ନା ଅଛି ହାତ, ନା ଅଛି ଗୋଡ, ତଥାପି ଚଲାଉଛନ୍ତି ରିକ୍ସା, ଏବେ Anand Mahindra ଦେଲେ ଏହି ଅଫର, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ବିଚିତ୍ର ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ବନ୍ଧୁଗଣ ଏହି ଭିଡିଓଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ମଧ୍ୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ଏକ ବ୍ୟକ୍ତିଙ୍କ କାହାଣୀ ରହିଛି ।

ସେହି ବ୍ୟକ୍ତିଙ୍କର ନା ହାତ ଅଛି ନା ଗୋଡ ହେଲେ ସେ ବ୍ୟକ୍ତିଙ୍କ ମୁହଁରେ ଏକ ହସ ଅଛି ଯାହା ଜୀବନର ସମସ୍ତ ଦୁଃଖ କଷ୍ଟକୁ କମାଇ ଦେଉଛି । ବନ୍ଧୁଗଣ ଏହି ଭିଡିଓରେ ଜଣେ ବ୍ୟକ୍ତି ନଜର ଆସୁଛନ୍ତି ତାଙ୍କର ହାତ ଗୋଡ ନାହିଁ ହେଲେ ସେ ରିକ୍ସା ଚଲାଉ ଛନ୍ତି । ଏହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସାହାସକୁ ଦେଖି ସୋସିଆଲ ମିଡିଆରେ ଲୋକମାନେ ଏହି ବ୍ୟକ୍ତିଙ୍କର ବହୁତ ପ୍ରଶଂସା କରୁଛନ୍ତି ।

ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଉପରେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କ ନଜର ପଡିଥିଲା । ଆନନ୍ଦ ମଧ୍ୟ ଯେତେବେଳେ ଏହି ବ୍ୟକ୍ତିଙ୍କୁ ହାତ ଗୋଡ ନଥାଇ ରିକ୍ସା ଚଲାଉ ଥିବାର ଦେଖିଲେ ସେତେବେଳେ ସେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଭିଡିଓଟିକୁ ଦେଖି ଆନନ୍ଦ ମହିନ୍ଦ୍ରା ବ୍ୟକ୍ତି ପାଇଁ ବହୁତ ଅଧିକ ଖୁସି ହୋଇଗଲେ ଓ ବ୍ୟକ୍ତିଙ୍କୁ ଏକ ଚାକିରିର ଅଫର ଦେଲେ ।

ଆନନ୍ଦ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ବ୍ୟକ୍ତିଙ୍କ ଭିଡିଓ ଅପଲୋଡ କରି କ୍ୟାପ୍ସନରେ ଲେଖିଥିଲେ ଯେ, ଏହି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସାଧାରଣ ଜନତା ସହାୟତା କରନ୍ତୁ । ଏହି ଭିଡିଓଟି କେବେ ଓ କେଉଁଠିକାର ତାର ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ମିଳି ନାହିଁ । ଭିଡିଓରେ ଏହି ଦିବ୍ୟାଙ୍ଗ ବ୍ୟକ୍ତି ଜଣକ କହୁଛନ୍ତି, ସେ ଏହି ଗାଡିକୁ ଦୀର୍ଘ ପାଞ୍ଚ ବର୍ଷ ହେବ ଚଲାଉ ଛନ୍ତି ।

ବ୍ୟକ୍ତିଙ୍କ ଘରେ ସ୍ତ୍ରୀ, ଦୁଇଟି ଛୁଆ ଓ ତାଙ୍କ ବୁଢା ବାପା ଅଛନ୍ତି । ତେବେ ପରିବାରର ପୋଷଣ ପାଇଁ ବ୍ୟକ୍ତି ଜଣକ ରିକ୍ସା ଚଲାଉ ଥିବାର କଥା କହିଛନ୍ତି । ବନ୍ଧୁଗଣ ଏତେ କଷ୍ଟ ଓ ସଂଘର୍ଷ କରି ମଧ୍ୟ ବ୍ୟକ୍ତିଙ୍କ ମୁହଁରେ ହସ ଅଛି ଯାହା ଲୋକ ମାନଙ୍କ ମନକୁ ଜିତିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ କହିବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *