ମାର୍କେଟ ଧମାଲ ମଚେଇଲା Abhijit Majumdar ଙ୍କ ନୂଆ ଗୀତ ‘ଜଣେ ବର୍ଷା ରାଣୀ ତ ଜଣେ ଟୁଙ୍ଗୁରୁ ଭୋଳ…’ Video ଦେଖିଲେ ହସି ହସି ଗଡିଯିବେ…

ବନ୍ଧୁଗଣ, ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଏବଂ ଭାଉଜ ବର୍ଷା ଙ୍କ ପ୍ରେମ କାହାଣୀ । ବର୍ତ୍ତମାନ ସ୍ଥାନେ ସ୍ଥାନେ ଟୁଙ୍ଗୁରୁ ଭୋଳ କୁ ନେଇ ଚର୍ଚ୍ଚା ଚାଲିଛି । ହସ୍ପିଟାଲ କୁ ଭାଉଜ ବର୍ଷା ଙ୍କୁ ଛାଡିବାକୁ ଯାଇ ବର୍ଷା ଙ୍କ ସୁନ୍ଦରତାରେ ପ୍ରେମରେ ପଡିଲେ ଟୁଙ୍ଗୁରୁ । ଏହାପରେ ଫୋନ ନମ୍ବର ଦିଆନିଆ ହେଲା । ଏବଂ ଘଣ୍ଟା ଘଣ୍ଟା ଧରି ଉଭୟ ଫୋନ ରେ କଥା ହେଉଥିଲେ । କଥାବାର୍ତ୍ତା ହେଉ ହେଉ ଟୁଙ୍ଗୁରୁ ବର୍ଷା ଙ୍କ ପାଇଁ ଗୋଲାପ ଫୁଲ ନେଇ ଆସନ୍ତି । ଏବଂ ବର୍ଷା ଙ୍କୁ ବହୁତ ଭଲ ପାଆନ୍ତି ବୋଲି କୁହନ୍ତି ଟୁଙ୍ଗୁରୁ ।

ବର୍ଷା ମଧ୍ୟ ନିଜ ସ୍ଵାମୀ ତଥା ପୁଅ ଙ୍କୁ ଛାଡି ଟୁଙ୍ଗୁରୁ ଙ୍କ ପ୍ରେମ ରେ ହଜିଗଲେ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଲା । ଏହିଭଳି ଉଭୟ ପ୍ରାଏ ଅଢେଇବର୍ଷ ଏକାଠି ରହିଲେ । କିନ୍ତୁ ହଠାତ ଟୁଙ୍ଗୁରୁ ଙ୍କ ମନ ବଦଳିଗଲା । ଭୁଲିଗଲେ ଭାଉଜ ବର୍ଷା ଙ୍କ ପ୍ରେମ । ଏବଂ କରିନେଲେ ଆଉ ଜଣଙ୍କ ସହିତ କୋର୍ଟ ମ୍ୟାରେଜ ।

ଏହା ଜାଣିବା ପରେ ଭାଉଜ ବର୍ଷା ଥାନାରେ ଟୁଙ୍ଗୁରୁ ଙ୍କୁ ନେଇ ପହଞ୍ଚିଲା । ଟୁଙ୍ଗୁରୁ ମୋର ବୋଲି ଜିଦ ଧରି ବସିଲେ । ତେବେ ବର୍ଷା ଙ୍କୁ ୪୦ ବର୍ଷ ହୋଇଥିବା ବେଳେ ଟୁଙ୍ଗୁରୁ ଙ୍କୁ ହୋଇଥିଲା ୨୧ ବର୍ଷ । ତଥାପି ବର୍ଷା ଟୁଙ୍ଗୁରୁ ଙ୍କୁ ଛାଡି ରହିପାରିବେ ନାହିଁ ବୋଲି କହିଲେ । ପୋଲିସ ସଂପୂର୍ଣ୍ଣ ଘଟଣା କୁ ବୁଝି ଉଭୟଙ୍କୁ ବୁଝାଇଲା ଏବଂ ଉଭୟ ବୁଝିଲେ ମଧ୍ୟ କିନ୍ତୁ ମଝିରେ ରହିଲା ଗୋଟିଏ ସର୍ତ୍ତ ।

ଏହି ସର୍ତ୍ତଟି ଥିଲା ଯେ ଟୁଙ୍ଗୁରୁ ମଝିରେ ମଝିରେ ବର୍ଷା ଙ୍କ ପାଖକୁ ଫୋନ କରିବେ । ତେବେ ଏହି ପ୍ରେମ କାହାଣୀ କୁ ନେଇ ବର୍ତ୍ତମାନ ଓଲିଉଡ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଏକ ଗୀତ ପରିବେଷଣ କରିଛନ୍ତି, ତାହା ହେଉଛି “ପାନରୁ ଚୂନ ମାଇଲା ଭଳି ମେକଅପ ନିଏ ଗୋରୀ, ମଝିରେ ନିଶା ଭାଉଜ ପ୍ରେମ ଦଉଛି ମୁଣ୍ଡ ଘୁରୀ” “ଜଣେ ବର୍ଷା ରାଣୀ ଜଣେ ଟୁଙ୍ଗୁରୁ ଭୋଳ” ।

ତେବେ ଏହି ଗୀତ କୁ ଗାଇଛନ୍ତି ଅଭିଜିତ ଏବଂ କଣ୍ଠଶିଳ୍ପୀ ଶୀତଲ । ତେବେ ବନ୍ଧୁଗଣ ଟୁଙ୍ଗୁରୁ ଭୋଳ ଙ୍କ ଗୀତ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *