ଦେଖନ୍ତୁ ସ୍ଵାମୀ ଓ ପିଲାଙ୍କ ସହ Dubai ରେ କେମିତି ଅଛନ୍ତି ଆପଣଙ୍କ ପ୍ରିୟ ହିରୋଇନ ତୂଳସୀ (Ipsita) !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଓଲିଉଡ ଜଗତରେ ପାଦ ପକେଇବାକୁ ହେଲେ ବହୁତ କଷ୍ଟ କରିବାକୁ ପଡିଥାଏ । ଓଡ଼ିଆ ଧାରାବାହିକ ରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ଙ୍କୁ ଆପଣ ମାନେ ଜାଣିଥିବେ ନିଶ୍ଚୟ । ସେ ତାଙ୍କ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଲିଉଡ ଜଗତରେ ପାଦ ଦେଇଛନ୍ତି । ତେବେ ବର୍ତ୍ତମାନ ସମସ୍ତେ ଓଡ଼ିଆ ଧାରାବାହିକ କୁ ଦେଖିବା ପସନ୍ଦ କରୁଛନ୍ତି ।

ତେବେ ସେହିଭଳି ଏକ ଧାରାବାହିକ ଆପଣ ମାନଙ୍କର ମନ ଥିବ ଯାହାର ନାମ ଥିଲା ତୁଳସୀ ଆଉ ସେଥିରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିଲେ ଇପ୍ସିତା ମହାନ୍ତି । ଆଉ ଏହି ସିରିଏଲଟି ଇଟିଭିରେ ପ୍ରସାରିତ ହେଉଥିଲା ଆଉ ସେତେବେଳେ ସମୟରେ ଏହି ସିରିଏଲ ବହୁତ ଲୋକପ୍ରିୟ ମଧ୍ୟ ଥିଲା । ଆଉ ସେ ଅଭିନେତ୍ରି ଇପ୍ସିତା ମହାନ୍ତି ସେହି ଅଭିନୟକୁ ବହୁତ ଭଲ ଭାବରେ ଓ ସୁଚାର ରୂପରେ ତୁଲେଇ ଥିଲେ ।

ତେବେ ତୁଳସୀ ଅଭିନୟରେ କାମ କରୁଥିବା ଅଭିନେତ୍ରୀଙ୍କର ପ୍ରକୃତ ନାମ ହେଉଛି ଇପ୍ସିତା ମହାନ୍ତି । ଆଉ ଏହି ଅଭିନେତ୍ରୀ ଇପ୍ସିତା ମହାନ୍ତିଙ୍କ ଘର ହେଉଛି ଭୁବନେଶ୍ୱର । ଆଉ ଇପ୍ସିତା ମହାନ୍ତି ଏହି ଭୁବନେଶ୍ୱର ଠାରେହିଁ ଜନ୍ମ ଗ୍ରହଣ କରିଥିଲେ । ଆଉ ଇପ୍ସିତାଙ୍କ ପରିବାର କହିଲେ ତାଙ୍କର ସ୍ୱାମୀ ଆଉ ତାଙ୍କର ନାମ ହେଉଛି ରୋହିତ ମହାନ୍ତି । ଆଉ ଏହା ସହିତ ତାଙ୍କର ଗୋଟେ ଛୋଟ ପୁଅ ଏବଂ ଝିଅ ମଧ୍ୟ ରହିଛି ।

ଏବେ ଆପଣମାନେ ଭାବୁଥିବେ ଏହି ପ୍ରତିଭାଶାଳି ଅଭିନେତ୍ରୀ ଇପ୍ସିତା ମହାନ୍ତି କଣ ପାଇଁ ଓଡ଼ିଶାରେ ଦେଖା ଦେଉନାହାନ୍ତି କି କୌଣସି ଧାରାବାହିକରେ କାମ କରୁ ନାହାନ୍ତି । ଆପଣ ମାନେ କେହି ଜାଣି ନଥିବେ ଯେ ଏହି ଅଭିନେତ୍ରୀ ଏବେ ତାଙ୍କ ସ୍ବାମୀଙ୍କ ସହିତ ଦୁବାଇରେ ରହୁଛନ୍ତି । ଯଦି ଆପଣମାନେ ଦେଖିବେ ତାହେଲେ ଆଗରୁ ଇପ୍ସିତା ମହାନ୍ତି ଅନେକ ଗୁଡିଏ ଆଲବମ ଓ ଚଳଚ୍ଚିତ୍ରରେ କାମ କରି ସାରିଥିଲେ ।

ତାଙ୍କର କିଛି ଲୋକପ୍ରିୟ ହାସଲ କରିଥିବା ଆଲବମ ଗୁଡିକ ହେଉଛି ତୁମୋର ହେଇଯା,ଏତେ ସୁନ୍ଦର,ଗୁଲୁ ଗୁଲିଆ ଝିଅଟେ ତୁଲୋ, ଏହା ସହିତ ସେ ଗୁଡ଼ ବାୟ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି । ଯେଉଁଥିରେ ଆପଣମାନେ ଅରିନ୍ଦମ ରଏଙ୍କୁ ହିରୋ ଭାବରେ ଦେଖିବାକୁ ପାଇଥିଲେ । ଆଉ ଯାହା ସୁଚନା ରହିଛିକି ଇପ୍ସିତା ମହାନ୍ତି ଆଉ ପରବର୍ତ୍ତୀ ସମୟରେ ଧାରାବାହିକ ଗୁଡିକରେ କାମ ନକରି ପାରନ୍ତି ।

ତେବେ ବର୍ତ୍ତମାନ ସେ ସୋସିଆଲ ମିଡ଼ିଆ ରେ ଖୁବ ଆକ୍ଟିଭ ଅଛନ୍ତି ଏବଂ ସେ ଇଂଷ୍ଟାଗ୍ରାମ ରେ ନିଜ ପରିବାର ସହ ରିଲସ ଭିଡ଼ିଓ ମଧ୍ୟ ପୋଷ୍ଟ କରୁଛନ୍ତି ଯାହା ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଆପଣଙ୍କୁ ଇପ୍ସିତା କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *