Sumit ଙ୍କ ଘରୁ ଚାଲିଯିବେ Tapaswini ! ଏମିତି କଣ ହେଲା କି…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ବହୁତ ଦିନ ଧରି ତପସ୍ବନୀ ଆଉ ସୁମିତ ଙ୍କ ର କେସ ଚାଲିଛି ହାଇ କୋର୍ଟ ରେ । ତେବେ ଆପଣ ମାନେ ଜାଣିଥିବେ କିପରି ଭାବରେ ତପସ୍ବନୀ ସୁମିତଙ୍କ ଘର ଆଗରେ ବୋହୁ ବେଶ ରେ ବସି ଥିଲେ ଆଉ ଅଭିଯୋଗ କରିଥିଲେ କି ସୁମିତ କଥା ଦେଇ ତାଙ୍କୁ କଥା ଭାଙ୍ଗି ଦେଇଛନ୍ତି । ତପସ୍ବନୀ ପ୍ରେମ ବିବାହ କରି ସୁମିତ ଙ୍କ ଘରେ ଥିଲେ ।

ଆଉ ସୁମିତ ଘର ଲୋକଙ୍କ କହିବା ଅନୁସାରେ ସେ ଵିଧି ବିଧାନ ର ସହ ତପସ୍ବନୀ ଓ ସୁମିତ ଙ୍କ ବିବାହ କରେଇବାକୁ ଚାହୁଁଛନ୍ତି ଆଉ ସେଇଠି ପାଇଁ ତପସ୍ବନୀ ତାଙ୍କ ବାପ ଘରେ ଥିଲେ । ତେବେ ବାହାଘର ତାରିଖ ଠିକ ହେଲା ଆଉ ତପସ୍ବନୀ ତାଙ୍କ ବାପ ଘରେ ବୋହୁ ବେଶ ହେଇ ବସିଲେ କିନ୍ତୁ ସୁମିତ ବର ସାଜି ଆଉ ଆସିଲେ ନାହିଁ । ତପସ୍ବନି ସେମିତି ଅପେକ୍ଷା କରିବସିଥିଲେ ତଥାପି ସୁମିତ ଆଉ ଆସିଲେ ନାହିଁ ।

ତପସ୍ବନୀ ସେହି ବୋହୁ ବେଶ ରେ ବସି ରହିଲେ ତପସ୍ବନୀ ସୁମିତ ଙ୍କ ଘର ଆଗରେ ଆଉ ଅପେକ୍ଷା କଲେ ସୁମିତ କୁଆଡେ ତାଙ୍କୁ ଘର କୁ ଫୁଣି ଥରେ ଡାକି ନେବେ । ଦିନ ପରେ ଦିନ ବିତିଗଲା କିନ୍ତୁ ସୁମିତ ଆଉ ତପସ୍ବନୀ କୁ ଡାକିଲେନି କି ତାଙ୍କୁ ଟିକେ ଦେଖିଲେ ନାହିଁ । ସତରେ ପ୍ରେମ କ’ଣ ଏହାକୁ କୁହାଯାଏ ।

ତେବେ ଏପରି ବହୁତ ଦିନ ଧରି ପୋଲିସ କେସ୍ ଚଲିଲା ଆଉ କଥା କୋର୍ଟ କି ଯାଇଥିଲା ମଧ୍ୟ ଆଉ କୋର୍ଟ ବି ନିର୍ଦ୍ଦେଶ୍ ଦେଇ ଥିଲା ସାଥିରେ ଏକାଠି ରହିବେ । ଏକାଠି ରହିଲେ ବୋଧେ ତାଙ୍କ ଭିତରେ ସୃଷ୍ଟି ହୋଇଥିବା ସବୁ ବାଦ ବିବାଦ ଠିକ ହେଇଯିବ ଆଉ ତପସ୍ବନୀ ଆଉ ସୁମିତ ଏକାଠି ରହିଲେ ମଧ୍ୟ ହେଲେ ତାଙ୍କ ସମ୍ପର୍କ ପୂର୍ବ ଭଳି ଆଉ ଠିକ ହେଇ ପାରିଲା ନାହିଁ କି ତାଙ୍କ ଭିତରେ ଭଲ ପାଇବା ବି ସୃଷ୍ଟି ହେଇ ପାରିଲା ନାହିଁ ।

ତେବେ ବର୍ତ୍ତମାନ ସୁମିତ ଓ ତପସ୍ୱିନୀ ଙ୍କ କେସ ରେ ନୂଆ ମୋଡ଼ । ଫେମିଲି କୋର୍ଟ ରେ କାଉନସିଲ ପାଇଁ ଡାକିଥିଲେ ଉଭୟ ଙ୍କୁ । ସୁମିତ ଓ ତପସ୍ଵିନୀ ଙ୍କ ସହ କଥା ହେଲେ ତେବେ ପରବର୍ତ୍ତୀ କାଉନସିଲ ଜୁନ ୨୪ ରେ ଧାର୍ଯ୍ୟ କରାଗଲା । ପରବର୍ତ୍ତୀ କାଉନସିଲ ରେ ଉଭୟ ଙ୍କ ପାରେଣ୍ଟ ଆସିବେ ଓ କାଉନସିଲ ହେବ ।


ତପସ୍ୱିନୀ ଙ୍କ ପ୍ରତିକ୍ରିୟା ରେ ସେ କହିଛନ୍ତି ଯେ ଆଜି ପ୍ରଥମ କାଉନସିଲ କୁ ଆସିଥିଲେ ଯୋଉ ଟା କି ଫେମିଲି ଜଜ୍ ନିଜେ କରିଥିଲେ । ଆଜି ର କାଉନସିଲ ରେ ତପସ୍ୱିନୀ ସନ୍ତୁଷ୍ଟ ହୋଇଛନ୍ତି ବୋଲି କହିଛନ୍ତି । ସୁମିତ ପ୍ରଥମ ରୁ କହିଛନ୍ତି ଯେ ସେ ତପସ୍ୱିନୀ ଙ୍କ ସହ ରହିବେ ନାହିଁ , ସେ ଆରମ୍ଭ ରୁ କହିଛନ୍ତି ମୁଁ ଡିଭର୍ସ ଦେବି କିନ୍ତୁ ତପସ୍ୱିନୀ ପ୍ରଥମ ରୁ କହିଛନ୍ତି ଯେ ସେ ସୁମିତ ଙ୍କ ସହ ରହିବେ ଏବଂ ସେ ଆରମ୍ଭ ରୁ କହିଛନ୍ତି ଯେ ସେ ଡିଭର୍ସ ଦେବେ ନାହିଁ ।

ତପସ୍ଵିନୀ ଏ କଥା ମଧ୍ୟ ମିଡ଼ିଆ ଆଗରେ ରଖିଥିଲେ । ତେବେ ତପସ୍ୱିନୀ ଙ୍କ କହିବା କଥା ଯେ ସେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ଏହା ଯେତେ ଦିନ ଯାଏଁ ଚାଲିବ ଚାଲୁ ତାଙ୍କର କୋର୍ଟ ଙ୍କ ରାୟ ଉପରେ ବିଶ୍ୱାସ ରହିଛି ଯେ ତାଙ୍କୁ ନିଶ୍ଚିତ ଭାବରେ ନ୍ୟାୟ ମିଳିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *