ନିଜ ଝିଅକୁ ଜବରଦସ୍ତ ପାଖରେ ଶୁଆଇଲା ମଦୁଆ ପିତା, ପୁଣି ତାସର ବାଜି ଉପରେ ଲଗାଇଲା

କହିବାକୁ ଗଲେ ଏହି ଖବର ହରିୟାଣା ଯମୁନା ନଗର ଜିଲ୍ଲାର ଅଟେ । ଏଠି ଝିଅ ସହ ଅଶୀଳ ବ୍ୟବହାର କରିବା ଓ ଜୁଆ ଖେଳିବା ସମୟରେ ଝିଅକୁ ଜୁଆରେ ଲଗାଇଥିବା ପିତାକୁ କୋର୍ଟ ଚାରି ବର୍ଷ ଦଣ୍ଡ ଓ 10 ହଜାର ଟଙ୍କାର ଜୋରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି । ଜୋରିମାନା ନ ଦେଲେ ଅତିରିକ୍ତ ଦଣ୍ଡ ଦିଆଯିବ । ଏହି ନିଷ୍ପତି ପୋକ୍ସୋର ସ୍ପେଶାଲ କୋର୍ଟ ଶୁଣାଇଛନ୍ତି ।

ଛପ୍ପର ପୋଲିସକୁ ଜଣେ ମହିଳା ଅଭିଯୋଗ ଦେଇଥିଲା କି ତାହାର ସ୍ଵାମୀ ମଦୁଆ ଅଟେ । ଯିଏ ମଦ ପିଇ ତାକୁ ଓ ତାହାର ପିଲାମାନଙ୍କୁ ମାରପିଟ କରିଥାଏ । ତାହାର ଝିଅ ନବମ କ୍ଳାସରେ ପଢେ । ୨୭ ଫେବୃୟାରୀ ୨୦୧୯ରେ ଝିଅ ବାହାରକୁ ଯାଇଥିଲା । ଏହା ପରେ ସେ ଯେତେବେଳେ ଘରକୁ ଆସିଲା ତ ସେ କାନ୍ଦୁଥିଲା ।

ଏହା ପରେ ମୁଁ କାନ୍ଦିବାର କାରଣ ପଚାରିଲି ତ ଝିଅ କହିଲା କି ‘ବାପା ମୋ ସହିତ ଅଶୀଳ ବ୍ୟବହାର କରିଛି ଓ ଏହା ପୂର୍ବରୁ ବି କେତେ ଥର ବାପା ତୁମେ ଯିବା ପରେ ନିଜ ସହିତ ଶୋଇବା ପାଇଁ କହିଥାଏ ।’ ଦିନେ ତାହାର ପିତା ତାକୁ ଜଗାଧରି ନେଇ ଯାଇଥିଲା ଯେଉଁଠି ଜୁଆ ଖେଳା ଯାଇଥାଏ ।

ଏହା ପରେ ଯେତେବେଳେ ଟଙ୍କା ଶେଷ ହୋଇଗଲା ତେବେ ପିତା ସେଠି ବସିଥିବା ଲୋକମାନଙ୍କୁ କହିଲା କି ସେ ନିଜ ଝିଅକୁ ଜୁଆରେ ଲଗାଉଛି । ଏହା ଶୁଣି ସେ ସେଠୁ ଦୌଡି ଚାଲି ଆସିଲା । ଏହି ଅଭିଯୋଗ ପରେ ଛପ୍ପର ପୋଲିସ ୨୮ ଫେବୃୟାରୀ ୨୦୧୯ରେ ପୋକ୍ସୋ ଆକ୍ଟ, ଧାରା-୩୨୩ ଓ ୫୦୬ ଅନୁସାରେ କେସ କରିଥିଲେ । ଏହା ପରେ ପିତା ରୂପି ଅପରାଧୀକୁ ଦଣ୍ଡ ଦିଆଗଲା ।

Leave a Reply

Your email address will not be published. Required fields are marked *