ ଫିଲ୍ମ ଇଣ୍ଟର ନ୍ୟାସନାଲ ଖିଲାଡି ରେ ଟ୍ଵିଙ୍କଲ ଖାନା ଙ୍କ ସହିତ କାମ କରିବା ବେଳେ ଟ୍ଵିଙ୍କଲ ଙ୍କୁ ଭଲ ପାଇ ବସିଥିଲେ।ସେ ଦୁଇ ଜଣ ବିଲକୁଲ ବି ବିଳମ୍ବ ନକରି ବିବାହ କରିଦେଇଥିଲେ।ଏହିପରି ଭାବରେ ଅକ୍ଷୟ ଶିଳ୍ପା ଙ୍କୁ ଧୋକା ଦେଇଥିଲେ।କିନ୍ତୁ ଶିଳ୍ପା ଶିଳ୍ପପତି ରାଜ କୁନ୍ଦ୍ରା ଙ୍କୁ ବିବାହ କରିଛନ୍ତି ଏବଂ ବହୁତ ଖୁସିରେ ଅଛନ୍ତି।

 

୨.କରିସ୍ମା କପୁର-କରିସ୍ମା କପୁର ବଲିଉଡରେ ବହୁତ ହିଟ ଫିଲ୍ମ କରିଛନ୍ତି।ସେ କପୁର ପରିବାର ର ଗେଲ୍ହା ଝିଅ ଅଟନ୍ତି।ତାଙ୍କ ର ମଧ୍ୟ ପ୍ରେମ ଜଣେ ତାରକା ଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଯାହାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିଷେକ ବଚ୍ଚନ।ଅଭିଷେକ ଓ ସିଏ ପିଲା ବେଳରୁ ହିଁ ପରସ୍ପର କୁ ଜାଣିଥିଲେ ଭଲପାଉଥିଲେ।

ଦୁଇଜଣ ଅଭିଷେକ ଙ୍କ ଭଉଣୀ ଙ୍କ ବିବାହରେ ବହୁତ ପାଖାପାଖି ହୋଇ ଯାଇଥିଲେ ଏବଂ ଅମିତାଭ ଙ୍କ ଜନ୍ମ ଦିନରେ ନିଜର ନିର୍ବନ୍ଧ ମଧ୍ୟ ଘୋଷଣା କରିଥିଲେ।କିନ୍ତୁ ଏହାପରେ ଏମାନଙ୍କର ସମ୍ପର୍କ ବେଶି ଦିନ ରାହୀନଥିଲା।ଅଭିଷେକ କିଛି ମାସ ପରେ ଐଶ୍ୱର୍ଯ୍ୟା ଙ୍କୁ ବିବାହ କରିଥିଲେ।ଯାହା ଦ୍ୱାରା ଦୁଇଜଣ ଚିର ଦିନ ପାଇଁ ଅଲଗା ହୋଇଯାଇଥିଲେ।

୩.ରବିନା ଟଣ୍ଡନ-୯୦ଦଶକ ର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ରବିନା।ତାଙ୍କ ର ସୌନ୍ଦର୍ଯ୍ୟ ଦ୍ୱାରା ସେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।ବହୁତ ପୁଅ ତାଙ୍କ ପାଇଁ ପାଗଳ ଥିଲେ । କିନ୍ତୁ ସେ ଅକ୍ଷୟ କୁମାର ଙ୍କୁ ବହୁତ ଭଲ ପାଉଥିଲେ।ସେମାନେ ଦୁହେଁ ଫିଲ୍ମ “ମୋହରା” ଜରିଆରେ ପରସ୍ପରକୁ ଭଲ ପାଇବସିଥିଲେ ଏବଂ ଚୁପଚାପ ନିଜର ନିର୍ବନ୍ଧ ମଧ୍ୟ କରିଥିଲେ।

କିନ୍ତୁ ଫିଲ୍ମ “ଖିଲାଡିୟୋଂ କା ଖିଲାଡି” ରେ ରେଖା ଙ୍କ ସହିତ ତାଙ୍କର ସମ୍ପର୍କ ଥିବା କଥା ବହୁତ ଚର୍ଚ୍ଚା ଧରିଥିଲା। ଏହା ପରେ ଅକ୍ଷୟ ଅଧିକ ସମୟ ରେଖା ଙ୍କ ସହିତ କାଟିଥିଲେ। ଏହା ପରେ ରବିନା ମଧ୍ୟ ଏହି କଥା କୁ ସତ ଭାବିଥିଲେ ଏବଂ ପରସ୍ପର ଠାରୁ ଦୂରେଇ ଯାଇଥିଲେ। ପରେ ଯେତେବେଳେ ରବିନା ଙ୍କୁ ଏହି ବିଷୟରେ ପଚରାଯାଇଥିଲା ସେ ଏହି ବିଷୟକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ।ଅକ୍ଷୟ ମଧ୍ୟ କିଛି କହିନଥିଲେ।

୪.ରେଖା-ରେଖା ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ସେ ନିଜ ସମୟରେ ବହୁତ ହିଟ ଫିଲ୍ମ ରେ କାମ କରିଥିଲେ। ରେଖା ନିଜର ସୁନ୍ଦରତା ପାଇଁ ସମସ୍ତଙ୍କ ହୃଦୟରେ ଘର କରିଥିଲେ।ତାଙ୍କର ଏହି ସୁନ୍ଦରତା ପାଇଁ ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ଭଲ ପାଇଁ ବସିଥିଲେ।ସେମନେ ଦୁଇଜଣ ଫିଲ୍ମ “ହମ ଦୋ ଅଂଜାନେ” ରୁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ।ଅମିତ ସେତେବେଳେ ଜୟା ଙ୍କୁ ବିବାହ କରିସାରିଥିଲେ।ତଥାପି ସେ ରେଖା ଙ୍କୁ ଭଲ ପାଇଁ ବସିଥିଲେ।କିନ୍ତୁ ଅମିତ ସମସ୍ତ ବିଷୟରେ ଚିନ୍ତା କରି ଶେଷରେ ରେଖା ଙ୍କୁ ତ୍ୟାଗ କରିଥିଲେ।ଏହି ଦୁଇଜଣ ଙ୍କ ପ୍ରେମ କାହାଣୀ ବିଷୟରେ ସମଗ୍ର ବଲିଉଡ ଜଗତ ତଥା ଦେଶରେ ଚର୍ଚ୍ଚା ଜୋର ଧରିଥିଲା।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *