ଭାବବିହ୍ଵଳ ହେଲେ Ukraine ରାଷ୍ଟ୍ରପତି, ଅସହାୟ ହୋଇ କହିଲେ କିଛି ଏମିତି…

ତେବେ ବନ୍ଧୁଗଣ ଗତ ଗୁରୁବାରରୁ ଏ ପର୍ଯ୍ୟନ୍ତ ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହା ଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ବନ୍ଧୁଗଣ ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ଆଗରୁ ଋଷିଆ ଏହି ଯୁଦ୍ଧରେ ଏକା ଲଢୁଥିବା ବେଳେ ୟୁକ୍ରେନ ସହ ୟୁରୋପୀୟ ରାଷ୍ଟ୍ର ମାନଙ୍କ ସପୋର୍ଟ ଥିଲା ହେଲେ ବର୍ତ୍ତମାନ ସମସ୍ତ ରାଷ୍ଟ୍ର ୟୁକ୍ରେନକୁ ଏକା କରି ଦେଇଛନ୍ତି । ତେବେ ବର୍ତ୍ତମାନ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି ଋଷିଆକୁ ଡରୁଛି କି ବିଶ୍ଵ । କାହିଁକି ୟୁକ୍ରେନକୁ ସାହାର୍ଯ୍ୟ କରୁ ନାହାନ୍ତି ଅନ୍ୟ ଦେଶ । ଏମିତିରେ ୟୁକ୍ରେନ ରାଷ୍ଟ୍ରପତି ଭାବବିହ୍ଵଳ ହୋଇ କହିଛନ୍ତି, ଆମକୁ ଏକା କରିଦେଲା ପୁରା ବିଶ୍ଵ ।

ୟୁକ୍ରେନ ଓ ଋଷିଆ ଯୁଦ୍ଧକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ପୁରା ବିଶ୍ଵ । ଲଗାତାର ୟୁକ୍ରେନ ଉପରେ ମିଜାଇଲ ମାଡ କରି ଚାଲିଛି ଋଷିଆ । ଆକ୍ରମଣ ଏତେ ଭୟଙ୍କର ରହିଛି ଯେ, କେତେବେଳେ କାହା ପ୍ରାଣ ଚାଲିଯିବ ତାହା କହିବା ମୁସ୍କିଲ  । ଏବେ ୟୁକ୍ରେନର ଅଧିକାଂଶ ଅଞ୍ଚଳ ଜଳୁଛି ଆକାଶ ଧୂଆଁ ଧୂଆଁ ହୋଇ ରହୁଛି । ଆଉ ଆକ୍ରମଣରେ ଫୁରସତ ଦେଉ ନାହିଁ ଋଷିଆ ।

ନିଜ ଦେଶ ଉପରେ ଏମିତି ଆକ୍ରମଣକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି  ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ।  ଜେଲେନ୍ସକି ଭାବବିହ୍ଵଳ ହୋଇ କହିଛନ୍ତି, ଯୁଦ୍ଧ ବେଳେ ପୁରା ବିଶ୍ଵ ଆମକୁ ଏକା କରିଦେଲା । ୟୁକ୍ରେନକୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଲେ ନାହିଁ କୌଣସି ଦେଶ କାରଣ ପୁରା ବିଶ୍ଵ ଋଷିଆକୁ ଭୟ କରୁଛି ।

ବନ୍ଧୁଗଣ ଏ କଥା ଆମେ ନୁହେଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି । ଏହା ସହ ସେ କହିଛନ୍ତି ଏବେ ନୁହେଁ ପୂର୍ବରୁ ଆମ ଉପରକୁ ଆକ୍ରମଣ କରିବା ନେଇ ଋଷିଆ ଯୋଜନା କରିଥିଲା ଆଉ ଏହି କଥା ପୁରା ବିଶ୍ଵକୁ ଜଣାଇ ଥିଲା ହେଲେ କେହି ବି ସାହାର୍ଯ୍ୟର ହାତ ବଢାଉ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ,ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *