ବଜାରରୁ କୁଆଡେ ଉଭାନ ହେଇଗଲା 2000 ଟଙ୍କିଆ ନୋଟ, ଯଦି ଆପଣଙ୍କ ମନରେ ବି ଅଛି ଏମିତି ପ୍ରଶ୍ନ ତ ଏହାକୁ ନିଶ୍ଚୟ ଦେଖନ୍ତୁ…

ଦେଖିବାକୁ ମିଳୁନି ଆଉ ୨୦୦୦ ଟଙ୍କିଆ ନୋଟ । ଏହା ପଛର କାରଣ କଣ ? ବନ୍ଧୁଗଣ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର ଏବେ ସାମ୍ନାକୁ ଆସୁଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ୨୦୧୬ ନଭେମ୍ବର ୮ ତାରିଖରେ ମୋଦୀ ସରକାର ଦେଶରେ ନୋଟ ବନ୍ଦୀ ପ୍ରଚଳନ କରିବା ପରେ ଏଟିଏମରୁ କେବଳ ୨୦୦୦ ଟଙ୍କିଆ ନୋଟ ବାହାରୁ ଥିଲା ।

ହେଲେ ଏବେ ଆଉ ୨୦୦୦ ଟଙ୍କା ନୋଟ ଦେଖିବାକୁ ମିଳୁନି ଏହା ପଛର କାରଣ କଣ । ୨୦୧୬ ନଭେମ୍ବର ୮ ତାରିଖର ରାତିକୁ କେହି ଭୁଲିବେନି । ରାତି ୧୨ଟା ପରଠାରୁ ଦେଶରେ ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବାକୁ ଘୋଷଣା କରିଥିଲେ । ଏହା ବଦଳରେ ଆସିଲା ୨୦୦୦ ଟଙ୍କିଆ ଓ ନୂଆ ୫୦୦ ଟଙ୍କିଆ ନୋଟ ।

ସେବେଠାରୁ ୫୦୦ ଟଙ୍କିଆ ନୋଟ ତ ଖୁବ ଚାଲିଛି ହେଲେ ୨୦୦୦ ଟଙ୍କିଆ ନୋଟ ଏଟିଏମ କିମ୍ବା ବ୍ୟାଙ୍କରୁ ଗାୟବ ହୋଇଯାଇଛି । ତେବେ ୨୦୦୦ ଟଙ୍କିଆ ନୋଟ ବଦଳରେ ୫୦୦ ଟଙ୍କିର ଟ୍ରାଞ୍ଜାକ୍ସନକୁ ଗୁରୁତ୍ଵ ଦେଉଛନ୍ତି ସରକାର । ଏହା ସରକାରଙ୍କ ଆର୍ଥିକ ନୀତିର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ବୋଲି କୁହାଯାଉଛି । ଦେଶରେ ଦୁର୍ନୀତିକୁ ରୋକିବା ସହ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୦୦ ଟଙ୍କିଆ ନୋଟ ଛପା ଆରମ୍ଭ ହୋଇଥିଲା ହେଲେ କାମ ଦେଲାନି ସରକାରଙ୍କ ଏହି ନୀତି ।

କାରଣ ଦୁର୍ନୀତି କମିବା ବଦଳରେ ବରଂ ୨୦୦୦ ଟଙ୍କିଆ ନୋଟ ଯୋଗୁଁ କଳା ବଜାରୀ ଅଧିକ ରୁ ଅଧିକ ବଢି ଚାଲିଲା । ଏହା ସହ ବଡ ମୂଲ୍ୟର ଟଙ୍କାକୁ ଜମା କରି ରଖିବା ଦ୍ଵାରା ଆର୍ଥିକ ଅବ୍ୟବସ୍ଥା ମଧ୍ୟ ଦେଖା ଗଲା । ବନ୍ଧୁଗଣ ଏହା ସହ ଏହି ନୋଟ ଦେଶର ଗରିବ ଶ୍ରେଣୀ ଓ ମାଧ୍ୟମ ଶ୍ରେଣୀର ଲୋକ ମାନଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଲା । ଲୋକେ ଖୁଚୁରା ପାଇବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେଲେ ଫଳରେ କ୍ରମଶଃ ଏହି ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ଭାରତୀୟ ରିଜର୍ବ ବ୍ୟାଙ୍କ ।

ତେଣୁ ୨୦୨୦ ମସିହାରେ ସମସ୍ତ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଆରବିଆଇ । ଏହା ପରେ ୨୦୨୦ ମାର୍ଚ୍ଚ ଠାରୁ ଦେଶର ପାଖାପାଖି ୨ ଲକ୍ଷ ୪୦ ହଜାର ଏଟିଏମରୁ ୨୦୦୦ ଟଙ୍କିଆ ନୋଟ ବାହାରିବା ବନ୍ଦ ହୋଇଗଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *