ଓଡିଶାର Councillor ଙ୍କ ଠାରୁ ନେଇ Mayor ଙ୍କ ପର୍ଯ୍ୟନ୍ତ କାହାର ଦରମା କେତେ ? ଜାଣିଲେ ଚମକି ପଡିବେ ଆପଣ !

ଓଡିଶାର ଜନସଂଖ୍ୟା ହିସାବରେ ସହର ଗୁଡିକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମେ ରହିଛି ନଗର ପଞ୍ଚାୟତ ଯାହାର ଜନସଂଖ୍ୟା ୧୧ ହଜାର ରୁ ୨୫ ହଜାର ମଧ୍ୟରେ ରହିଛି । ଦ୍ଵିତୀୟରେ ରହିଛି ନଗର ପାଳିକା ଯାହାର ଜନସଂଖ୍ୟା ୧ ଲକ୍ଷ ରୁ ୧୦ ଲକ୍ଷ ମଧ୍ୟରେ ରହିଛି । ତୃତୀୟରେ ରହିଛି ମହାନଗର ନିଗମ ଯାହାର ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ ରହିଛି । ଓଡିଶାରେ ସମୁଦାୟ ୧୦୯ଟି ସହରରେ ଇଲେକ୍ସନ ହୋଇଥିଲା ୫୯ଟି N.A.C, ୪୭ଟି ମୁନିସପାଲଟି ଓ ୩ଟି ମହାନଗର ନିଗମ ।

ଆଗରୁ ଲୋକମାନେ କେବଳ ୱାର୍ଡ କାଉନସିଲର ତଥା ୱାର୍ଡ ସଭ୍ଯକୁ ସିଧାସଳଖ ଭୋଟ ଦେଉଥିଲେ । ଆଉ ୱାର୍ଡ କାଉନସିଲର ମାନେ ମେୟର ଓ ଚେୟାରମ୍ୟାନକୁ ଚୟନ କରୁଥିଲେ । ଏଥିରେ ମେୟର ଓ ଚେୟାରମ୍ୟାନକୁ ଲୋକମାନେ ସିଧାସଳଖ ଭୋଟ ଦେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେମାନଙ୍କ ଦରମା କେତେ । ୱାର୍ଡ କାଉନସିଲରଙ୍କ ଦରମା ହେଉଛି ୧୫ ହଜାର ଟଙ୍କା ।

ପ୍ରତି ମିଟିଙ୍ଗରେ ତାଙ୍କୁ ୩୦୦ ରୁ ୫୦୦ ଟଙ୍କା ମିଳେ । ଭାଇସ୍ ଚେୟାରମେନଙ୍କ ଦରମା ହେଉଛି ୨୫ ହଜାର ଟଙ୍କା । ଏହା ପରେ ଆମ ଲିଷ୍ଟରେ ଆସୁଛନ୍ତି ମୁନିସପାଲଟି ଚେୟାରମ୍ୟାନ । ତେବେ ମୁନିସପାଲଟି ଚେୟାର ମାନଙ୍କ ଦରମା ହେଉଛି ୩୦ ହଜାର ଟଙ୍କା ।

ବନ୍ଧୁଗଣ ଏହା ପରେ ଆମ ଲିଷ୍ଟରେ ଆସୁଛନ୍ତି ଡେପୁଟି ମେୟର । ତେବେ ଡେପୁଟି ମେୟରଙ୍କ ଦରମା ହେଉଛି ୩୫ ହଜାର ଟଙ୍କା । ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମେୟର ତେବେ ମେୟରଙ୍କ ଦରମା ହେଉଛି ୪୦ ହଜାର ଟଙ୍କା । ତା ହେଲେ ବନ୍ଧୁଗଣ ଏହା ଥିଲା କାଉନସିଲରଙ୍କ ଠୁ ଆରମ୍ଭ କରି ମେୟରଙ୍କ ପର୍ଯ୍ୟନ୍ତ ଦରମା । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *