‘ମାରିବ ଯଦି ମତେ ମାରିଦିଅ କିନ୍ତୁ ମୋ ସମ୍ବଲପୁରୀ ଫିଲ୍ମ ରିଲିଜ ହେଲା ପରେ…’ Jojo ଙ୍କୁ କିଏ ଓ କାହିଁକି କଲେ କିଡନାପ, ଦେଲେ ଏମିତି ଧମକ, ଏନେଇ କଣ କହୁଛନ୍ତି ଜୋଜୋ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ହାସ୍ୟ ଅଭିନେତା ଯୋଗେସ ଯୋଯୋଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଯୋଗେସ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଯୋଗେସଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି ଯେଉଁଥିରେ ଯୋଗେସ ଅନେକ କମେଡି ଭିଡିଓ ଅପଲୋଡ କରି ଲୋକ ମାନଙ୍କୁ ହସେଇ ଥାନ୍ତି ।

ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ଚର୍ଚ୍ଚାରେ ରହୁଥିବା ଯୋଯୋ ଆଜି କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ଯୋଗେସଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଏହି ଭିଡିଓରେ ଯୋଗେସ କାନ୍ଦି କାନ୍ଦି ନିଜ ଫ୍ୟାନ ମାନଙ୍କୁ ଏକ ମେସେଜ ଦେଇଛନ୍ତି । ତେବେ ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଯୋଗେସ କାନ୍ଦି କାନ୍ଦି କହିଛନ୍ତି-‘ମୋ ସହିତ ଗୋଟେ ବହୁତ ବଡ ଘଟଣା ଘଟି ଯାଇଛି । ମୁଁ ଗତ କିଛି ଦିନ ତଳେ ମୋର ସବୁ ସୋସିଆଲ ମିଡିଆ ଆକାଉଣ୍ଟ ଆଉ ୟୁଟ୍ୟୁବରେ ଏକ ପୋଷ୍ଟ ଛାଡିଥିଲି ସେହି ପୋଷ୍ଟରେ ଥିଲା ମୁଁ ରିଲ ଲାଇଫରେ ଆଉ ରିଅଲ ଲାଇଫରେ ନଜର ଆସିବିନି । ମୁଁ ଏହା କାହା କଥା ଶୁଣି କରି ନଥିଲି ଆମ ପରିବାରରେ ଟିକେ ବିଶୃଙ୍ଖଳା ଥିଲା । ମୋ ସ୍ତ୍ରୀ ସହ ମୋର ଝଗଡା ହୋଇଥିଲା ।

ମୁଁ ଯେତେବେଳେ କୋରାପୁଟ ସୁଟିଙ୍ଗ ପାଇଁ ଯାଇଥିଲି ଘରକୁ ଆସିଲା ବେଳେ ଘର ତାଲା ପଡିଥିଲା ସେ ତାର ସାଙ୍ଗ ଘରକୁ ଯାଇଥିଲା । ସେଦିନ ମୁଁ ଚିନ୍ତାରେ ଆସି ଏଭଳି ପୋଷ୍ଟ କରିଥିଲି । ମୋ ୱାଇଫ ଘରକୁ ଆସିନଥିଲା ତେଣୁ ମୁଁ 3 ଦିନ ଯାଏଁ ଷ୍ଟୂଡିଓରେ ରହିଛି । ମୋ ସହ ମୋ ପୁତୁରା ଥିଲା ହେଲେ ତୃତୀୟ ଦିନରେ ମୋ ପୁତୁରା ଘରକୁ ଯାଇଥିଲା ଡ୍ରେସ ଚେଞ୍ଜ କରିବାକୁ । ସେତେବେଳେ ଦୁଇଟି ଲୋକ ଷ୍ଟୂଡିଓ ବାହାରକୁ ଆସିଲେ ତାଙ୍କ ମୁହଁରେ ଗାମୁଛା ଗୁଡାଇ ଆସିଥିଲେ ।

ମୁଁ ସିସିଟିଭିରେ ଦେଖୁଥିଲି । ଗୋଟେ ମୋଟା ହେଇକି ଥିଲେ ଆଉ ଗୋଟେ ପତଳା ହେଇକି ମୁଁ ତାଙ୍କୁ ଜାଣି ନାହିଁ । ମୁଁ ଭାବିଲି ମୋର ପ୍ରଶଂସକ ହୋଇଥିବେ ହେଲେ ସେମାନେ ଆସୁ ଆସୁ ମୋ ଉପରେ ଚାର୍ଜ କଲେ ଆଉ ମୋ ବେକରେ ବନ୍ଧୁକ  ଲଗାଇଲେ । ମୋତେ କହିଲେ ତୁ ଆମ ଧମକକୁ ହାଲୁକାରେ ନେଇଗଲୁ ବଞ୍ଚିବାର ଅଛି ଯଦି ଏ ଭିଡିଓ ଲାଇନ ଛାଡି ଦେ । ସେମାନେ ମୋତେ ନେଇଗଲେ ଆଉ ବହୁତ ପିଟିଲେ ।

ମୁଁ ଫିଲ୍ମଟି କରିଦେଲି ଯେ କଣ ଭୁଲ କରିଦେଲି । ମୁଁ ଫିଲ୍ମ ବନେଇଛି କାହାକୁ କଣ ଟଙ୍କାଟେ ମାଗିଛି । ସବୁ କହୁଛନ୍ତି କେସ ଦେ କେସ ଦେଲେ କଣ ହେବ । ଯେଉଁ ଗାଡିରେ ମୋତେ ନେଇଥିଲେ ଗାଡିର ନମ୍ବର ନାହିଁ ମୁଁ ତାଙ୍କୁ ଚିହ୍ନିନି କାହା ନାଁରେ କେସ ଦେବି । ଯେଉଁ ଭାଇ ମାନେ ମୋତେ ନେଇ ଯାଇଥିଲେ ସେମାନେ ବି ଯଦି ଦେଖୁଛ ମୁଁ ଖାଲି ଏତିକି କହିବାକୁ ଚାହୁଁଛି ମତେ ଖାଲି ଗୋଟେ ସମ୍ବଲପୁରୀ ଫିଲ୍ମ କରିବାର ଅଛି । ଫିଲ୍ମ ବନେଇବା ପରେ ତମେ ମୋତେ ମାଆରିଇଦିଅ ମୋର କିଛି ଆପତ୍ତି ନାହିଁ’ ।

Leave a Reply

Your email address will not be published. Required fields are marked *