ନମସ୍କାର ବନ୍ଧୁଗଣ ତେବେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ସ୍ୱାଇଁ ହେଉଛି ମେନ୍ ଭିଲେନ୍ । ତାଙ୍କ ଜାଣତରେ ସବୁକିଛି ହେଉଥିଲା । ପ୍ରତିବାଦ କରିବାରୁ ସେ କହିଥିଲେ, ତୁମେ କିଏ ଏକଥା କହିବାକୁ । ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ପାଖରେ ହାଜର ବେଳେ ଆଜି ଏପରି ବୟାନ ଦେଇଛନ୍ତି ରମେଶ ସ୍ୱାଇଁଙ୍କ ସହାୟିକା । ତେବେ ରମେଶ ସ୍ୱାଇଁଙ୍କ ସହାୟିକା କହିଛନ୍ତି ରମେଶ ପ୍ରତିଦିନ ନୂଆ ନୂଆ ମହିଳାଙ୍କୁ ଧରି ଘରକୁ ଆସୁଥିଲେ ।
ଦୁଇ ବର୍ଷ ତିନି ମାସ ଭିତରେ ୪ରୁ ୫ ଜଣ ମହିଳାଙ୍କୁ ଧରି ଆସିଥିଲେ । ମୁଁ ତାଙ୍କୁ ପଚାରିଲେ ରମେଶ କୁହନ୍ତି ଆମର ଗେଷ୍ଟ । ତାଙ୍କ ଭିଣୋଇ ଗଣେଶ ଓ ଗାଡ଼ି ଚାଳକ ପପୁ ମଧ୍ୟ ସାଥୀରେ ରହୁଥିଲେ । ମୁଁ ବିରୋଧ କଲେ, ସେମାନେ କୁହା ଯାଉଥିଲା- କାମ କରିବାକୁ ଆସିଛ, କାମ କର । ତୁମେ ଏଥିରେ ମୁଣ୍ଡ ପୂରାଅ ନାହିଁ । ” ତେବେ ସେ ଆହୁରି କହିଛନ୍ତି, “ମୁଁ ତାଙ୍କ ପାଖରେ ୨ ବର୍ଷ ୩ ମାସ କାମ କରିଛି ।
୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ । ଏହି ସମୟ ଭିତରେ ମୋତେ ମାତ୍ର ୩ ମାସର ଦରମା ମଳିଛି । ବାକି ଦରମା ମିଳିନାହିଁ । ଦରମା ମାଗିବାରୁ ରାତି ୧୧ଟାରେ ଧକ୍କା ମାରି ମୋତେ ଘରୁ ବାହାର କରି ଦିଆଯାଇଥିଲା । ମୋ’ ମୋବାଇଲରେ କିଛି ପ୍ରମାଣ ଥିବାରୁ ଭାଙ୍ଗି ଦେଇଥିଲେ । ତା’ପରେ ମୁଁ ସେଠାରୁ କାମ ଛାଡ଼ି ପଳାଇ ଆସିଥିଲି । ” ଏହା ସହ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଘର କେନ୍ଦ୍ରାପଡ଼ାରେ ।
ସେ ୧୯୮୨ରେ ପ୍ରଥମ ବିବାହ କରିଥିଲା । ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି । ସେମାନେ ସମସ୍ତେ ଡାକ୍ତର । ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା । ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି । ତା’ ପରେ ସେ ଆଉ ୧୮ ମହିଳାଙ୍କୁ ବିବାହ କରିଥିଲା । ମହିଳାଙ୍କୁ ପ୍ରେମ୍ ଜାଲରେ ଫସାଇବା ପାଇଁ ସେ ଡ୍ରାମା କରୁଥିଲା । କେତେବେଳେ ମିଛି ମିଛିକା କାନ୍ଦୁଥିଲା ତ ଆଉ କେତେ ଦେହ ଅସୁସ୍ଥ ରହିଛି ବୋଲି ଅଭିନୟ କରୁଥିଲା ।
ଯାହାକୁ ସହଜରେ ବିଶ୍ୱାସ କରିନେଉଥିଲେ ଅସହାୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ମହିଳାମାନେ । ଆଉ ତା’ପରେ ସେମାନଙ୍କୁ ବିବାହ କରି ଅୟସ୍ କରୁଥିଲେ ରମେଶ । ତେବେ ରମେଶ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା । ପରିଚୟ ବଦଳାଉଥିଲା । କେତେ ବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀ ରଞ୍ଜନ ।
୨୦୧୮ ମସିହାରେ ସେଣ୍ଟ୍ରାଲ୍ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା । ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା । ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରି ନେଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।