ଭୟଙ୍କର ଘୂର୍ଣ୍ଣିଝଡ ! କ୍ୟାମରାରେ କଏଦ ହେଲା ପ୍ରଳୟ, ଆକାଶରେ ଉଡିଲା ଘରର ଛପର, ଦେଖନ୍ତୁ ଛାତିଥରା Video

ବନ୍ଧୁଗଣ ଏହି ମେ ମାସରେ ବାତ୍ୟା ହେବାର ଆଶଙ୍କା ଦେଖା ଦେଇଛି । ଆଉ ଅନେକ ମଡେଲ ବାତ୍ୟାକୁ ନେଇ ଆକଳନ ଆରମ୍ଭ କରିଛନ୍ତି । ତେବେ ଏହାରି ମଧ୍ୟରେ ଆମେରିକାର କାନ୍ସାସ ସହରରେ ହୋଇଥିବା ଏକ ଘୂର୍ଣ୍ଣୀ ଝଡର ଦୃଶ୍ୟ ସାମ୍ନାକୁ ଆସିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘୂର୍ଣ୍ଣୀ ଝଡ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

କ୍ୟାମେରା ଲେନ୍ସରେ ଆମେରିକାର କାନ୍ସାସ  ସହରର ଘୂର୍ଣ୍ଣୀ ଝଡର ପ୍ରଳୟଙ୍କାରୀ ଦୃଶ୍ୟ । ଘୂର୍ଣ୍ଣୀ ଝଡର ପ୍ରଭାବ ଏତେ ଅଧିକ ଥିଲା ଯେ ଭଉଁରୀ ଯୋଗୁଁ ଘରର ଛପର ଗୁଡିକ ପତ୍ର ଭଳି ଆକାଶରେ ଉଡିଥିଲା । ଏଥିଯୋଗୁଁ ବ୍ୟାପକ କ୍ଷୟ କ୍ଷତି ହୋଇଛି 15 ହଜାରରୁ ଅଧିକ ଘର କ୍ଷତି ଗ୍ରସ୍ତ ହୋଇଛି । ଅନେକ ଘରେ ବିଦ୍ୟୁତ ସଂଯୋଗ ବିଚ୍ଚନ ହୋଇଛି । ଏହି ଘୂର୍ଣ୍ଣୀ ଝଡରେ ତିନି ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ଆମେରିକାର ଆଉ କିଛି ସହରରେ ମଧ୍ୟ ଘୂର୍ଣ୍ଣୀ ଝଡର ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ଏହି ଘୂର୍ଣ୍ଣୀ ଝଡ ବେଳର ଦୃଶ୍ୟ ଆପଣ ମାନେ ଦେଖି ପାରୁଥିବେ କେତେ ଭୟଙ୍କର ରହିଥିଲା ଏହି ଘୂର୍ଣ୍ଣୀ ଝଡ । ଏହି ଘୂର୍ଣ୍ଣୀ ଝଡ ଛାତ, ଘର ସବୁ କିଛି ଉଡାଇ ଦେଇଛି । ରାସ୍ତାରେ ଯାଉଥିବା ଲୋକମାନେ ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଛନ୍ତି । ଏହି ଭିଡିଓ ଏବେ ସାମ୍ନାକୁ ଆସିଛି କେତେ ଭୟଙ୍କର ଘୂର୍ଣ୍ଣୀ ଝଡ ଆମେରିକାର କାନ୍ସାସ ସହରରେ ଦେଖିବାକୁ ମିଳିଛି ।

ଘୂର୍ଣ୍ଣୀ ଝଡ ଆମେରିକାରେ ଯେତେବେଳେ ହୁଏ ଅତି ଭୟଙ୍କର ହୋଇଥାଏ । ଯଦିଓ ଏହା ଭାରତରେ ଅତି ଭୟଙ୍କର ରୂପ ନେଇ ନଥାଏ । ଟର୍ନାଡୋ ଏକ ସ୍ପାନିସ ୱାର୍ଡ । ଏହା ହେବା ଦ୍ଵାରା ଅତି ଭୟଙ୍କର ସ୍ଥିତି ହୋଇଥାଏ ଓ ଅନେକ କ୍ଷୟ କ୍ଷତି ହୋଇଥାଏ । ଏହି ଘୂର୍ଣ୍ଣୀ ଝଡ ଘର ସହ ମଣିଷ ଓ ଅନେକ କିଛି କୁ ଉଡାଇ ନେଇଛି । ହେଲେ ଆଶ୍ଵସ୍ତି କର ଖବର ହେଉଛି ଆମ ଭାରତରେ ଏଭଳି ଭୟଙ୍କର ଘୂର୍ଣ୍ଣୀ ଝଡ ହେବାର ସମ୍ଭାବନା ନାହିଁ ।

ଜଳେଶ୍ଵର ନିକଟରେ ବହୁତ ବର୍ଷ ପୂର୍ବେ ଏକ ଭୟଙ୍କର ଘୂର୍ଣ୍ଣୀ ଝଡ ହୋଇଥିଲା । ହେଲେ ଆମ ଭାରତରେ ଏଭଳି ଭୟଙ୍କର ଘୂର୍ଣ୍ଣୀ ଝଡ ହେବ ନାହିଁ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *