ଅସୁରକ୍ଷିତ ପାକିସ୍ଥାନ ! ବାତିଲ ହେଲା ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ମ୍ୟାଚ, ପଢନ୍ତୁ ପୁରା ଖବର

ବନ୍ଧୁଗଣ, ଖେଳ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ବାତିଲ କରିଲା ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ରାୱଲପିଣ୍ଡି ରେ ଉଭୟ ଟିମ ମଧ୍ୟରେ ଦିନିକିଆ ଖେଳା ଯାଇଥାନ୍ତା । ମାତ୍ର ଏହାର କିଛି ସମୟ ପୂର୍ବରୁ ବ୍ଲାକଆପ୍ସ ସିରିଜ ଖେଳିବାରୁ ଓହରି ଯାଇଅଛି । ସୁରକ୍ଷା ଦୃଷ୍ଟି କୋଣରୁ ପଡିଆକୁ ଓଲ୍ହାଇବା ନିମନ୍ତେ ଟିମ କୁ ବାରଣ କରାଯାଇଥିଲା । ସୂଚନା ଅନୁଯାୟୀ ଆଜି ପାକିସ୍ତାନ ଛାଡି ସ୍ଵଦେଶ ଫେରିବ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ।

କାରଣ ନ୍ୟୁଜିଲାଣ୍ଡ ଟିମ ପାକିସ୍ତାନ ଯାଇଥିବା ସମୟରେ ୨୦୦୨ ମସିହାରେ ଆ-ତ୍ମ-ଘା-ତି ଆ-କ୍ର-ମ-ଣ ହୋଇଥିଲା । ଏହା ପର ଠାରୁ ପାକିସ୍ତାନ କୁ କୌଣସି ଟିମ କ୍ରିକେଟ ଟୁର୍ନାମେଣ୍ଟ ନିମନ୍ତେ ଯାଇନଥିଲେ । ଏହା ପରେ ନ୍ୟୁଜିଲାଣ୍ଡ ସହିତ ଖେଳିବା ସମୟରେ ଏହିଭଳି ଘଟଣା ଘଟିଅଛି । ନ୍ୟୁଜଲାଣ୍ଡ ବର୍ତ୍ତମାନ ସ୍ଵଦେଶ କୁ ଫେରି ଯାଉଅଛି । କାରଣ ପାକିସ୍ତାନ ରେ ନ୍ୟୁଜିଲାଣ୍ଡ ଟିମ ନିଜକୁ ସୁରକ୍ଷିତ ଭାବୁ ନାହାନ୍ତି ।

ସୂଚନା ଅନୁଯାୟୀ ୨୦୦୯ ରେ ମଧ୍ୟ ହୋଟେଲ ଯିବା ସମୟରେ ପାକିସ୍ତାନ ଆ-ଟା-କ କରିଥିଲା । ଏହିଭଳି ସ୍ଥିତି କୁ ଆଖି ଆଗରେ ରଖି କୌଣସି ଖେଳାଳୀ ଖେଳି ପାରିବେ ନାହିଁ । ତାଙ୍କ ମନରେ ସବୁବେଳେ ଭ-ୟ-ର ବାତାବରଣ ସୃଷ୍ଟି ହେବ । ଏଣୁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଯେଉଁ ନିଷ୍ପତ୍ତି ନେଇଛନ୍ତି ଭଲ ନିଷ୍ପତ୍ତି ନେଇଛନ୍ତି । ମାତ୍ର ଅନେକ ବର୍ଷ ପରେ ଯେତେବେଳେ ନ୍ୟୁଜିଲାଣ୍ଡ ଖେଳିବାକୁ ଯାଇଥିଲା ପାକିସ୍ତାନ କୁ ସେଠାରେ ନ ଖେଳି ସ୍ଵଦେଶ କୁ ଫେରି ଯାଉଅଛି ଏଣୁ ପାକିସ୍ତାନ ର ରେକର୍ଡ ବର୍ତ୍ତମାନ ଆହୁରି ଖରାପ ହେଲା ।

ଏହି ସମସ୍ତ ପରିସ୍ଥିତି କୁ ଦୃଷ୍ଟି ରେ ରଖି ଅନ୍ୟ କୌଣସି ଟିମ ମଧ୍ୟ ପାକିସ୍ତାନ ର ମାଟିକୁ ଯିବାକୁ ଚୟନ କରିବେ ନାହିଁ । ନ୍ୟୁଜିଲାଣ୍ଡ ବ୍ୟତୀତ ଅନ୍ୟ କୌଣସି ଟିମ ପାକିସ୍ତାନ କୁ ଯିବାକୁ ଡରିବେ । ବର୍ତ୍ତମାନ ପାକିସ୍ତାନ ରେପୁଟେଶନ ନିଶ୍ଚିତ ଭାବରେ ବହୁତ ତଳକୁ ଯାଉଅଛି । ଏଣୁ ପାକିସ୍ତାନ ଟିମ ମଧ୍ୟ ପର୍ଫମ କରିବାକୁ ପଛଘୁଞ୍ଚା ଦେଇଛନ୍ତି । IPL କଥା ଦେଖିବାକୁ ଗଲେ ଭାରତକୁ ଆସିବାକୁ ସମସ୍ତେ ଚାହୁଁଛନ୍ତି ମାତ୍ର ପାକିସ୍ତାନ କୁ ଯିବାକୁ କେହି ଚାହୁଁ ନାହାନ୍ତି । ଏହିଭଳି ସ୍ଥିତି ରହିଲେ ପାକିସ୍ତାନ କ୍ରିକେଟ ର ଆର୍ଥିକ ସ୍ଥିତି ମଧ୍ୟ ଖରାପ ରହିବ । ବନ୍ଧୁଗଣ ଏହି ଗୁରୁତ୍ଵ ପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ କଣ ଅଟେ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *