‘ବେଳ ବୁଡିଲେ ଆସୁଛି ନନ୍ଦିନୀ, ଆକୁ ତାକୁ ଦେଖା ଦେଉଛି,କଇଁ କଇଁ ହୋଇ କାନ୍ଦୁଛି…’ ମୃତ ଝିଅ ବିଷୟରେ ମହିଳା ଜଣକ ଯାହା କହୁଛନ୍ତି ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ଘର, ଅଗଣା, ଗାଁ ଦାଣ୍ଡ ଆଉ ସବୁଠାରେ କାନ୍ଦୁଛି ନନ୍ଦିନୀ । ସଞ୍ଜ ହେଲେ ଶୁଭୁଛି ନନ୍ଦିନୀଙ୍କ କାନ୍ଦ । ଇଏ ହେଉଛି ସେହି ନନ୍ଦିନୀ ଯିଏ ନିମାପଡା ଦେଣୁଆ ହାଇସ୍କୁଲର ଆସନ ଶ୍ରେଣୀର ଛାତ୍ରୀ । ଗତ ୧୦ ତାରିଖ ଦିନ ସ୍କୁଲକୁ ଯାଇ ଆଉ ଘରକୁ ଫେରିଣୀ ନନ୍ଦିନୀ । ନନ୍ଦିନୀ ସ୍କୁଲରୁ ଘରକୁ ଫେରିବା ବେଳେ ପଛ ପଟୁ ଏକ ଟ୍ରକ ଦ୍ରୁତ ଗତିରେ ମାଡି ଆସି ତାକୁ ଧକ୍କା ଦେଇଥିଲା । ଆଉ ନନ୍ଦିନୀ ତଳେ ପଡି ବେହୋସ ହୋଇ ଯାଇଥିଲେ ।

ପରିବାର ଲୋକେ ଗୁରୁତର ଅବସ୍ଥାରେ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ଵରକୁ ସ୍ଥାନାନ୍ତର କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ନନ୍ଦିନୀଙ୍କର ମୃତ୍ୟୁ ହୋଇଥିଲା । ଶବ ବିଚ୍ଛେଦ କରାଯିବା ପରେ ଗରମ ଶ୍ମଶାନରେ ଶବ ସତ୍କାର କରାଗଲା । କିନ୍ତୁ ବେଳ ବୁଡିଲେ ନନ୍ଦିନୀ ଆସିବା ସହ କାହାକୁ ଦେଖା ଦେବା ସହ କଇଁ କଇଁ ହୋଇ କାନ୍ଦୁଛି ।

ଆଉ ଏହି କଥା କହୁଛନ୍ତି ନନ୍ଦିନୀଙ୍କର ଘର ଲୋକେ ଆଉ ସାହି ପଡିସା ଆଉ ବନ୍ଧୁ ବାନ୍ଧବ । ନନ୍ଦିନୀଙ୍କୁ ଏ ଯାଏଁ ନ୍ୟାୟ ମିଳି ନାହି । ତାଙ୍କର ମୃତ୍ୟୁ ମାମଲାରେ ଏ ଯାଏଁ ପୋଲିସ କୌଣସି ପଦକ୍ଷେପ ନେଇ ନାହି ଯାହା ପରିବାର ଲୋକେ ମତ ଦେଇଛନ୍ତି । ତାଙ୍କ ଭାଇ କହିଛନ୍ତି ଆଜି ଯାଏଁ ନନ୍ଦିନୀଙ୍କୁ ଆତ୍ମା ଶାନ୍ତି ହୋଇ ନାହି ଆଉ ସେ ଗାଁ ଦାଣ୍ଡରେ ଘୁରି ବୁଲୁଛି ।

ନନ୍ଦିନୀ ଯିବା ପର ଠାରୁ ଶ୍ମଶାନ, ଗାଁ ଦାଣ୍ଡ ରେ ନନ୍ଦିନୀଙ୍କର କାନ୍ଦ ଶୁଭୁଛି । ନିଜ ଘରର କହତା ଉପରେ ନନ୍ଦିନୀଙ୍କ କାନ୍ଦ ବିଳମ୍ବିତ ରାତି ରେ ଶୁଭିବାର ତାଙ୍କ ପରିବାର ଲୋକେ କହିଛନ୍ତି । ସାଙ୍ଗ ସାଥି ଙ୍କୁ ମଧ୍ୟ ମଧ୍ୟ ରାତ୍ରିରେ ସେ ଡାକୁ ଥିବାର ତାଙ୍କ ସାଙ୍ଗ ମାନେ କହିଛନ୍ତି । ଅନେକ ସମୟରେ ଗାଁ ଦାଣ୍ଡର ନିଜ ଘର ଆଗରେ ଆଉ ଦୁର୍ଘଟଣା ସ୍ଥାନରେ ଅନେକ ବ୍ୟକ୍ତି ନନ୍ଦିନୀ ଙ୍କୁ ଠିଆ ହୋଇ ଥିବାର ଦେଖୁଛନ୍ତି । ଆଉ ଭୂତୁଣୀ ବାହାରୁ ଥିବାରୁ ଲୋକେ ଭୟରେ ତାଟି କବାଟ ପକାଇ ଦେଉଛନ୍ତି ।

ଅନ୍ୟ ପକ୍ଷରେ ପୋଲିସ କେବଳ ଟ୍ରକ ଜବତ କରି ଚୁପ ବସିଥିବା ବେଳେ ନନ୍ଦିନୀ ଙ୍କୁ କେବେ ମିଳିବ ନ୍ୟାୟ ସେ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ନନ୍ଦିନୀ ଙ୍କ ଆମ କହିଛନ୍ତି ଯେ ତାଙ୍କ ଝିଅ କୁ ଏ ଯାଏଁ ନ୍ୟାୟ ମିଳି ନାହି । ତାଙ୍କ ଝିଅ ଆଜି ବି ଶ୍ମଶାନ ରେ କାନ୍ଦୁଛି ଆଉ ତା କଥା କେହି ବି ବୁଝୁ ନାହାନ୍ତି । ଏ ବହୁତ କଷ୍ଟ ପାଉଛି ଆଉ ଜାଣିଶୁଣି ଗାଡି ଧକ୍କା କରି ମାରି ଦେଇଛନ୍ତି ବୋଲି ନନ୍ଦିନୀଙ୍କ ଆମ କହିଛନ୍ତି ।

ନନ୍ଦିନୀଙ୍କ ବନ୍ଧୁ କହିଛନ୍ତି ସେ ଆଗରେ ଆସୁଥିଲେ ଆଉ ନନ୍ଦିନୀ ପଛରେ ଆସୁଥିଲେ । ସେ ବୁଲି ଦେଖିବା ବେଳକୁ ଟ୍ରକ ନନ୍ଦିନୀଙ୍କୁ ଧକ୍କା ମାରି ଚାଲିଗଲା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଯାନଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *