Breaking News: ଏହି ସବୁ ସ୍ଥାନରେ ହେବ ବନ୍ୟା ! ସତର୍କ ସୂଚନା ଜାରି କଲେ SRC

ବନ୍ଧୁଗଣ, ତଳ ଅଞ୍ଚଳରେ ଯେଉଁ ମାନେ ଅଛନ୍ତି ବର୍ତ୍ତମାନ ସେମାନଙ୍କ ନିମନ୍ତେ ବିପଦ ମାଡି ଆସୁଛି । ବର୍ଷା ପାଣି କମିଥିବା ସମୟରେ ମାଡି ଆସୁଛି ବନ୍ୟା । ବର୍ତ୍ତମାନ ପୂର୍ଣ୍ଣିମା ପକ୍ଷ ରହିଥିବାରୁ ସମୁଦ୍ର ପାଣି ଟାଣୁନାହିଁ । ଓଡିଶା ଅତିକ୍ରମ କରି ଯେଉଁ ଲଘୁଚାପ ଥିଲା ତାହା ବର୍ତ୍ତମାନ ଛତିଶଗଡ ରେ ପହଞ୍ଛିଛି । ଏହା ଫଳରେ ଛତିଶ ଗଡରେ ବର୍ତ୍ତମାନ ପ୍ରବଳ ବର୍ଷା ହେଉଅଛି । ବୈତରଣୀ ନଦୀ ରେ ବର୍ତ୍ତମାନ ବିପଦ ସଙ୍କେତ ଅତିକ୍ରମ କରିଅଛି ।

କଟକ ମୁଣ୍ଡଳୀ ଦେଇ ବର୍ତ୍ତମାନ ୮ ଲକ୍ଷ କ୍ଵି ସେକ ଜଳ ପ୍ରଭାବିତ ହେଉଅଛି । ଶନିବାର ରାତି ରୁ ବନ୍ୟା ପରିସ୍ଥିତି ଉପୁଜୁଛି । ବନ୍ୟା ପରିସ୍ଥିତି ବର୍ତ୍ତମାନ ଏହି ୭ ଟି ଜିଲ୍ଲା ରେ ଦେଖିବାକୁ ମିଳିବ ତାହା ହେଉଛି,- କଟକ, ପୁରୀ, କେନ୍ଦ୍ରପଡା, ଜଗସିଂହ ପୁର, ଭଦ୍ରକ, ଯାଜପୁର, ଏବଂ ବାଲେଶ୍ଵର ଜିଲ୍ଲା ରେ ବନ୍ୟା ଆଶଙ୍କା ରହିଅଛି । ଏହି ଜିଲ୍ଲା ମାନଙ୍କରେ ଯେଉଁ ନଦୀ ଗୁଡିକ ପ୍ରବାହିତ ହେଉଛି ସେଥିରେ ଜଳସ୍ତର ବୃଦ୍ଧି ପାଉଅଛି ।

ଏହା ଛଡା ବର୍ତ୍ତମାନ ଆଉ ଏକ ଲଘୁଚାପ ରହିଅଛି ସେଠାରେ ମଧ୍ୟ ପ୍ରବଳ ବର୍ଷା ର ଆଶଙ୍କା କରାଯାଉଅଛି । ଉପର ମୁଣ୍ଡରେ ବହୁତ ବର୍ଷା ହେବା କାରଣରୁ ମହାନଦୀ ରେ ଛୋଟ ରୁ ମାଧ୍ୟମ ଧରଣର ବନ୍ୟା ଆସିପାରେ । ବୈତରଣୀ, ବୁଢାବଳଙ୍ଗ ଓ ଜଳକାର ରେ ଜଳସ୍ତର କମିବା ଆରମ୍ଭ ହୋଇଛି । ଏହା ବ୍ୟତୀତ ସମ୍ଭାବ୍ୟ ବନ୍ୟା କୁ ନେଇ ବର୍ତ୍ତମାନ ସତର୍କ କରାଇଛନ୍ତି ଏସଆରସି । ଉପକୂଳ ଜିଲ୍ଲା ର ଯେଉଁ ତଳି ଅଞ୍ଚଳ ରହିଅଛି ସେଠାରେ ବିପଦ ବଢୁଅଛି ।

ବର୍ତ୍ତମାନ ହୀରାକୁଦ ଉପର ମୁଣ୍ଡରୁ କ୍ୟୁସେକ କମିଛି । ଗତକାଲି ୫ ଲକ୍ଷ ୫୦ ହଜାର ଜଳ ପ୍ରବେଶ କରୁଥିବା ସମୟରେ ଆଜି ତାହା ୪ ଲକ୍ଷ ୭୦ ହଜାର କ୍ୟୁସେକ କୁ ହ୍ରାସ ପାଇଅଛି । ମହାନଦୀ ଅବବାହିକା ରେ ବିଶେଷ ସମସ୍ୟା ସୃଷ୍ଟି ହେବ ନାହିଁ । ଏହା ଛଡା ରାଜଘାଟ ଠାରେ ସୁବର୍ଣ୍ଣ ରେଖା ରେ ବଢୁଛି ଜଳସ୍ତର । ଘଣ୍ଟାକୁ ୪ ସେଣ୍ଟିମିଟର ହାରରେ ସୁବର୍ଣ୍ଣ ରେଖାର ଜଳସ୍ତର ବଢୁଥିବାରୁ ସେଠାରେ ବିପଦ ସଙ୍କେତ ରହିଅଛି ।

ବନ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ଙ୍କୁ ସଜାଗ ରହିବାକୁ କୁହାଯାଇଅଛି । ମହାନଦୀ ରେ ବର୍ତ୍ତମାନ ବିପଦ ସଙ୍କେତ ଦିଆଯାଇଅଛି । ସୁବର୍ଣ୍ଣରେଖା ନଦୀ ରେ ମଧ୍ୟ ସଙ୍କଟାପର୍ଣ୍ଣ ସ୍ଥିତି ଉପୁଜିଛି । ଆପଣ ମାନେ ବର୍ତ୍ତମାନ ସଜାଗ ରୁହନ୍ତୁ । ପ୍ରଶାସନ ବାରମ୍ବାର ସୂଚନା ଦେଉଅଛନ୍ତି । ବନ୍ଧୁଗଣ ବନ୍ୟା ସମ୍ବନ୍ଧରେ ଅଧିକ ଜାଣିବାର ଥିଲେ, ଆମ ପେଜ କୁ ଲାଇକ କରନ୍ତୁ । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *