ଆସିଲା ସରକାରଙ୍କ ନୂଆ ନିୟମ, ଚୋରଙ୍କ ପାଇଁ ହେବ ମୁଣ୍ଡ ବ୍ୟଥାର କାରଣ, କିନ୍ତୁ ସାଧାରଣ ଓ ହାଇ ସିକ୍ଯୁରିଟି ନମ୍ବର ପ୍ଲେଟ ମଧ୍ୟରେ ପାର୍ଥକ୍ଯ କଣ ? ଜାଣନ୍ତୁ

ବନ୍ଧୁଗଣ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନର ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ଗାଡି ଅଛି ଏଣିକି ସେମାନେ ଧନୀ ହୁଅନ୍ତୁ ବା ଗରିବ । ସମସ୍ତ ଗାଡିରେ ନମ୍ବର ପ୍ଳେଟ ରହିଛି ଆଉ ଏହି ନମ୍ବର ପ୍ଳେଟକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଅନେକ ସମୟରେ ଯେତେବେଳେ ଗାଡି ଚୋରୀ ହୋଇଯାଏ ସେତେବେଳେ ଜଣା ପଡିନାଥା ଯେ, ଚୋର ଗାଡି ଚୋରୀ କରି କେଉଁଠି ନେଲା ।

ଅନେକ ଚୋର ଗାଡି ଚୋରୀ କରି ବଞ୍ଚି ଯାଇଥାନ୍ତି ହେଲେ ବର୍ତ୍ତମାନ ଏ ସବୁରେ ଲାଗିବ ବଡ ବ୍ରେକ । ଏବେ ଯେଉଁ ସବୁ ନୂଆ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲାଗୁଛି ତାହା ଚୋରକୁ ଧରିବ ଓ ଅପରାଧ ମଧ୍ୟ କମାଇବ । ଏହା ସହିତ ଯେଉଁ ମାନେ ନିୟମ ଉଲଂଘନ କରିବେ ସେମାନେ ଦଣ୍ଡ ପାଇବେ । ଏସଡିଏର ଜଏଣ୍ଟ କମିଶନର ଦୀପ୍ତି ରଞ୍ଜନ ପାତ୍ର ଏହାକୁ ନେଇ କହିଛନ୍ତି, ସାଧାରଣ ନମ୍ବର ପ୍ଳେଟ ଆଉ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ମଧ୍ୟରେ ବହୁତ ଫରକ ଅଛି ।

ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଳେଟରେ ସ୍ପର୍ଷ୍ଟ ଭାବରେ ଛୋଟ ଛୋଟ ଅକ୍ଷରରେ ଇଣ୍ଡିଆ ଲେଖା ହେଇଛି । ଏହି ନମ୍ବର ପ୍ଳେଟରେ ଏକ ଲେଜର କୋର୍ଡ ଅଛି ଆଉ ଏକ ହଲୋଗ୍ରାମ ଅଛି । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଳେଟଟି ହଟ ଏମ୍ବୋସିନ ପ୍ରୋସେସରେ ହେଉଛି । ସବୁଠାରୁ ବଡ କଥା ହେଉଛି ଏହି ନମ୍ବର ପ୍ଳେଟରେ ଲାଗିଥିବା ଲକ୍ । ଏହି ନମ୍ବର ପ୍ଳେଟଟି ଗାଡିରେ ଲଗାଇବା ପରେ ଆପଣ ଆଉ ଖୋଲି ପାରିବେ ନାହିଁ ।

 

କାରଣ ଏହି ଲକ୍ ଟି ଥରେ ଫିଟ ହେବା ପରେ ଆପଣ ଆଉ ଖୋଲି ପାରିବେନି । ଆପଣ ଏହାକୁ ଚେଷ୍ଟା କରି ଭାଙ୍ଗି ପାରିବେ ହେଲେ ଖୋଲି ପାରିବେନି । ଯଦି ଦୁର୍ଘଟଣା ବଶତଃ ଆପଣଙ୍କ ନମ୍ବର ପ୍ଳେଟ ଭାଙ୍ଗିଗଲା ତା ହେଲେ ଡୁପ୍ଳିକେଟ ନମ୍ବର ପ୍ଳେଟ ପାଇଁ ଆପଣ ଥାନାରେ ଏକ ଏଫଆଇଆର ଦେବେ । ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିବେ ଏହା ପରେ ଆରଟିଓ ଯାଞ୍ଚ କରି ଆପଣଙ୍କୁ ନମ୍ବର ପ୍ଳେଟ ଦେବ ।


ପୁରୁଣା ନମ୍ବର ପ୍ଳେଟରେ ଯେଉଁ ନଟ ଲାଗିଛି ଯଦି ସେହି ନଟର ବ୍ୟବହାର ହୁଏ ତା ହେଲେ ଯେଉଁ ଭେଣ୍ଡର ଏହି ନଟ ଲଗାଇବ ତା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ । ଗାଡି ଆଗରେ ଗୋଟେ ନମ୍ବର ପ୍ଳେଟ ଲାଗୁଛି ଗାଡି ପଛରେ ଏକ ନମ୍ବର ପ୍ଳେଟ ଲାଗୁଛି ଆଉ ତୃତୀୟ ନମ୍ବର ପ୍ଳେଟଟି ଗାଡିର ଫ୍ରଣ୍ଟ କାଚରେ ଲାଗୁଛି । ଏହି ତୃତୀୟ ନମ୍ବର ପ୍ଳେଟଟି ଗାଡିର ଭିତର ପଟରେ ଲାଗିଛି ।

ତେଣୁ ଆପଣ ଏହାକୁ ଟାଣି ଚିଣ୍ଡେଇବାକୁ ଚେଷ୍ଟା କରିଲେ ମଧ୍ୟ ଛିଡାଇ ପାରିବେ ନାହିଁ । ଏହା ଦ୍ଵାରା ଚୋର ଗାଡିକୁ ଚୋରୀ କରିଲେ ମଧ୍ୟ ନିଶ୍ଚୟ ଧରା ପଡିବ । ଆଉ ଯଦି ଆପଣ ଆଇନ ଭଙ୍ଗ କରନ୍ତି ତା ହେଲେ ଆପଣଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *