ମହାନ ବୀର ଧନୁର୍ଧର ଏକଲବ୍ୟଙ୍କୁ କିଏ ଓ କାହିଁକି ବଧ କରିଥିଲା ଆସନ୍ତୁ ଜାଣିବା

ଏକଲବ୍ୟ ମହାଭାରତର ଏକ ପାତ୍ର ଅଟନ୍ତି । ସେ ହିରଣ୍ୟ ଧନୁ ନାମକ ନିଷାଦଙ୍କର ପୁତ୍ର ଥିଲେ। ସେ ନିଜେ ପରିଶ୍ରମ କରି ଧନୁର୍ବିଦ୍ୟା ଶିକ୍ଷା କରିଥିଲେ ଓ ଗୁରୁଙ୍କୁ ଭକ୍ତି କରୁଥିଲେ । ପିତାଙ୍କ ମୃତ୍ୟୁ ପରେ ଶୃଙ୍ଗବେର ରାଜ୍ୟର ଶାସକ ହୋଇଥିଲେ । ସେ ପରିଶ୍ରମ କରି ରାଜ୍ୟ ସଂଚାଳନ କରୁଥିଲେ ଓ ନିଶାଦ ମାନଙ୍କୁ ନେଇ ଏକ ସଶକ୍ତ ସେନା ଗଠନ କରି ନିଜ ରାଜ୍ୟର ସୀମାକୁ ବିସ୍ତାର କରିଥିଲେ ।

ମହାନ ଧନୁର୍ଧର ଏକଲବ୍ୟଙ୍କ ବିଷୟରେ ଆପଣ ଜାଣିଥିବେ । ଏକଲବ୍ୟଙ୍କ ବିଷୟରେ ମହାଭାରତ କାଳରେ ପଢିବାକୁ ମିଳିଥାଏ । ସେ ଶକ୍ତିଶାଳୀ, ପରାକ୍ରମୀ ଯୋଦ୍ଧା ଓ ଗୁରୁଙ୍କ ବିନା ପରିଶ୍ରମ କରି ଧନୁର୍ବିଦ୍ୟା ଶିକ୍ଷା ପ୍ରାପ୍ତ କରିଥିଲେ । ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମୂର୍ତ୍ତି ତିଆରି କରି ତା’ ସାମ୍ନାରେ ଧନୁର୍ବିଦ୍ୟାର ଅଭ୍ୟାସ କରୁଥିଲେ ଓ ଏକ ମହାନ ଧନୁର୍ଧର ହୋଇଗଲେ ।

ଦିନେ ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କ ଶିଷ୍ୟଙ୍କ ସହିତ ଜଙ୍ଗଲକୁ ବୁଲିବାକୁ ଗଲେ, ସେତେବେଳେ ଗୁରୁଙ୍କ କୁକୁର ଦୌଡି ଯାଇ ଏକଲବ୍ୟଙ୍କ ନିକଟରେ ଠିଆ ହୋଇ ଭୁକିବାକୁ ଲାଗିଲା । ଏହା ଦେଖି ଏକଲବ୍ୟ ତାଙ୍କ ବାଣ ଶକ୍ତି ଦ୍ୱାରା କୁକୁରର ମୁହଁକୁ ବନ୍ଦ କରିଦେଲେ । ଏହା ଦେଖି ଗୁରୁ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେ ଜାଣିପାରିଲେ କି ଏକଲବ୍ୟ ଅର୍ଜୁନଙ୍କ ଠାରୁ ଆହୁରି ସର୍ବଶ୍ରେଷ୍ଠ ଧନୁର୍ଧର ହେବେ । ଏହା ପରେ ଗୁରୁ ଦ୍ରୋଣାଚାର୍ଯ୍ୟ ଛଳ-କପଟ କରି ଏକଲବ୍ୟଙ୍କ ଦକ୍ଷିଣ ହସ୍ତର ଆଙ୍ଗୁଠି ଦକ୍ଷିଣା ସ୍ଵରୁପ ମାଗିଲେ।

ଏକଲବ୍ୟ ବହୁତ ସାହସୀ ଥିଲେ ତେଣୁ ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଦକ୍ଷିଣ ହସ୍ତର ଆଙ୍ଗୁଠି ଦକ୍ଷିଣା ଦେଇଦେଲେ । ଏହା ପରେ ମଧ୍ୟ ଏକଲବ୍ୟ ମହାନ ସର୍ବଶ୍ରେଷ୍ଠ ଧନୁର୍ଧର ହୋଇଥିଲେ । ଏକଲବ୍ୟ ପିତାଙ୍କ ମୃତ୍ୟୁ ପରେ ଶୃଙ୍ଗବେର ରାଜ୍ୟର ରାଜା ହୋଇଥିଲେ । ଏକଲବ୍ୟ ଧୀରେ ଧୀରେ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ । ଏକଲବ୍ୟ ଜରାସନ୍ଧ ସହିତ ସନ୍ଧି କରି ଭଗବାନ ଶ୍ରୀ କୃଷ୍ଣଙ୍କ ମଥୁରାକୁ ଆକ୍ରମଣ କରିଥିଲେ ।

ଏକଲବ୍ୟଙ୍କ ସାମ୍ନାରେ ଭଗବାନ ଶ୍ରୀ କୃଷ୍ଣଙ୍କ ନାରାୟଣୀ ସେନା ଦୁର୍ବଳ ହୋଇଯାଇଥିଲେ । ଏହା ଦେଖି ଭଗବାନ ଶ୍ରୀ କୃଷ୍ଣ ନିଜେ ଏକଲବ୍ୟଙ୍କ ସହିତ ଯୁଦ୍ଧ କରିଥିଲେ । ଯେବେ ଭଗବାନ ଶ୍ରୀ କୃଷ୍ଣ ଏକଲବ୍ୟଙ୍କୁ ବିନା ଆଙ୍ଗୁଠିରେ ଧନୁଷ ଚଳାଇବାର ଦେଖିଲେ ସେ ଏକଲବ୍ୟର ବୀରତା ଓ ସାହସକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ଏକଲବ୍ୟ ନିଜର ଶକ୍ତି ବଳରେ ଏତେ ଗର୍ବୀ ହୋଇ ଯାଇଥିଲେ କି ସେ ବାରମ୍ବାର ନରସଂହାର କରି ଚାଲିଥିଲେ, ଯେଉଁ କାରଣରୁ ଭଗବାନ ଶ୍ରୀ କୃଷ୍ଣ ସୁଦର୍ଶନ ଚକ୍ର ଦ୍ୱାରା ଏକଲବ୍ୟଙ୍କୁ ବଦ୍ଧ କରିଦେଲେ ।

Leave a Reply

Your email address will not be published. Required fields are marked *