‘ପୁଅଟିଏ ବେଡ଼ରେ ନ୍ୟୂଡ଼ କଲ କରି ଟଙ୍କା ନେଇ ପଳାଇଥିଲେ ଏବେ ଜେଲରେ ଥାନ୍ତା କିନ୍ତୁ ଝିଅ ବୋଲି…’ ରାଜଧାନୀର ଫେରାର ବୋହୁ ମାମଲାରେ ଦେଖନ୍ତୁ କଣ କହିଲେ ଓକିଲ ମହାଶୟ…

ବନ୍ଧୁଗଣ ଏବେ ଓଡିଶାରେ ନନ୍ଦିନୀଙ୍କ ଧୋକାବାଜ କାର୍ଣ୍ଣମାର ଚର୍ଚ୍ଚା ଜୋର ସୋରରେ ହେଉଛି । ବିବାହର ଗୋଟେ ଦିନ ପରେ ନନ୍ଦିନୀ ଘର ଛାଡି ଚାଲି ଯାଇଥିଲେ ଆଉ ଏହା ପରେ ତାଙ୍କ ସ୍ଵାମୀ ବଳରାମ ଥାନାରେ ଯାଇ ଅଭିଯୋଗ କରିଥିଲେ । ନନ୍ଦିନୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ବଳରାମ ଓ ତାଙ୍କ ପରିବାର । ଅନ୍ୟ ପକ୍ଷରେ ନନ୍ଦିନୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ କହୁଥିବାର ନଜର ଆସୁଛନ୍ତି ।

ତେବେ ଏହାରି ମଧ୍ୟରେ ଓଡିଶାର ବହୁ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାର ସୁମିତଙ୍କ ଓକିଲ ନିଜର ବୟାନ ଦେଇଛନ୍ତି । ସୁମିତଙ୍କ ଓକିଲ କହିଛନ୍ତି-‘ଏବେ ଯେଉଁ ପାର୍ଲର ବ୍ୟବସ୍ଥା ରହିଛି ତା ଭିତରେ ଯିଏ ବି ପଶି ବାହାରିଲା ସେ ରମ୍ଭା । ଆପଣ କରିବେ କଣ ଏଇଟା ଗୋଟେ ପ୍ରି-ପ୍ଳାନ ମ୍ୟାରେଜ ଥିଲା ପୁଅ ଘରକୁ ଲୁଟିବା ପାଇଁ ।

ଯାହାର ବ୍ୟାକଗ୍ରାଉଣ୍ଡ ବିଷୟରେ ଆପଣ ଜାଣି ନଥିବେ କି ତାଙ୍କୁ ଚିହ୍ନି ନଥିବେ ତା ହେଲେ ଆପଣ ଅସୁବିଧାରେ ପଡିବେ ନାହିଁ ତ ଆଉ କିଏ ପଡିବ । ପୋଲିସ କେଉଁ କାରଣ ବଶତଃ ମହିଳାଟିଏ ବୋଲି ଛାଡି ଦେଲାନି ତ ଏଇଟା ହେଉଛି ସବୁଠାରୁ ବଡ ପ୍ରଶ୍ନ । ତେବେ ଏହି ସମାଜ ଜାଗାରେ ଯଦି ଗୋଟେ ପୁରୁଷ ଏମିତି କରିଥାନ୍ତା ଏ ସମାଜ ତାକୁ କଣ କରିଥାନ୍ତା, ଏ ପୋଲିସ ତାକୁ କଣ କରିଥାନ୍ତା, ଏ ଗଣମାଧ୍ୟମ ତାକୁ କଣ କରିଥାନ୍ତା ଏମାନେ ତାକୁ ବରବାଦ କରି ସାରନ୍ତେଣି ।

ହେଲେ ପୋଲିସ ସେହି ମହିଳାକୁ ଛାଡିଦେଲେ ଆଉ ପୁଅ ଘର ଏ ଥାନାକୁ ସେ ଥାନାକୁ ଦୌଡୁ ଛନ୍ତି । ଯାହା ତ ଭୋଜି ଭାତରେ ଯେତେ ଟଙ୍କା ଖର୍ଚ୍ଚ କରିଲେ, ତେଣ୍ଟ ପାଇଁ ଯାହା ଟଙ୍କା ଖର୍ଚ୍ଚ ହେଲା । ବର୍ତ୍ତମାନ ସେମାନେ ଯେଉଁ ସୁନା ଅଳଙ୍କାର ଦେଇଥିଲେ ଆଉ ତାଙ୍କୁ ଯେଉଁ ଗିଫ୍ଟ ମିଳିଥିଲା ଦେଢ ଲକ୍ଷ ଟଙ୍କାର ସେ ଝିଅ ତାକୁ ନେଇ ପଳେଇଛି । ସବୁ ତ ପ୍ରମାଣ ଅଛି ବର୍ତ୍ତମାନ ପୋଲିସ ଚାହିଁଲେ ତାକୁ କଣ ବାହାର କରିପାରିବ ନାହିଁ ।

ପୋଲିସ ସବୁ କ୍ଷେତ୍ରରେ ବହୁତ ଭଲ କାମ କରୁଛି ହେଲେ ଯେଉଁ ମହିଳା ଅଛନ୍ତି ସେଇଠି ପୋଲିସ ଛାଡ ଦେଉଛି’ । ତା ହେଲେ ବନ୍ଧୁଗଣ ଓକିଲଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *