ମନ୍ତ୍ରୀ ଛାତି ଧଡ଼ଧଡ଼ ! ଦିଲ୍ଲୀରୁ ଫେରିଲେ ହେବ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦିଲ୍ଲୀ ରୁ ଫେରିଲେ ହେବ ଅଦଳ ବଦଳ । କିଏ ଯିବେ କିଏ ରହିବେ? ସରିଛି ଅଙ୍କ କଷା । ଅଧିବେଶନ ପରେ ବଦଳିବ ମନ୍ତ୍ରୀ ଙ୍କ ଚେହେରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ ଯେବେବି ଦିଲ୍ଲୀ ଯାଆନ୍ତି ଫେରିବା ପରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଜୋର ଧରିଥାଏ । ସୂଚନାନୁଯାୟୀ, ରାଜ୍ୟ ସରକାର ଙ୍କ ପଞ୍ଚମ ପାଳି ର ପ୍ରଥମ ଅଦଳ ବଦଳ ଖୁବ ଶୀଘ୍ର ହେବା ପାଇଁ ଯାଉଛି ।

କାହାକୁ ରଖିଲେ ଭଲ ହେବ ଏବଂ କିଏ ବିଦା ହେଲେ ସରକାର ଙ୍କ ଛବି ଉଜ୍ଜ୍ୱଳ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ଯାହା ପରାମର୍ଶ ନେବା କଥା ନେଇ ସାରିଛନ୍ତି । ତେବେ ନିକଟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ଶେଷ ହୋଇଥିବା କାରଣରୁ ଏଭଳି ଚର୍ଚ୍ଚା କୁ ବଳ ମିଳିଛି । ଅନେକ ପ୍ରସଙ୍ଗ କୁ ନେଇ ବର୍ତ୍ତମାନ ରାଜ୍ୟ ସରକାର ବଦନାମ ହୋଇ ସାରିଛନ୍ତି ।

ମମିତା ଙ୍କ ଠାରୁ ଆରମ୍ଭ କରି ମାନସ ସ୍ବାଇଁ ଙ୍କ ଘଟଣା ରେ କେତେକ ମନ୍ତ୍ରୀ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି । ସେହି କାରଣରୁ ସରକାର ନିଜ ମନ୍ତ୍ରୀ ମଣ୍ଡଳ ର ଛବି ସୁଧାରିବାର ଏକ ପ୍ରକାରର ବାଧ୍ୟ ହୋଇଛନ୍ତି । ଦ୍ବିତୀୟତଃ ନିକଟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ରେ କେତେକ ମନ୍ତ୍ରୀ ନିଜ ନିଜ ଅଞ୍ଚଳ ରେ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି ।

ଦୀର୍ଘ ଦିନ ହେଲା କେତେକ ବିଧାୟକ ମିନିଷ୍ଟର ଇନ୍ଚାର୍ଜ ୱେଟିଂ ରେ ଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି । ଖବର ଅନୁସାରେ ଏଥର ସାତ ଜଣ ମନ୍ତ୍ରୀ ବିଦା ହେବେ । ନୂଆ ପାଞ୍ଚ ଜଣଙ୍କୁ ମନ୍ତ୍ରୀ ମଣ୍ଡଳ ରେ ସାମିଲ କରାଯିବ । କେତେକ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ପରିବର୍ତ୍ତନ ହେବ । ଦୀର୍ଘ ଦିନ ଧରି ଏଭଳି ଚର୍ଚ୍ଚା ଚାଲି ଆସୁଛି । ମାତ୍ର ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ନହେବା ପଛରେ କିଛି ତର୍କ ମଧ୍ୟ ରହିଛି ।

ଆଞ୍ଚଳିକ ବୈଷମ କୁ ଏଥର ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ବେଳେ ନବୀନ ଗୁରୁତ୍ୱ ଦେବେ ବୋଲି ସୂଚନା ମିଳିଛି । ତେବେ ସେ ଯାହା ବି ହେଉ ନା କାହିଁକି ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନବୀନ ସ୍ୱୟଂ ନେବେ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *