ବିଶ୍ୱର ସବୁଠୁ ଖତରନାକ ୫ଟି ଡ୍ୟାମ…

ବନ୍ଧୁଗଣ ଡ୍ୟାମ ହେଉଛି ଏଭଳି ଏକ ଜିନିଷ ଯାହାକି ସମ୍ପୂର୍ଣ୍ଣ ନଦୀର ପାଣିକୁ ନିଜ ଆୟତ୍ତ ରେ ରଖିଥାଏ । ଏହାକୁ ଆପଣ ବମ୍ ମଧ୍ୟ କହି ପାରିବେ । କାରଣ ଯଦି ଏହା ଫାଟି ଯିବ ତେବେ ଆପଣ ଚିନ୍ତା ମଧ୍ୟ କରି ପାରିବେ ନାହିଁ ଏହାର ପରିଣାମ କେତେ ମାତ୍ରାରେ ଭୟଙ୍କର ହୋଇ ପାରିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଦୁନିଆ ର ୫ଟି ଡ୍ୟାମ ବିଷୟରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ପ୍ରଥମ ରେ ଅଛି ଥ୍ରୀ ଗୋର୍ଜେସ ଡ୍ୟାମ ଚାଇନା । ଏହାକୁ ଦୁନିଆ ର ବଡ଼ ଓ ଖତରନାକ ଡ୍ୟାମ ମାନାଯାଏ । ଏହି ଡ୍ୟାମ ସବୁଠାରୁ ମଜବୁତ ଅଟେ । ଚାଇନା ର ଏହି ଡ୍ୟାମ ବିଶ୍ୱ ର ସବୁଠାରୁ ଅଧିକ ବିଜୁଳି ଉତ୍ପାଦନ କରୁଥିବା ଡ୍ୟାମ ଅଟେ । ଯେତେବେଳେ ଏହି ଡ୍ୟାମ ନିର୍ମାଣ କରାଯାଇଥିଲା ସେତେବେଳେ ୧.୨ ମିଲିୟନ ଲୋକଙ୍କୁ ଘର ଛାଡ଼ି ଅନ୍ୟତ୍ର ଯାଇ ରହିବାକୁ ପଡ଼ିଥିଲା । ଏହାର ଉଚ୍ଚତା ୧୮୦ ମିଟର ଏବଂ ଲମ୍ବା ୨.୩ କିମି ଅଟେ । ଯଦି କୌଣସି କାରଣରୁ ଏହି ଡ୍ୟାମ ଭାଂଗିଯାଏ ତେବେ ୩୫୦ ମିଲିୟନ ରୁ ଅଧିକ ଲୋକଙ୍କ ଜୀବନ ଚାଲିଯିବ ।

୨. ଦ୍ଵିତୀୟ ରେ ଅଛି କୋଣ୍ଟ୍ରା ଡ୍ୟାମ ସ୍ୱିଜରଲ୍ୟାଣ୍ଡ । ଏହି ଡ୍ୟାମ ର ଉଚ୍ଚତା ୨୨୦ ମିଟର ଏବଂ ଲମ୍ବା ୩୮୦ ମିଟର ଅଟେ । ଏହି ଡ୍ୟାମ ରେ ଷ୍ଟଣ୍ଟ କରିବାକୁ ବହୁତ ଦୂରରୁ ଲୋକମାନେ ଆସିଥାନ୍ତି । ଯଦି କୌଣସି କାରଣରୁ ଏହି ଡ୍ୟାମ ଭାଂଗିଯାଏ ତେବେ ଆପଣ ମାନେ ଭାବି ପାରିବେ ନାହିଁ ଯେ, କେତେ ମାତ୍ରେ କ୍ଷତି ହେବ ।

୩. ତୃତୀୟ ରେ ଅଛି କୋରିବା ଡ୍ୟାମ । ଏହି ଡ୍ୟାମ ଜାମ୍ବିଆ ଓ ଜିମ୍ବାୱେ ର ମଝିରେ ରହିଛି । ଏହାକୁ ୧୯୫୯ ରେ ତିଆରି କରାଯାଇଥିଲା । କିଛି ରାଜନୈତିକ କାରଣ ଯୋଗୁଁ ଏହି ଡ୍ୟାମ ୧୯୭୭ ମସିହା ପର୍ଯ୍ୟନ୍ତ ମଧ୍ୟ ପୁରା ହୋଇପାରି ନଥିଲା । ଏହି ଡ୍ୟାମ ରେ କାମ କରିବା ସମୟରେ ୮୬ ଲୋକଙ୍କ ଜୀବନ ଯାଇଛି । ଏହି ଡ୍ୟାମ ୧୨୮ ମିଟର ଉଚ୍ଚା ଏବଂ ଏହାର ଲମ୍ବା ୫୭୯ ମିଟର ।

୪. ଚତୁର୍ଥ ରେ ଅଛି ଆଲମେନ୍ଦ୍ରା ଡ୍ୟାମ ସ୍ପେନ । ଏହି ଡ୍ୟାମ ରେ ୨.୫ ମିଲିୟନ କ୍ୟୁବ ମିଟର ପାଣି ରହିଛି । ଏଥିରେ ବହୁତ ଗାଁ ବୁଡ଼ି ମଧ୍ୟ ଯାଇଛି । ଏହାର ଉଚ୍ଚତା ୨୦୨ ମିଟର । ଏହି ଡ୍ୟାମ ରୁ ୮୧୦ ମେଗାୱାଟ ବିଜୁଳି ବାହାରିଥାଏ । ଏହା ବହୁତ ଖତରନାକ ଡ୍ୟାମ ଅଟେ ।

୫. ପଞ୍ଚମ ରେ ଅଛି ମୋଣ୍ଟିସେଲୋ ଡ୍ୟାମ ୟୁଏସ୍ଏ । ଏହି ଡ୍ୟାମ ଦେଖିବାକୁ ବହୁତ ସୁନ୍ଦର ଅଟେ । ଯାହାକି ଏକ ଟୁରିଷ୍ଟ ପ୍ଲେସ ମଧ୍ୟ । ଏହି ଡ୍ୟାମ କୁ ହଜାର ହଜାର ଲୋକ ଆସିଥାନ୍ତି । ଏହାର ମୁଖ୍ୟ ଆକର୍ଷଣ ହେଉଛି ଗ୍ଲୋରି ହୋଲ । ଏଥିରେ ଯିଏ ପଡିଛି ସେ ଆଉ ବଂଚିକରି ଆସିନାହିଁ । ଏହି ଡ୍ୟାମ ର ଉଚ୍ଚତା ୩୦୪ ଫୁଟ ଏବଂ ଲମ୍ବା ୩୧୨ ମିଟର ଅଟେ ।

Leave a Reply

Your email address will not be published. Required fields are marked *