ବାଇଆ କଲା RRR, ସିନେମା ହଲରେ ନାଚିଲେ ଛୁଆ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଏବେ ସାଉଥର ବଡ ବ୍ଲକବଷ୍ଟର ଫିଲ୍ମ ‘RRR’ ରିଲିଜ ହୋଇଛି । ଏବେ ସାଉଥ ଫିଲ୍ମ ‘RRR’ କୁ ଦେଖିବା ପାଇଁ ଥିଏଟର ଓ ହଲ ଆଦିରେ ଲୋକ ମାନଙ୍କ ଭିଡ ଜମିଛି । ବନ୍ଧୁଗଣ ଏସ ଏସ ରାଜମୌଲିଙ୍କ ଦ୍ଵାରା ନିର୍ମିତ ଏହି ଫିଲ୍ମଟି ଦର୍ଶକ ମାନଙ୍କ ମନ ଜିତି ନେଇଛି । ଫିଲ୍ମର କାହାଣୀ ହେଉ କି ଫିଲ୍ମର ଆକ୍ସନ ସବୁ କିଛି ଜବରଦସ୍ତ ହୋଇଛି । ଏହା ସହ ଫିଲ୍ମର ଆନିମେସନ ଏତେ ସୁନ୍ଦର ହୋଇଛି ଯେ ଦର୍ଶକ ମାନଙ୍କ ପ୍ରଶଂସା କମିବାରେ ଲାଗୁ ନାହିଁ ।

ଫିଲ୍ମଟି ରିଲିଜ ହେବାର କିଛି ଦିନ ହୋଇ ସାରିଛି ହେଲେ ବନ୍ଧୁଗଣ ଫିଲ୍ମ ଦେଖିବା ପାଇଁ ଥିଏଟରରେ ଭିଡ ଜମୁଛି । ଅନେକ ଲୋକ ତ ଫିଲ୍ମକୁ ଯେତେ ଥର ଦେଖିଲେ ବି ତାଙ୍କ ମନ ଭରୁ ନାହିଁ ସେ ଏହି ଫିଲ୍ମ ଦେଖିବାକୁ ବାରମ୍ବାର ଯାଉଛନ୍ତି । ବନ୍ଧୁଗଣ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥର ଦୁଇଟି ଦିଗଜ ଅଭିନେତା ନଜର ଆସିଛନ୍ତି । ସାଉଥ ଅଭିନେତା ରାମ ଚରଣ ଓ ଜୁନିୟର ଏନଟିଆର ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି ।

ଏହି ଦୁଇଜଣଙ୍କ ଆକ୍ସନ ଓ ଫିଲ୍ମର ଷ୍ଟୋରି ଏହି ଫିଲ୍ମକୁ ଉଠେଇ ଦେଇଛି । ବନ୍ଧୁଗଣ କେବଳ ଭାରତ ନୁହେଁ ଅନ୍ୟ ଦେଶ ମାନଙ୍କରେ ବି ଏହି ଫିଲ୍ମର କ୍ରେଜ ଦେଖିବାକୁ ମିଳୁଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ସାଉଥ ଫିଲ୍ମ ‘RRR’ ଦେଖି ଆସିବା ପରେ ଜଣେ ବାଳକ ଫିଲ୍ମ ଉପରେ ନିଜ ପ୍ରତିକ୍ରିୟା ଦେଇଛି । ବାଳକଟି ଫିଲ୍ମ ଦେଖି ଅତ୍ୟନ୍ତ ମନୋରଞ୍ଜିତ ହୋଇଛି ବୋଲି ସେ କହୁଛି । ଏହି ଫିଲ୍ମର ଗୋଟେ ଜବରଦସ୍ତ ଗୀତ ଅଛି ଯାହାର ନାମ ହେଉଛି ‘ନାଚୋ ନାଚୋ’ ।

ବାଳକକୁ ଏହି ଗୀତଟି ସବୁ ଠାରୁ ଅଧିକ ଭଲ ଲାଗିଛି । ବାଳକଟି ଫିଲ୍ମ ଉପରେ ନିଜ ପ୍ରତିକ୍ରିୟା ଦେବା ପରେ ‘ନାଚୋ ନାଚୋ’ ଗୀତରେ ଡ୍ୟାନ୍ସ ମଧ୍ୟ କରୁଛି । ଏମିତି ଅନେକ ଦର୍ଶକ ଫିଲ୍ମକୁ ନେଇ ପଜେଟିଭ ରିଭ୍ୟୁ ରଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫିଲ୍ମଟି କେମିତି ଲାଗିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *