କରୋନା ଭାଇରସରୁ ବଞ୍ଚାଇବ ଆୟୁର୍ବେଦ, ଆୟୁଷ ମନ୍ତ୍ରାଳୟ ଦେଲେ ଏହି ଖାସ ଟିପ୍ସ

ପୁରା ଦୁନିଆରେ ୪୧ ହଜାରରୁ ବି ଅଧିକ ଲୋକମାନଙ୍କ ଜୀବନ ନେଇ ସାରିଥିବା ଏହି ସଂକ୍ରମଣ ରୋଗର ଔଷଧ କିମ୍ବା ଭ୍ୟାକସିନ ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ । ଏହି ରୋଗ ପ୍ରତି ଲୋକମାନଙ୍କ ଭୟ ବି ଅଧିକ ଅଛି । କୁହାଯାଉଛି କି କୌଣସି ରୋଗର ଚିକିତ୍ସା ଠାରୁ ଭଲ ସେହି ରୋଗ ଠାରୁ ଦୂରେଇ ରହିବା । ଏମିତିରେ ଆୟୁଷ ମନ୍ତ୍ରାଳୟ (Ayush Ministry) କିଛି ଉପଦେଶ ଦେଇଛନ୍ତି ।

ଏଥିରେ କୁହାଯାଇଛି କି ଆୟୁର୍ବେଦର ବ୍ୟବହାର କରି ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ହେବ । ଏହିଭଳି ଭାବରେ କରୋନାରୁ ବଞ୍ଚିବାରେ ସାହାର୍ଯ୍ୟ ମିଳିବ । ମନ୍ତ୍ରାଳୟ ଆୟୁର୍ବେଦ ସହ ସମ୍ବନ୍ଧିତ କିଛି ଉପଦେଶ ଦେଇଛନ୍ତି । ଏହା ଛଡା ମନ୍ତ୍ରାଳୟର କହିବା ଅଟେ କି ଯଦି ଆପଣଙ୍କୁ ଥଣ୍ଡା ଜରର ଲକ୍ଷଣ ନଜର ଆସୁଛି ତେବେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

 

୧. ଦିନସାରା ହାଲକା ଗରମ ପାଣି ପିଅନ୍ତୁ ।

୨. ଘରେ ରୁହନ୍ତୁ । ବାହାରକୁ ବାହାରନ୍ତୁ ନାହିଁ । ଘରେ ହିଁ ଯୋଗ କରନ୍ତୁ । ପ୍ରାଣାୟାମ ଓ ଧ୍ୟାନ କରିବା ବହୁତ ଲାଭଦାୟକ ହୋଇପାରେ । ଏହାକୁ ସବୁଦିନ କରନ୍ତୁ ।

୩. ଭୋଜନରେ ହଳଦୀ, ଜୀରା, ଧନିଆ ପାଉଡର ଓ ରସୁଣର ବ୍ୟବହାର ନିଶ୍ଚିତ କରନ୍ତୁ ।

୪. ସବୁଦିନ ସକାଳେ ୧୦ ଗ୍ରାମ ଚବନପ୍ରାସ ସେବନ କରନ୍ତୁ । ଡାଇବେଟିସ ଥିବା ଲୋକମାନେ ସୁଗାର ଫ୍ରୀ ଚବନପ୍ରାସ ଖାଆନ୍ତୁ ।

୫. ହର୍ବଲ ଚା, ଯେଉଁଥିରେ ତୁଳସୀ, ଡାଲଚିନି, ଗୋଲମରିଚ, ଶୁଖିଲା ଆଦା, କିସମିସ ମିଶ୍ରଣ କରି ତିଆରି କରନ୍ତୁ । ଏହାକୁ ଦିନକୁ ଦୁଇଥର ପିଅନ୍ତୁ । ଚିନି ଓ ଲେମ୍ବୁ ବି ଏଥିରେ ମିଶାଇ ପାରିବେ ।

୬. ଗରମ କ୍ଷୀରରେ ହଳଦୀ ମିଶାଇ ଏହାର ସେବନ ଦିନକୁ ୨ ଥର କରି ପାରିବେ ।

୭. ନାକରେ ସକାଳ ଓ ସନ୍ଧ୍ୟା ସମୟରେ ରାଶି ତେଲ, ନଡିଆ ତେଲ କିମ୍ବା ଘିଅ ଦିଅନ୍ତୁ ।

୮. ପାଟିରେ ଏକ ଚାମଚ ରାଶି ତେଲ କିମ୍ବା ନଡିଆ ତେଲ ନେଇ ଏହାକୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ପାଟିରେ ବନ୍ଦ କରି ରଖନ୍ତୁ । ଏହା ପରେ ଏହାକୁ ଫୋପାଡି ଦିଅନ୍ତୁ । ଗରମ ପାଣି ଦ୍ଵାରା କୁଳି କରନ୍ତୁ । ଏମିତି ଦିନକୁ କମ ସେ କମ ୨ ଥର କରନ୍ତୁ ।

୯. ଗରମ ପାଣିରେ ପୁଦିନା କିମ୍ବା ଆଜ୍ଵାଇନ ମିଶ୍ରଣ କରି ସ୍ଟିମ ଥେରେପୀ ନିଅନ୍ତୁ । ଏମିତି ଦିନକୁ ଥରେ କରନ୍ତୁ ।

୧୦. ମହୁରେ ଲବଙ୍ଗର ପାଉଡର ମିଶାଇ ଦିନକୁ ୨ ରୁ ୩ ଥର ସେବନ କରନ୍ତୁ । ଏହା ଦ୍ଵାରା କାଶ ଓ କଫରୁ ଆରାମ ମିଳିବ । ଦୁନିଆ ସମ୍ବନ୍ଧରେ ସବୁ ଅପଡେଟ ପାଇବା ପାଇଁ ପେଜ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *