ବ୍ୟାନ ହୋଇଯିବ CSK ? IPL କୁ ନେଇ ବିଧାନସଭାରେ ଉଠିଲା ଝଡ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ CSK କୁ ବ୍ୟାନ କରିବା ପାଇଁ ଉଠିଲା ବିବାଦ ! ତେବେ ସୂଚନା ମୁତାବିକ ଇଣ୍ଡିଆନ ପ୍ରିମିୟର ଲିଗର ସର୍ବଶ୍ରେଷ୍ଟ ଦଳ ମଧ୍ୟରୁ CSK ବା ଚେନ୍ନାଇ ସୁପର କିଙ୍ଗ ଦଳ ଅନ୍ୟତମ । ଏହି ଦଳ IPL ରେ ଥରେ କି ୨ ଥର ନୁହେଁ । ବଂର ୪ ଥର ବିଜୟର ମୁକୁଟ ପିନ୍ଧିବାରେ ସକ୍ଷମ ହୋଇପାରିଛି । ଯେଉଁଠୀ ପାଇଁ ଏହି CSK ଦଳ ଭାରତ କାହିଁକି ସାରା ବିଶ୍ଵବ୍ୟାପୀ ମଧ୍ୟ ଏହାର ବହୁତ ସୁନାମ ରହିଛି । ଧୋନୀ ବାହିନୀ ଦଳ ବୋଲି ଚେନ୍ନାଇ ସୁପର କିଙ୍ଗ କୁ ସମସ୍ତେ ଜାଣନ୍ତି ।

ହେଲେ ଏତେ ଭଲ ଦଳର ମାନ୍ୟତା ପାଇ ସୁଦ୍ଧା କାହିଁକି ଏହି ଟିମକୁ ନେଇ ଉଠିଛି ବିବାଦ ! ଯାହାକୁ ନେଇ ସବୁଆଡେ ବର୍ତ୍ତମାନ ସମୟରେ ଚର୍ଚା ହେବାରେ ଲାଗିପଡିଛି । ତେବେ CSK ବିବାଦ ଯାଇ ତାମିଲନାଡୁ ବିଧାନସଭାରେ ଆଲୋଚ୍ଯର ପ୍ରସଙ୍ଗ ପାଲଟି ଯାଇଛି । ଏଥିସହିତ ମ୍ଯାଚର ଟିକେଟକୁ ନେଇ ମଧ୍ୟ କିଛି ବିବାଦ ଦେଖା ଦେଇଛି ବୋଲି ଚର୍ଚା ମଧ୍ୟ ଚାଲିଛି । ତାମିଲନାଡୁର ବିଧାନସଭାରେ ଗତ ମଙ୍ଗଳବାର ଦିନ ଧର୍ମପୁରୀର ବିଧାୟକ ଭେଙ୍କେଟେସ୍ଵର ପ୍ରଶ୍ନ ଉଠାଇଛନ୍ତି ?

ତେବେ ବିଧାନସଭାରେ ବିଧାୟକ ଭେଙ୍କେଟେସ୍ଵର IPL ପ୍ରସଙ୍ଗ ପକାଇ ଏହା ଉପରେ ତର୍କ କରି କରିଛନ୍ତି । ଏଥିସହିତ ଏହି ଚେନ୍ନାଇ ସୁପର କିଙ୍ଗକୁ ବ୍ୟାନ କରାଯାଉ ବୋଲି ମଧ୍ୟ ଦାବୀ ବାଢିଛନ୍ତି । ତେବେ ତାଙ୍କ କହିବ ଅନୁଯାଇ ଚେନ୍ନାଇ ଦଳରେ ତାମିଲନାଡୁର କୌଣସି ଯୁବବର୍ଗର ଖେଳାଳୀଙ୍କୁ କାହିଁକି ମ୍ଯାଚରେ ସ୍ଥାନ ଦିଆଯାଇନାହିଁ ।  ଚେନ୍ନାଇ ସୁପର କିଙ୍ଗ ତାମିଲନାଡୁର ହୋଇଥିବା ବେଳେ ତାମିଲନାଡୁରୁ କୌଣସି ଯୁବ ପ୍ଲେୟାରକୁ ସେହି ଦଳରେ ସାମିଲ କରାଯାଇ ନାହିଁ ।

ତେବେ ଏପରି ପ୍ରସଙ୍ଗ କହିବା ସମୟରେ ସେ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ମଧ୍ୟ କହିଛନ୍ତି । ହେଲେ ଏହି ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଯଦିଓ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଓ କ୍ରିଡାମନ୍ତ୍ରୀ ଏହି CSK ଦଳ ଉପରେ କଣ କାର୍ଜ୍ଯାନୁଷ୍ଠାନ ନେବେ । ତାହା ତ ଆଗାମୀ ସମୟରେ ହିଁ ସ୍ପଷ୍ଠ ଭାବରେ ଜଣା ପଡିଯିବ ।

ଏହା ସହିତ ତାମିଲନାଡୁରେ IPL ମ୍ଯାଚର ଟିକେଟ ସମ୍ବଦ୍ଧିତ ପ୍ରସଙ୍ଗକୁ ନେଇ ମଧ୍ୟ ହଙ୍ଗାମା ହେବାର ନଜର ଆସିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଅଧିକ ସୂଚନା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *