ବାପ ସହିତ ପଡିଗଲା ମହଙ୍ଗା ! ମାଙ୍କଡ ସହିତ ଯାହା ହେଲା ଦେଖିଲେ ନିଜ ହସକୁ ଅଟକେଇ ପାରିବେନି, ଦେଖନ୍ତୁ ଏହି Video

ବନ୍ଧୁଗଣ ମଣିଷ ହେଉ କି ପଶୁ ଯେତେବେଳେ କାହା ପାଖରେ ଅଧିକ ଶକ୍ତି ଥାଏ ତାର ଅହଂକାର ବହୁତ ବଢିଯାଏ ଆଉ ସେମାନେ ନିଜ ଠାରୁ ଛୋଟ ବା ଦୁର୍ବଳ ଜୀବ ମାନଙ୍କୁ ହଇରାଣ କରିଥାନ୍ତି । ହେଲେ ଅନେକ ଥର ଏହି ଜୀବ ନିଜ ଅହଂକାର ପାଇଁ ଭୁଲ ଶତ୍ରୁ ଆଗରେ ହାବୁଡି ଯାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ପଶୁ ମାନଙ୍କର କିଛି ଏଭଳି ଫନି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ବହୁତ ହସିବେ । 


୧. ବନ୍ଧୁଗଣ ସାପ ଆଉ ବୁଢିଆଣୀ ମଧ୍ୟରେ ସାପ ହେଉଛି ଶିକାରୀ ଆଉ ବୁଢିଆଣୀ ହେଉଛି ଶିକାର । ହେଲେ ବ୍ରାଉନ ବିଣ୍ଡୋ ସ୍ପାଇଡ଼ର ନିଜ ଠାରୁ ୩୦ ଗୁଣ ଅଧିକ ବଡ ଜୀବକୁ କାବୁ କରିବା ସହ ସେମାନଙ୍କୁ ଖାଇ ଦିଅନ୍ତି । ଆମ ପ୍ରଥମ ଭିଡିଓରେ ଗୋଟେ ସାପ ଏହି ପ୍ରଜାତିର ବୁଢିଆଣୀକୁ ନିଜ ଶିକାର କରୁଥିଲା ହେଲେ ନିଜେ ଶିକାର ହେଇଗଲା । 

୨. ଅକ୍ଟୋବର ୨୦୨୧ରେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ ହୋଇଥିଲା । ଆଉ ଦେଖୁ ଦେଖୁ ଏହି ଭିଡିଓଟି ଭାଇରାଲ ହେଇଗଲା । ବନ୍ଧୁଗଣ ଏକ ଜଙ୍ଗଲକୁ କିଛି ଲୋକ ସଫାରି ଗାଡିରେ ବୁଲିବାକୁ ଯାଇଥିଲେ । ସେମାନଙ୍କ ଆଗରେ ଏକ ବାଘ ଯାଉଥିଲା ଆଉ ବାଘ ପଛରେ ଏକ ଭାଲୁ । ଭାଲୁକୁ ଦେଖି ବାଘ ତାକୁ ଡରେଇବାକୁ ଲାଗିଲା ହେଲେ ସେହି ସମୟରେ ଭାଲୁ ଦୁଇଟି ଗୋଡରେ ଛିଡା ହୋଇ ଗଲା ଯାହାଫଳରେ ବାଘ ସରେଣ୍ଡର । 

https://www.youtube.com/watch?v=wSp15BeEWew

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଏକ ଚିମ୍ପାଜି ନିଜ ଠାରୁ ଛୋଟ ଜୀବକୁ ଆଙ୍ଗୁଠି ମାରି ହଇରାଣ କରୁଥିଲା । ଜାଲି ଭିତରେ ହାତ ପୁରାଇ ଚିମ୍ପାଜିଟି ସେହି ଜୀବକୁ ବାରମ୍ବାର ଆଙ୍ଗୁଠି ମାରୁଥିଲା ହେଲେ ସେହି ସମୟରେ ସେହି ଛୋଟ ଜୀବଟି ଚିମ୍ପାଜି ଆଙ୍ଗୁଠିକୁ କାମୁଡି ଦେଲା । ଆଉ ତା ପରେ ଚିମ୍ପାଜିର ଅବସ୍ଥା ଯାହା ହେଲା ଆପଣ ମାନେ ନିଜେ ଦେଖନ୍ତୁ । 


୪. ବନ୍ଧୁଗଣ ଆମ ଚତୁର୍ଥ ଭିଡିଓରେ ଏକ ଚିତାବାଘ ବୁଲୁଛି ହେଲେ ସେ ଜାଣି ନାହିଁ ତା ପାଖରେ ଏକ ସିଂହ ଆସି ଲୁଚି ରହିଥିଲା । ଚିତାବାଘଟିକୁ ସିଂହ ଶିକାର କରିବା ପାଇଁ ଜଗି ରହିଥିଲା । ହେଲେ ଠିକ ସମୟରେ ଚିତାବାଘ ସିଂହକୁ ଦେଖି ପାରିଥିଲା ଆଉ ସେ ଜାଗରୁ ଚମ୍ପଟ ମରିଥିଲା । 


୫. ସେପ୍ଟେମ୍ବର ୨୦୧୯ରେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ ହୋଇଥିଲା । ଏହି ଭିଡିଓରେ ଗୋଟେ ପୋଷା ମାଙ୍କଡ ନିଜ ମାଲିକର ଗାଈ ସହ ଲାଗୁଛି ଆଉ ତାକୁ ହଇରାଣ କରୁଛି । ହେଲେ ବନ୍ଧୁଗଣ ସେହି ସମୟରେ ଗାଈଟି ନିଜ ଅସଲି ରୂପ ଦେଖାଇଲା ଆଉ ମାଙ୍କଡକୁ ଶୁଣ୍ଡରେ ଭୁଷିବାକୁ ଲାଗିଲା ଏହା ପରେ ମାଙ୍କଡ ନିଜ ଜୀବନ ବଞ୍ଚାଇ ସେ ଜାଗରୁ ଚାଲିଗଲା । 

Leave a Reply

Your email address will not be published. Required fields are marked *