‘ବାରଣ୍ଡାରେ ବସିଲି ବୋଲି 3 ଟା କେସ କଲେ, ଘର ଭିତରେ ରହିଲେ …’ Sumit ଙ୍କ ପରିବାର ବିଷୟରେ Tapaswini ଯାହା କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବହୁ ଚର୍ଚ୍ଚିତ ସୁମିତ ତପସ୍ୱିନୀ ପାରିବାରିକ ବିବାଦ ବିଷୟରେ ଅଳ୍ପ ବହୁତ ଅବଗତ ହୋଇ ଥିବେ । ସୂଚନା ଅନୁସାରେ ସୁମିତ ଓ ତପସ୍ୱିନୀ ପ୍ରେମ କରି କୋର୍ଟ ମ୍ୟାରେଜ କରିଥିଲେ । ପରେ କିଛି ଭୁଲ ବୁଝାମଣା ପାଇଁ ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇ ଥିଲା । ତେବେ ଗତ ୪୪ ଦିନ ଧରି ତପସ୍ୱିନୀ ଶୀତ, କାକର କୁ ଖାତିର ନ କରି ସୁମିତ ଙ୍କ ସହ ତାଙ୍କ ଘରେ ରହିବା ଦାବି ରେ ନିଜ ଶ୍ୱଶୁର ଘର ସାମ୍ନା ରେ ଧାରଣାରେ ବସିଥିଲେ।

ତେବେ ସେ ନିଜର ଜିଦ ରେ ଅଟଳ ରହିଥିଲେ । ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ସେ ଏପରି ଧାରଣା ରେ ବସିବାର ନିଷ୍ପତ୍ତି ନେଇଥିଲେ । କିନ୍ତୁ କାଲି ତାଙ୍କ ଜିଦ ର ଜୟ ହୋଇ ଥିଲା । ତାଙ୍କୁ ଜିଲ୍ଲା ଜଜ କୋର୍ଟ ରୁ ଉଚିତ ନ୍ୟାୟ ମିଳିଥିଲା । ତେବେ ଗତ କାଲି ତପସ୍ୱିନୀ ଜିଲ୍ଲା ଜଜ କୋର୍ଟ ରେ ଦାଖଲ କରିଥିବା ପିଟିସନ ର ଶୁଣାଣି ପ୍ରକାଶ ପାଇଛି। ତେବେ ମାନ୍ୟବର କୋର୍ଟ ତପସ୍ୱିନୀ ଙ୍କୁ ନ୍ୟାୟ ଦେଇଛନ୍ତି । ମାନ୍ୟବର ଜିଲ୍ଲା ଜଜ କାଲି ଠାରୁ ହିଁ ତପସ୍ୱିନୀ ଙ୍କୁ ତାଙ୍କ ସ୍ୱାମୀ ସୁମିତ ଙ୍କ ସହ ତାଙ୍କ ଶ୍ୱଶୁର ଘରେ ରହିବା ପାଇଁ ଅର୍ଡର ଦେଇ ଥିଲେ ।

ତତ୍ସହିତ ପ୍ରତି ମାସର ୧୦ ତାରିଖ ପୂର୍ବରୁ ତପସ୍ୱିନୀ ଙ୍କ ପ୍ରତିପୋଷଣ ବାବଦକୁ ସୁମିତ ତପସ୍ୱିନୀ ଙ୍କୁ ୧୭ ହଜାର ଟଙ୍କା ଦେବେ ବୋଲି ମଧ୍ୟ ଅର୍ଡର ଦେଇ ଥିଲେ। ତାସହିତ ସୁମିତ ତଥା ତପସ୍ୱିନୀ ଉଭୟ ଉଭୟଙ୍କ ସହିତ ମିଳି ମିଶି ଚଳିବେ । କେହି କାହାକୁ ଆକ୍ଷେପ କରି କହିବେ ନାହିଁ । ତତ୍ସହିତ ଉଭୟଙ୍କ ପରିବାର ମଧ୍ୟ ଉଭୟଙ୍କ ସମ୍ପର୍କରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମାନ୍ୟବର ଜିଲ୍ଲା ଜଜ ରାୟ ପ୍ରକାଶ କରି ଥିଲେ ।

ତେବେ ତପସ୍ୱିନୀ ମାନ୍ୟବର ବିଚାରପତି ଙ୍କର ଏହି ରାୟ ରେ ଖୁସି ଥିବା ଗଣ ମାଧ୍ୟମ ସାମ୍ନା ରେ ପ୍ରକାଶ କରି ସାରିଛନ୍ତି । ତେବେ ଜିଲ୍ଲା ଜଜ ଙ୍କର ଗତ କାଲି ରାୟ ପ୍ରକାଶ ପାଇବା ପରେ ତପସ୍ୱିନୀ ଙ୍କୁ ତାଙ୍କ ଶ୍ୱଶୁର ଘରେ ରହିବା ପାଇଁ ରୁମ ଠିକ କରା ଯାଇଥିଲା । ତେବେ ସୁମିତ ଙ୍କ ବାପା ତପସ୍ୱିନୀ ଉପର ଘରେ ଏକା ରହିବେ ବୋଲି ସୂଚନା ଦେଇଥିଲେ । କିନ୍ତୁ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରାଯିବା ପରେ ପ୍ରମୋଦ କହିଛନ୍ତି ଯେ କୋର୍ଟ ର ଅର୍ଡର ବ୍ରହ୍ମାନଗର ସେକେଣ୍ଡ ଲାଇନ ରେ ପ୍ରମୋଦ ସାହୁ ଙ୍କ ଘରେ ତପସ୍ୱିନୀ ରହିବେ।କିନ୍ତୁ ସୁମିତ ବେଡ଼ ରୁମରେ ରହିବା ର କୌଣସି ଅର୍ଡର ନାହିଁ ।

ଏତଦ୍ବ୍ୟତୀତ ସେ ଜିଲ୍ଲା ଜଜ ରାୟ ରେ ଖୁସି ନାହାଁନ୍ତି । ତେଣୁ ସେ ଏହି ରାୟ କୁ ଚ୍ୟାଲେଞ୍ଜ କରି ହାଇ କୋର୍ଟ ର ଦ୍ୱାରସ୍ଥ ହେବେ । ସେଯାଏ ତପସ୍ୱିନୀ ତାଙ୍କର ଗୋଟିଏ ରୁମରେ ରହିବେ ଓ ସେଠାରେ ତାଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । କିନ୍ତୁ ତପସ୍ୱିନୀ କହିଛନ୍ତି କି ମୁଁ ତଳେ ଶୋଇବି ପଛେ କିନ୍ତୁ ସୁମିତ ଙ୍କ ରୁମରେ ରହିବି । ତେବେ ଏହା ସୂଚନା ମିଳିଛି କି ସୁମିତଙ୍କ ବାପା ହାଇ କୋର୍ଟ ରେ ଏନେଇ ଅପିଲ ଆବେଦନ କରିବେ।

ତେବେ ବର୍ତ୍ତମାନ ତପସ୍ୱିନୀ କହିଛନ୍ତି କି ମୁଁ ବାରଣ୍ଡା ରେ ବସିଲି ବୋଲି ମିଛ ରେ ତିନି ଚାରୋଟି କେଶ କରିଛନ୍ତି କି ଆମେ ତାଙ୍କୁ ଗୃହ ବନ୍ଦୀ କରି ରଖୁଛୁ ଏବଂ ଆମେ କଥା ହୋଇ ତାଙ୍କ ଗେଟ ଭାଂଗିଛୁ ଏଭଳି ଅନେକ ତା ଛଡା ପ୍ରମିଳା ମାଆ ଙ୍କ ନାମରେ ମଧ୍ୟ ବହୁତ କେଶ କରିଛନ୍ତି। ତେବେ ତାଛଡା ସେମାନେ କୋର୍ଟ ର ନିୟମ କୁ ଭଲ ଭାବରେ ମାନୁ ନାହାନ୍ତି ଯଦି ଉପର ଘର ରହିବା ଯୋଗ୍ୟ ହୋଇଥିବ କିମ୍ବା ହାଇଜିନ ଥିବ ତେବେ ଯାଇ ସେ ଘରେ ରହିବେ ଆଉ ତା ଛଡା କିଛି କରି ପାରିବେ ନାହିଁ କାରଣ ଘର ବାହାରେ ରହିଲେ ଏତେ କେଶ ଘର ଭିତରେ ରହିଲେ ଆହୁରି ଅନେକ କେଶ କରିବେ। ତେବେ ଜଣେ ଡାକ୍ତର ଙ୍କ ପତ୍ନୀ ଙ୍କୁ ଯେଉଁଭଳି ସମ୍ମାନ ଓ ଷ୍ଟାଟସ ରେ ରହିବା ଦରକାର ତାହା ସେହି ଘର କି ନାହିଁ ପ୍ରଶାସନ ଠିକ କରିବ।

Leave a Reply

Your email address will not be published. Required fields are marked *