ଆଶ୍ଚର୍ଯ୍ୟ ! 12 ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣିଷ ହେଲା କୁକୁର, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ମଣିଷ ଯାହା ଚାହୁଁଛି ତାହା କରୁଛି । ଝିଅରୁ ପୁଅ ହେଇପାରୁଛି ତ ପୁଅରୁ ଝିଅ ହେଇପାରୁଛି । ହେଲେ ଏଠି ଜଣେ ମଣିଷ କୁକୁର ହୋଇଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖି ଆପଣ ଆଚମ୍ବିତ ହୋଇଯିବେ । ଭାଇରାଲ ହେଉଥିବା ଭିଡିଓରେ ଏକ କୁକୁର ଖେଳୁଛି, ବୁଲୁଛି, ସଲାମ କରୁଛି ମଝିରେ ମଝିରେ ଗୋଡ ହଲାଇ ଖୁସି ହେଉଛି ।

ବେଳେବେଳେ ପଛକୁ ଘୁଞ୍ଚି ଯାଉଛି ତ ଆଉ କେତେବେଳେ ଶୋଇ ପଡୁଛି । ଉପରକୁ ଅନେଇ କିଛି ଚିନ୍ତା କରୁଛି ତ ପାଟି ଖୋଲି କିଛି କହିବା ପାଇଁ ଚିନ୍ତା କରୁଛି । ଆପଣ ଭାବୁଥିବେ ଘରେ ପୋଷା ମାନି ରହୁଥିବା ଗୋଟେ କୁକୁରର ସ୍ଵଭାବ ଠିକ ଏମିତି । ଏ ଘଟଣାରେ ନୂଆ କଣ ରହିଛି । ବନ୍ଧୁଗଣ ଆପଣ ଯେଉଁ କୁକୁର ଦେଖୁଛନ୍ତି ଅସଲରେ ତାହା କୁକୁର ନୁହେଁ । ଏ ହେଉଛନ୍ତି ଜଣେ ମଣିଷ ହେଲେ ରୂପ ନେଇଛନ୍ତି କୁକୁରର ।

ଚାଲି ଚଳନ ଓ ରୂପ ରଙ୍ଗ କୁକୁରର ହେଲେ ଏହି କୁକୁର ଭିତରେ ରହିଛନ୍ତି ଜଣେ ମଣିଷ । ଏହି କଥାଟି ଆପଣଙ୍କୁ ବିଶ୍ଵାସ ହେଉ ନଥିଲେ ମଧ୍ୟ ଏହା ସତ । ଏ କୁକୁର ଭିତରେ ରହିଛି ଜଣେ ମଣିଷଙ୍କ ଆତ୍ମା ଓ ଶରୀର । ଏହି ଆଧୁନିକ ଯୁଗରେ ମଣିଷ ଯାହା ଚାହୁଁଛି ତାହା କରୁଛି । ଆଉ କୁକୁର ଭିତରେ ମଣିଷର ଏଭଳି ଅବତାର ଆପଣ ଆଗରୁ କେବେ ଦେଖି ନଥିବେ ।

ଏହି ବ୍ୟକ୍ତି ପିଲା ବେଳରୁ ପଶୁ ମାନଙ୍କୁ ବହୁତ ଭଲ ପାଉଥିଲେ ଆଉ ଇଛା ଥିଲା କୁକୁର ଭଳି କିଛି ସମୟ ବଞ୍ଚିବା ପାଇଁ ଆଉ ଏବେ ତାଙ୍କ ସ୍ଵପ୍ନ ପୂରଣ ହୋଇଛି । ଜାପାନର ଜଣେ ବ୍ୟକ୍ତି ନିଜେ ଇଚ୍ଛା ବଳରେ ଆଜି ମଣିଷରୁ କୁକୁର ପାଲଟି ଛନ୍ତି । ତାଙ୍କର ପିଲା ଦିନରୁ ଇଛା ଥିଲା ସେ ଦିନେ କୁକୁର ଭଳି ଦିଶିବେ କାରଣ କୁକୁରର ସ୍ଵଭାବ ତାଙ୍କୁ ବେସ ଭଲ ଲାଗେ । ଏହି ବ୍ୟକ୍ତିଙ୍କ ନାମ ହେଉଛି ଟୋକୋ । ଜାପାନର ମିଡିଆ ରିପୋର୍ଟସ ଅନୁସାରେ ଟୋକୋ କୁକୁରର ଏକ ଡ୍ରେସ ବ୍ୟବହାର କରୁଛନ୍ତି ।

ଏହି କୁକୁର ଡ୍ରେସ ପାଇଁ ସେ 12 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଡ୍ରେସର ଡିଜାଇନ କରିବା ପାଇଁ ଡିଜାଇନରଙ୍କୁ ଲାଗିଥିଲା 40 ଦିନ । ଟୋକୋ କୁକୁରକୁ ସବୁଠାରୁ ଅଧିକ ଭଲ ପାନ୍ତି । ସେଥିପାଇଁ ମନରେ ଏଭଳି ଏକ ପରିକଳ୍ପନା ସୃଷ୍ଟି ହୋଇଥିଲା ଯାହା ଏବେ ବାସ୍ତବ ଭଳି ହୋଇଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଟୋକୋଙ୍କର ଏହି ଭିଡିଓଟି ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *