ଏପଟେ ସାଇବର ଥାନାରେ ବର୍ଷା, ସେପଟେ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି…ଦେଖନ୍ତୁ Video

ବନ୍ଧୁଗଣ ବିଜେଡି ସାଂସଦ ଅନୁଭବ ମହାନ୍ତି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଅନେକ ଦିନ ଧରି ଅନୁଭବ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ତେବେ ଗତ କାଲି ଅନୁଭବ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ପ୍ରାୟ ଅଧ ଘଣ୍ଟା ଏ ଭିଡିଓରେ ସେ ନିଜ ମନର କଥା କହିଛନ୍ତି । ବର୍ଷାଙ୍କୁ ସେ ଭଲ ପାଇ ବାହା ହୋଇଥିଲେ ଆଉ ଏହି ଭିଡିଓରେ ସେ ଭଲ ପାଇ ଭୁଲ କରିବା କଥା ସେ କହିଛନ୍ତି ।


ଅନୁଭବ କହିଛନ୍ତି 2008ରେ ସେ ବର୍ଷାଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଆଉ ତାଙ୍କ ଛଡା ସେ ଆଉ କାହା କଥା ଭାବି ନଥିଲେ । କିନ୍ତୁ ଏବେ ସେ ବହୁତ ବଡ ଭୁଲ କରିଛନ୍ତି । ତେବେ ବନ୍ଧୁଗଣ ଅନୁଭବଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସେ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ।

ଫେସବୁକ ପେଜରେ କେହି ଜଣେ ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡା ବୋଲି ପୋଷ୍ଟ କରୁଛି । ଏହି ପେଜ ବର୍ଷାଙ୍କୁ ବଦନାମ କରୁଛି । କିଏ ସେ ଚକ୍ରାନ୍ତକାରୀ ଆକୁ ନେଇ ଏବେ ବହୁତ ଚର୍ଚ୍ଚା । ସବୁଠାରୁ ବଡ କଥା ଏହି ପେଜ ଆଉ ଅନୁଭବଙ୍କର କିଛି ସମ୍ପର୍କ ନାହିଁ ତ । ଫେସବୁକ ପେଜ ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡା ପୋଷ୍ଟକୁ ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ।

ବର୍ଷାଙ୍କ ମତରେ ଏହି ପେଜ ମାଧ୍ୟମରେ କେହି ଜଣେ ଅଜଣା ବ୍ୟକ୍ତି ବର୍ଷାଙ୍କ ସମ୍ବନ୍ଧରେ ଅନେକ ବିଭ୍ରାନ୍ତକାରୀ ତଥ୍ୟ ଅସମ୍ମାନ ଜନକ ଟିପ୍ପଣୀ ଦେଇ ବିଭିନ୍ନ ପୋଷ୍ଟ ଓ ଭିଡିଓ ମାଧ୍ୟମରେ ତାଙ୍କ ଚରିତ୍ରକୁ ତଳେ ପକାଉଛନ୍ତି । ଆଉ ଏହି ଫେସବୁକ ପେଜର ପୋଷ୍ଟ ତାଙ୍କୁ କଳଙ୍କିତ କରି ଚାଲିଛି । ଆଉ ଏହାକୁ ନେଇ ପୋଲିସ ମାମଲା ମଧ୍ୟ ରୁଜୁ କରିଛି । ଏହା ଆଧାରରେ ଏହି ସୋସିଆଲ ମିଡିଆ ଆକାଉଣ୍ଟ କିଏ ବ୍ୟବହାର କରୁଥିଲେ ଆଉ ବିବାଦୀୟ ଲେଖା କିଏ ପୋଷ୍ଟ କରୁଛନ୍ତି ତାଙ୍କୁ ଖୋଜୁଛି ପୋଲିସ ।

ଆଉ ଠିକ ଏତିକି ବେଳେ ବର୍ଷାଙ୍କ ପୋଷ୍ଟକୁ କାଉଣ୍ଟର କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଅନୁଭବ ନିଜ ପୋଷ୍ଟରେ ଲେଖିଛନ୍ତି, ଜଣେ ଜନ ପ୍ରତିନିଧି ହୋଇ ସୋସିଆଲ ମିଡିଆରେ ଏଭଳି ଲେଖିବାକୁ ପଢୁଥିବାରୁ ମୁଁ ଖୁବ ଦୁଃଖିତ । କିନ୍ତୁ ମୁଁ ଚୁପ ହୋଇ ବସି ପାରିବି ନାହିଁ ଏଭଳି ମିଛ ଲୋକଙ୍କୁ ବିଶ୍ଵାସ ନକରିବାକୁ ମୁଁ ଓଡିଶା ପୋଲିସ ଓ ସାଇବର ବିଭାଗକୁ ଅନୁରୋଧ କରୁଛି । କାରଣ ସେ ଜଣେ ନୁହନ୍ତି ଏହା ପଛରେ ଏକ ଟିମ କାମ କରୁଛି । ତା ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *