ବଢୁଥିବା Omicron ମାମଲାକୁ ନଜରରେ ରଖି, ଓଡିଶା ସରକାର ଜାରି କଲେ ନୂଆ Guideline, ବଢିଲା ନାଇଟ କର୍ଫ୍ଯୁ, ଏହି ତାରିଖରୁ ବନ୍ଦ ହେବ School !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ପୁଣି କୋରନା ସଂକ୍ରମଣ ବଢୁଛି । ଏଥିପାଇଁ ପୁଣିଥରେ ରାଜ୍ୟ ରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ନାଇଟ କର୍ଫ୍ୟୁ ର ସମୟ ସୀମା ବଢ଼ିଛି । ରାଜ୍ୟ ର ସମସ୍ତ ସହରାଞ୍ଚଳରେ ରାତି ୯ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗିବ । ଆସନ୍ତା ୭ ତାରିଖ ସକାଳ ରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ଏହି ନୂତନ କଟକଣା । ରାଜ୍ୟ ରେ ସ୍କୁଲ ଓ କଲେଜ ରେ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଳାସ ବନ୍ଦ ରହିବ ।

କେବଳ ୮ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଏସେସମେଣ୍ଟ ପରୀକ୍ଷା ଚାଲିବ । କିନ୍ତୁ ଅନଲାଇନ ରେ ଜାରି ରହିବ ପାଠପଢ଼ା । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଗାଇଡ଼ ଲାଇନ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଏହି କୋରନା ଯୁଦ୍ଧ ବେଳେ ଆମେ ନିଜ ଜୀବିକା ପ୍ରତି ସଜାଗ ରହିବା । ଏହାକୁ ଆଖି ରେ ରଖି ଅତି ଅଧିକ କଟକଣା ଜାରି କରାଯାଇ ନାହିଁ ।

ରାଜ୍ୟ ରେ କେବଳ ସମସ୍ତ ସହର ରେ ରାତି ୧୦ଟା ପର ଠାରୁ ନାଇଟ କର୍ଫ୍ୟୁ ଜାରୀ ଥିଲା ଯାହା ବର୍ତ୍ତମାନ ରାତି ୯ ଟା ରେ ପରିବର୍ତ୍ତନ କରାଯାଇଛି । ଏହି ସମୟ ରେ ସମସ୍ତ ସପିଂ କମ୍ପ୍ଲେକ୍ସ ମାର୍କେଟ, ମଲ୍ ଆଦି ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । କିଛି ସ୍ଥାନରେ ବର୍ତ୍ତମାନ ମାଟ୍ରିକ ର ଏସେସମେଣ୍ଟ ପରୀକ୍ଷା ଚାଲିଛି ତାହା ଜାରି ରହିବ ।

ଏହା ବ୍ୟତୀତ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଳାସ ବନ୍ଦ ରହିବ କିନ୍ତୁ ସେମାନଙ୍କ ପାଠ୍ୟକ୍ରମ ଅନଲାଇନ ମାଧ୍ୟମରେ ଜାରି ରହିବ । ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ରେ ପଢ଼ୁଥିବା ପିଲା ମାନଙ୍କ ପାଇଁ ତାଙ୍କର ଅଭିଭାବକ ଙ୍କ ସହ ଆଲୋଚନା କରି ତାଙ୍କର ପରାମର୍ଶ କ୍ରମେ ବ୍ୟାଚ ରେ ଡାଉଟ କ୍ଲିଅରିଂ କ୍ଳାସ ମଧ୍ୟ କରି ପାରିବେ ।

ତେବେ ବର୍ତ୍ତମାନ ସ୍ଥିତି କୁ ଦେଖି ସରକାର ଏଭଳି ଗାଇଡ଼ ଲାଇନ ଜାରି କରିଛନ୍ତି । ଯାହାକୁ ନ ମାନିବା ଦ୍ୱାରା ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି । ତେବେ ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *