ବହୁତ ହିଁ ଗରିବ ପରିବାରରୁ ଆସି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଏହି 5 Cricketer, ନଂ 4 ତ ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ପାଉନଥିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମ ଖେଳାଳିଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ଖେଳାଳି ମାନେ ନିଜ ଖେଳ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଭାରତୀୟ କ୍ରିକେଟ ଟିମରେ ଖେଳୁ ଥିବା କିଛି ଏପରି ଖେଳାଳି ମଧ୍ୟ ଅଛନ୍ତି ଯେଉଁ ମାନେ ଦରିଦ୍ରତାରୁ ବଡ ଲୋକ ହୋଇଛନ୍ତି । ଏହି ଖେଳାଳି ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖେଳାଳି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖେଳାଳି ମାନଙ୍କ ବିଷୟରେ ।

ରବୀନ୍ଦ୍ର ଜାଡେଜା-ବନ୍ଧୁଗଣ ଆପଣ ମାନେ ସମସ୍ତେ ରବୀନ୍ଦ୍ର ଜାଡେଜାଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ । ଭାରତୀୟ କ୍ରିକେଟ ଟିମରେ ରବୀନ୍ଦ୍ରଙ୍କର ବଡ ଭୂମିକା ରହିଛି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣି ଛନ୍ତି ରବୀନ୍ଦ୍ରଙ୍କ ପିଲା ଦିନ ଦରିଦ୍ରତାରେ ଯାଇଛି । ତାଙ୍କ ବାପା ଜଣେ ସୁରକ୍ଷା ଗାର୍ଡ ଥିଲେ ଓ ତାଙ୍କ ମା ଜଣେ ନର୍ସ ଥିଲେ । ସେ ସରକାରୀ କ୍ଵାଟରରେ ରହୁଥିଲେ । ସେ ନିଜ ଜୀବନରେ ଅନେକ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଛନ୍ତି ।

ଏମଏସ ଧୋନୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ପ୍ରସିଦ୍ଧ ଖେଳାଳି ଏମଏସ ଧୋନୀ । ଏମଏସ ଧୋନୀଙ୍କୁ କିଏ ନଜାଣି ଥିବ । କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଏମଏସ ମଧ୍ୟ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ତାଙ୍କ ବାୟୋପିକ ଫିଲ୍ମ ‘ଏମଏସ ଧୋନୀ’ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତାଙ୍କ ବାପା ପିଚ କ୍ୟୁରେଟର ଥିଲେ ଓ ଏମଏସ ଟିକେଟ କଲେକ୍ଟର କାମ ବି କରିଛନ୍ତି । ନିଜ ଜୀବନରେ ବହୁତ ସଂଘର୍ଷ କରି ସେ ଏତେ ବଡ ସଫଳତା ପାଇଛନ୍ତି ।

ଭୁବନେଶ୍ଵର କୁମାର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭୁବନେଶ୍ଵର କୁମାର । ନିଜ ଜୀବନ ସଂଘର୍ଷ ବିଷୟରେ ଉତ୍ତର ପ୍ରଦେଶର ଦିଗଜ ବୋଲର ଭୁବନେଶ୍ଵର କୁମାର ଏକ ଇଣ୍ଟର୍ବ୍ୟୁରେ ଖୁଲାସା କରିଥିଲେ । ଗୋଟେ ସମୟରେ କ୍ରିକେଟ ଖେଳିବା ପାଇଁ ତାଙ୍କ ପାଖରେ ଭଲ ଜୋତା ନଥିଲା । ପିଲା ଦିନ ତାଙ୍କର ଦରିଦ୍ରତାରେ କଟିଛି । ହେଲେ ଏବେ ନିଜ କଷ୍ଟରେ ସାରା ଦୁନିଆରେ ପରିଚୟ ସୃଷ୍ଟି କରିଛନ୍ତି ।

ଉମେଶ ଯାଦବ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଦିଗଜ ବୋଲର ଉମେଶ ଯାଦବ । ଉମେଶଙ୍କ ପିତା ଏକ କୋଇଲା ଫ୍ୟାକ୍ଟେରିରେ କାମ କରୁଥିଲେ । ତାଙ୍କ ବାପା ପରିବାରକୁ ଉଚିତ ଭୋଜନ ଦେବା ପାଇଁ ବହୁତ କଷ୍ଟ କରିଥିଲେ । ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ତାଙ୍କ ପରିବାର ବହୁତ ସଂଘର୍ଷ କରିଛି । ଉମେଶ ନିଜ ସଂଘର୍ଷ ଓ କଷ୍ଟ ଦ୍ଵାରା ଆଜି ସଫଳତା ପାଇଛନ୍ତି ।

ହରବଜନ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଦିଗଜ ବୋଲର ହରବଜନ ସିଂହ । ହରବଜନ ସିଂହ ଭାରତୀୟ କ୍ରିକେଟ ଟିମରେ ଖେଳି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କର ଲୋକପ୍ରିୟତ ମଧ୍ୟ ବହୁତ ଅଧିକ ରହିଛି । ହେଲେ ପିଲା ଦିନରେ ହରବଜନ ଦରିଦ୍ରତାରେ ବଞ୍ଚୁ ଥିଲେ ଏମିତିକି ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେ ଟ୍ରକ ଡ୍ରାଇଭର ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ସେ ଭାରତୀୟ କ୍ରିକେଟ ଟିମରେ ଖେଳି ସଫଳତା ପାଇଲେ ।

Leave a Reply

Your email address will not be published. Required fields are marked *