BMC ସିଲ କଲା ପରେ ବି ବେଧଡକ Kishore Bhaina ହୋଟେଲରେ ପୁଣି ଚାଲିଛି ମଟନ ରନ୍ଧା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଣି ଥରେ ଚୁଲି ଉପରେ ହଣ୍ଡା ବସିଛି । ମଟନ ରୋଷେଇ ଚାଲିଛି।, କିଶୋର ଭାଇନା ଙ୍କ ମଟନ ହୋଟେଲ ଦୋକାନରେ ପ୍ରତ୍ୟକ ଦିନ ଗହଳି ଲାଗି ରହିଥାଏ । ମାତ୍ର BMC ପକ୍ଷରୁ କୁହାଯାଉଅଛି ଯେ ଫୁଲ ଲାଇସେନ୍ସ ତାଙ୍କର ନଥିଲା । ଏବଂ ଷ୍ଟ୍ରିଟ ଭେଣ୍ଡର ଫୁଡ ଯାହା ରହିଅଛି ୧୦୦ ଟଙ୍କା ଦେଇ ଯେଉଁମାନେ ରାସ୍ତା କଡରେ ବସନ୍ତି ତଥା ଯେଉଁ ଲାଇସେନ୍ସ କରନ୍ତି ସେହି ଲାଇସେନ୍ସରେ ହିଁ ଏଠାରେ ଚାଲୁଥିଲା । ତେବେ ତାଙ୍କୁ ତାଗିତ କରାଯାଇଅଛି ପରବର୍ତ୍ତୀ ସମୟରେ ଫୁଲ ଲାଇସେନ୍ସ କରିବା ପାଇଁ ।

ଏହା ସହିତ ହାଇଜେନିକ ମେଣ୍ଟେନ କରିବା ନିମନ୍ତେ କୁହାଯାଇଅଛି । କାରଣ ଅଶ୍ଵାସ୍ତ୍ୟକର ପରିବେଶକୁ ନେଇ କାଲି BMC ର ହେଲ୍ଥ ଟିମ ଆସିଥିଲେ । ସେମାନେ ଆସି ଏଠାରେ ଚଢାଉ କରିଥିଲେ । ଏହା ସହିତ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହିତ କିଭଳି ଭାବରେ ଖାଦ୍ୟର ମାନ ସଠିକ ରହିବ ।

ଏବଂ ଏହା ସହିତ ଏକ୍ସପାରି ସସ ଠାରୁ ଆରମ୍ଭ କରି ଯେଉଁସବୁ ମସଲା ରହିଥିଲା, ଯାହାକୁ ନେଇ ଏମାନେ ତାଗିତ କରିଥିଲେ ଏ ସବୁ କୁ କିଭଳି ଭାବରେ କ୍ଵାଲିଟି ସସ ଏବଂ ଏକ୍ସପାରି ରହିବ ନାହିଁ ତାହା ଉପରେ ନଜର ଦେବେ । ତେବେ କାଲି ସୂଚନା ମିଳିଥିଲା ଯେ BMC ପକ୍ଷରୁ ଚଢାଉ କରି ସିଲ କରାଯାଇଥିଲା ତାହା ସତ୍ୟ ନୁହେଁ ।

କାରଣ ହୋଟେଲ ପୁନର୍ବାର ଆଜି ଚାଲିଛି ଏବଂ ହୋଟେଲ ପକ୍ଷରୁ କୁହାଯାଉଅଛି ଯେ ହାଇଜେନିକ ମେଣ୍ଟେନ କରିବା ନିମନ୍ତେ ବ୍ୟବସ୍ଥା କରାଯାଉଅଛି । ସ୍ଵଛତା କିଭଳି ଭାବରେ ରହିବ ତାହା ଉପରେ ନଜର ଦେଇ ରୋଷେଇ ବାସ ଆରମ୍ଭ କରିଛନ୍ତି । ତେବେ ବର୍ତ୍ତମାନ ହୋଟେଲ ମାଲିକ କିଶୋର କହିଛନ୍ତି ଯେ କାଲି BMC ଆସି ହୋଟେଲ ବୁଲି ଦେଖି ଯାଇଛନ୍ତି । ଫୁଲ ଲାଇସେନ୍ସ ମୋର ରିନିଉ ହୋଇନାହିଁ ସେଥି ନିମନ୍ତେ ସେମାନେ ଆସିଥିଲେ । ତାଙ୍କ ପାଖରେ ଫୁଲ ଲାଇସେନ୍ସ ଅଛି ମାତ୍ର ସେ ତାହାର ରିନୁଆଲ ପାଇଁ ଆପ୍ଳାଏ କରିଛନ୍ତି ।

ଏଥିପାଇଁ ଆସି କହିଲେ ସେ ଅପରିଷ୍କାର ହୋଇଛି ତଥା ହାଇଜିନ ନାହିଁ । ଅପରିଷ୍କାର ହୋଇଛି ସବୁ । କିଶୋର କହିଛନ୍ତି ଯେ ଫୁତପାତ ରେ ହୋଟେଲ ହୋଇଛି ଏବଂ ଯେତିକି ହାଇଜିନ ମେଣ୍ଟେନ କରିବା କଥା କରୁଛନ୍ତି । ମାତ୍ର ଲୋକେ ଯଦି କହୁଛନ୍ତି ନିମ୍ନ ମାନର ଖାଇବା ତେବେ ଏଠାକୁ ଆସୁଛନ୍ତି କାହିଁ ଖାଇବାକୁ ବୋଲି ପ୍ରଶ୍ନ କରିଛନ୍ତି ହୋଟେଲ ମାଲିକ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *