ବେଳ ବୁଡ଼ିଲେ ବାହାନଗାରେ ତାଟି-କବାଟ ପଡୁଛି, ରାତି 11ଟା ବାଜିଲେ ଆତ୍ମା କାନ୍ଦୁଛି… ଦେଖନ୍ତୁ କଣ କହୁଛନ୍ତି ଗାଁ ଲୋକେ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  ରାତି 11ଟାରେ ସ୍କୁଲ କାନ୍ଦୁଚି । ଶୁଣିବାକୁ ସତ ନ ଲାଗୁଥିବାବେଳେ ଏହା ଏକଦମ ସତ । ଦେଶରେ ଘଟିଥିବା ଅତି ଭୟଙ୍କର ଦୁର୍ଘଟଣା କରମଣ୍ଡଳ  ଟ୍ରେନ୍ ଟ୍ରାଜେଡି । ସେହି ଭୟଙ୍କର ରାତି ଶହ ଶହ ଲୋକମାନଙ୍କ ପ୍ରାଣକୁ ମାଟିରେ ମିଶାଇଥିଲା ଏବଂ ସେଠାରେ ବୋହି ଯାଇଥିଲା ରକ୍ତର ଧାରା ।

ଏବେ ହି ଶୁଖିନି ରକ୍ତର ଦାଗ । ତେବେ ଘଟଣାଟି ଘଟିବା ପରେ ସହସ୍ର ଲୋକମାନଙ୍କ ମୃତଶରୀର କୁ ସୁରକ୍ଷିତ ରଖିବା ପାଇଁ ବାହାନଗା ସ୍କୁଲରେ ରଖିଯିବା ପଦକ୍ଷେପ ନିଆଯାଇଥିଲା । କାରଣ ଶବକୁ ସୁରକ୍ଷିତ ରଖିବା ଜିଲ୍ଲା ପ୍ରଶାସନର ଦାୟିତ୍ଵ ପ୍ରିୟଜନ ମାନେ ରୋଦନରେ ମୃତଦେହ ଦେଖିବା ପାଇଁ ବିନତି କରିଥାନ୍ତି ।

ତେଣୁ ଏତେ ଲୋକମାନଙ୍କ ମୃତଦେହକୁ ଡାକ୍ତରଖାନାରେ ରଖିବା ଅସମ୍ଭବ ହୋଇଯାଇଥିଲା । ତେଣୁ ଶବକୁ ନିକଟରେ ଥିବା ସ୍କୁଲରେ ରଖାଯାଇଥିଲା । ତେବେ ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ରାତି 11ଟା ହେଲେ ଶୁଭୁଚି ଭୟଙ୍କର ଶବ୍ଦ ଖାଲି ମୋତେ ଉଦ୍ଧାର ଉଦ୍ଧାର କର କହି ଅନେକ ଲୋକମାନଙ୍କ ରବ ଶୁଭୁଚି ସେହି ଅଞ୍ଚଳର ଲୋକମାନଙ୍କୁ ତେଣୁ  ସେଠାରେ ରହିବାକୁ ଭୟ ପ୍ରକାଶ କରୁଛନ୍ତି ।

ସତରେ ସେହି ଦୁର୍ଘଟଣା କେତେ ଲୋକମାନଙ୍କୁ ଅକାଳ ମୃତ୍ୟୁର ଶିକାର କରିଛି । ସାନ ପିଲା ଠାରୁ ବଡ ଯାଏ କେତେବା ଚିଲାଇ ଥିବେ । ଟ୍ରେନ୍ ଦୁର୍ଘଟଣା ଲୋକମାନଙ୍କୁ ଶାନ୍ତ ନିଦ୍ରାରେ ଶୁଆଇଦେଇଥିଲା କିନ୍ତୁ ଏବେ ସେହି ଲୋକେମାନେ ସ୍କୁଲକୁ କମ୍ପାଉଛନ୍ତି । ବେଳ ବୁଡିଲେ ବାହାନଗା ତାଟି କବାଟ ରକ୍ତ ଓ ଭୟନକ ସ୍ଵରରେ ଶୁଭୁଚି ।

ଏହି ସ୍ଵରକୁ କେବଳ ସ୍ଥାନୀୟ  ଲୋକେମାନେ ନୁହେଁ ବରଂ ସ୍କୁଲକୁ ଜଗିଥିବା ପୋଲିସ କର୍ମଚାରୀମାନେ ମଧ୍ୟ ଶୁଣିଛନ୍ତି । ତେବେ ସ୍ଥାନୀୟ ଲୋକେ ସ୍କୁଲ ମଧ୍ୟକୁ ପିଲାମାନଙ୍କୁ ଛାଡିବାକୁ ଭୟ ପ୍ରକାଶ କରିଛନ୍ତି । ସ୍କୁଲରେ ହୋମ ଯଜ୍ଞ ଆଦି କରି ନୂଆ ସ୍କୁଲ କରିବା ପରେ ପିଲାମାନେ ସ୍କୁଲ ଯିବେ । ସ୍କୁଲରେ ଥିବା ଶବ ଆତ୍ମା ର ଶାନ୍ତିକାରଣ ପୂଜା କରିବା ପାଇଁ କହିଛନ୍ତି ବାସିନ୍ଦା ।

ତେବେ ଏହା କଣ ସତ ନା ଲୋକମାନଙ୍କ ଭ୍ରମ ଏବେ ଯାଏ ଏହାର ପ୍ରମାଣ ମିଳିନାହିଁ । ତେବେ ଖବରକୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *