‘ଝିଅକୁ ଯେଉଁ ପ୍ରକାର ଟର୍ଚର କରୁଛନ୍ତି…ଏଟା ଗୋଟେ ଦେଖଣା ସୁନ୍ଦର ବଉଳା ଗାଈ’ Tapaswini ଙ୍କ ଶ୍ଵଶୁରଙ୍କ ବିଷୟରେ Pramila ମା’ ଯାହା କହିଲେ ଶୁଣି ତାଜୁବ ହେଇଯିବେ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବ୍ରହ୍ମପୁର ର ଯୋଡ଼ି ଡାକ୍ତର ସୁମିତ ଓ ତପସ୍ୱିନୀ ଙ୍କ ବିବାଦ ଦୀର୍ଘ ଦିନ ଧରି ଚାଲି ରହିଥିଲା । କୋର୍ଟ ଉଭୟ ଙ୍କୁ ୭ ଦିନ ଏକାଠି ରହିବା ନିମନ୍ତେ ନିର୍ଦେଶ ମଧ୍ୟ ଦେଇଥିଲା । କିନ୍ତୁ ଏହା ପରେ ବି ଉଭୟ ଙ୍କ ସମ୍ପର୍କ ରେ କୌଣସି ପ୍ରକାର ସୁଧାର ଆସି ନଥିଲା । ତେବେ ୪ ତାରିଖ ଦିନ ଥିଲା ଏହି କେସ ର ଶୁଣାଣି । ଯେଉଁଥିରେ କୋର୍ଟ ତପସ୍ୱିନୀ ଙ୍କ ସପକ୍ଷରେ ନିଷ୍ପତ୍ତି ନେଇଥିଲା ଏବଂ ଶେଷରେ ତପସ୍ୱିନୀ ଙ୍କୁ ନ୍ୟାୟ ମିଳିଥିଲା ।

କୋର୍ଟ ତପସ୍ୱିନୀ ଙ୍କୁ ଶ୍ବଶୁର ଘରେ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲା ଏବଂ ତାଙ୍କର ଗୃହ ପ୍ରବେଶ ମଧ୍ୟ କରାଯାଇଥିଲା । କିନ୍ତୁ ଯାହା ଶୁଣିବାକୁ ମିଳୁଛି ଯେ, ତପସ୍ୱିନୀ ପ୍ରବେଶ କରି ନାହାନ୍ତି ନିଜ ଶ୍ବଶୁର ଘରକୁ । କାରଣ ତାଙ୍କୁ ନିଜ ସ୍ୱାମୀ ଙ୍କ ରୁମ୍ ରେ ରହିବାକୁ ଦେଲେ ନାହିଁ ତାଙ୍କୁ ଶ୍ବଶୁର । ଉପର ରୁମ୍ ଯେଉଁଠି ଅଳିଆ ଆବର୍ଜନା ରହିଛି ଏବଂ ସଫାସଫି କାର୍ଯ୍ୟ ମଧ୍ୟ ହୋଇନାହିଁ ସେଠାରେ ରହିବାକୁ କହିଥିଲେ ତପସ୍ୱିନୀ ଙ୍କୁ ।

ଯାହା ତପସ୍ୱିନୀ ଙ୍କୁ ଅରାଜି ଥିଲା । ତେବେ ଏହି ସମ୍ବନ୍ଧରେ ସମାଜସେବୀ ପ୍ରମିଳା କିଛି ମନ୍ତବ୍ୟ ଦେଇଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ସମାଜସେବୀ ପ୍ରମିଳା ଙ୍କ କହିବାନୁଯାୟୀ, ତପସ୍ୱିନୀ ଙ୍କ ଶ୍ବଶୁର ଘର ଲୋକ ତାଙ୍କୁ ପୂର୍ବରୁ ଟର୍ଚ୍ଚର କରି ଆସୁଛନ୍ତି । ବର୍ତ୍ତମାନ କୋର୍ଟ ର ରାୟ ଆସିବା ପରେ ମଧ୍ୟ ତାଙ୍କ ଶ୍ୱଶୁର ତାହାକୁ ଅମାନ୍ୟ କରିଛନ୍ତି ଏବଂ ସୁମିତ ଙ୍କ ସହିତ ତପସ୍ୱିନୀ ଙ୍କୁ ରହିବାକୁ ଦେଇ ନାହାନ୍ତି ।

ତପସ୍ୱିନୀ ଙ୍କ ଗୃହ ପ୍ରବେଶ ବେଳେ ତହସିଲଦାର ଓ ପୋଲିସ କର୍ମଚାରୀ ମାନେ ସମସ୍ତେ ଆସିଲେ କିନ୍ତୁ ତାଙ୍କର ଗୃହ ପ୍ରବେଶ ହୋଇ ପାରିଲା ନାହିଁ । ଯାହା ଦେଖଣା ସୁନ୍ଦର ବଉଳା ଗାଈ ଭଳି ପ୍ରତୀତ ହେଉଛି । କାଲି ଓ ଆଜି ସୁଦ୍ଧା ତପସ୍ୱିନୀ ବାହାରେ ହି ବସିଛନ୍ତି । ବର୍ତ୍ତମାନ ସୁଦ୍ଧା କେହି ହେଲେ ମଧ୍ୟ ଆସି ନାହାନ୍ତି । ତେବେ ସେ କହିଛନ୍ତି ଯେ, ତପସ୍ୱିନୀ ଘର ଭିତରକୁ ଯିବା ପରେ ହିଁ ସେ ମଧ୍ୟ ସେହି ସ୍ଥାନ ରୁ ହଟିବେ ।

ସେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରି କହିଛନ୍ତି ଯେ, ତାଙ୍କର କେବଳ ଏତିକି କାମନା କିପରି ତପସ୍ୱିନୀ ଘର ଭିତରକୁ ଭଲରେ ଯାଆନ୍ତୁ ଏବଂ ନିଜ ସ୍ୱାମୀ ଓ ଶାଶୁ ଶ୍ବଶୁର ଙ୍କ ସହିତ ଭଲ ରେ ରୁହନ୍ତୁ ଏବଂ ଏକ ନୂତନ ଜୀବନ ର ଆରମ୍ଭ କରନ୍ତୁ । ତେବେ ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *