ବହୁତ ହିଁ ଅଧିକ ଗର୍ବୀ ହୋଇଥାନ୍ତି ଏହି 5 ଟି ରାଶିର ବ୍ୟକ୍ତି- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି କିଛି ରାଶି ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ଜାତକ ବହୁତ ଗର୍ବୀ ସ୍ୱଭାବ ର ହୋଇଥାନ୍ତି । ବନ୍ଧୁଗଣ ଦୁନିଆରେ ଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ସ୍ୱଭାବ ପରସ୍ପର ଙ୍କ ଠାରୁ ଭିନ୍ନ ହୋଇଥାଏ । କେତେକ ବ୍ୟକ୍ତି ନିଜ ସ୍ଵଭାବ ଦ୍ୱାରା ଅନ୍ୟ ମାନଙ୍କ ହୃଦୟରେ ରାଜ୍ କରିଥାନ୍ତି ଏବଂ କେତେକ ବ୍ୟକ୍ତି ନିଜ ସ୍ୱଭାବ ଦ୍ୱାରା ଅନ୍ୟ ମାନଙ୍କ ମନକୁ ଦୁଃଖ ପହଞ୍ଚାଇ ଥାଆନ୍ତି । ବନ୍ଧୁଗଣ କଣ ଆପଣ ମାନେ ଜଣିଛନ୍ତି ପ୍ରତ୍ୟେକ ବ୍ୟକ୍ତି ର ସ୍ୱଭାବ ତଥା ଗୁଣ ସେହି ବ୍ୟକ୍ତି ର ରାଶି ଉପରେ ନିର୍ଭର କରିଥାଏ ।

ପ୍ରତ୍ୟେକ ବ୍ୟକ୍ତି ର ରାଶି ଦ୍ୱାରା ହିଁ ସେହି ବ୍ୟକ୍ତି ର ସ୍ଵଭାବ ସମ୍ବନ୍ଧରେ ଜଣା ପଡ଼ିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ୧୨ ଟି ରାଶି ମଧ୍ୟରୁ କିଛି ଏଭଳି ରାଶି ସମ୍ବନ୍ଧରେ କହିବୁ ଯେଉଁମାନେ ବହୁତ ଗର୍ବୀ ହୋଇଥାନ୍ତି ଏବଂ ସେମାନେ କେଉଁ କାରଣ ଯୋଗୁଁ ଏତେ ମାତ୍ରା ରେ ଗର୍ବ କରିଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ନିଜ ବୈଭବଶାଳୀ ପରମ୍ପରା କୁ ନେଇ ବହୁତ ଗର୍ବ କରିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ନିଜ ପରିବାର ଏବଂ ପରମ୍ପରା ସାମ୍ନାରେ ଅନ୍ୟ କୌଣସି ଜିନିଷ ର ଗୁରୁତ୍ୱ ବୁଝନ୍ତି ନାହିଁ ଏବଂ ସର୍ବଦା ଅହଂକାର ରେ ରୁହନ୍ତି । ଏହି ଅହଂକାର କାରଣ ରୁ ଏହି ରାଶିର ବ୍ୟକ୍ତି ମାନଙ୍କୁ ସନ୍ତାନ କ୍ଷେତ୍ରରେ ସମସ୍ୟା ଦେଖିବାକୁ ମିଳିବ । ତେଣୁ ନିୟମିତ ଭାବରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।

୨. ମିଥୁନ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ନିଜ ଯୋଗ୍ୟତା ତଥା ବୁଦ୍ଧି କୁ ନେଇ ବହୁତ ଗର୍ବ କରିଥାନ୍ତି । ଏମାନେ ନିଜ ବୁଦ୍ଧି ସାମ୍ନାରେ ଅନ୍ୟ ସମସ୍ତଙ୍କୁ ତୁଚ୍ଛ ବୋଲି ଭାବିଥାନ୍ତି ଏବଂ ସର୍ବଦା ନିଜ ଯୋଗ୍ୟତା କୁ ନେଇ ଗର୍ବ ଏବଂ ଅହଂକାର କରନ୍ତି । ଏହି ଅହଂକାର ଯୋଗୁଁ ଏହି ରାଶିର ବ୍ୟକ୍ତି ମାନଙ୍କ ସ୍ଥାୟୀତ୍ୱ ରେ ବାଧା ଆସିପାରେ । ତେଣୁ ସର୍ବଦା ନିୟମିତ ଭାବରେ ଭଗବାନ ହନୁମାନ ଙ୍କ ଉପାସନା କରନ୍ତୁ ।

୩. ସିଂହ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ପାଖରେ କିଛି ଥାଉ ଅଥବା ନଥାଉ, ଯାହା ବି ରହିଥାଏ ସେମାନେ ସେହି ଜିନିଷ କୁ ନେଇ ଗର୍ବ କରିଥାନ୍ତି । କିନ୍ତୁ ଏମାନଙ୍କ ଅହଂକାର ବେଶୀ ଦିନ ପର୍ଯ୍ୟନ୍ତ ସ୍ଥାୟୀ ରହି ନଥାଏ । ଏହି ରାଶିର ଅହଂକାର ଯୋଗୁଁ ଏମାନଙ୍କ ସମ୍ପର୍କରେ ବିଘ୍ନ ସୃଷ୍ଟି ହୋଇଥାଏ । ତେଣୁ ଏହି ରାଶିର ବ୍ୟକ୍ତି ମାନେ ନିୟମିତ ଭାବରେ ସୂର୍ଯ୍ୟ ଦେବ ଙ୍କ ଉପାସନା କରନ୍ତୁ ।

୪. ତୁଳା ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ନିଜ ରୂପ ସୌନ୍ଦର୍ଯ୍ୟ ଏବଂ ଧନ କୁ ନେଇ ଗର୍ବ କରନ୍ତି । ସେଥିପାଇଁ ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ନିଜ ମୁର୍ଖତା କାରଣରୁ ଧନର ଅପବ୍ୟୟ କରିଥାନ୍ତି । ନିଜର ଏହି ଅହଂକାର କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କର ଆକସ୍ମିକ ଧନ ହାନୀ ହେବାର ସମ୍ଭାବନା ରହିଛି । ତେଣୁ ନିୟମିତ ଭାବରେ ମହାଦେବ ଙ୍କୁ ଦହି ଅର୍ପଣ କରନ୍ତୁ ।

୫. ଧନୁ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ପଦ ଏବଂ ସାମର୍ଥ୍ୟ ପାଇଁ ବହୁତ ଗର୍ବ ରହିଛି । ନିଜର ଏହି ଅହଂକାର ପାଇଁ ଏହି ରାଶିର ବ୍ୟକ୍ତି ମାନେ ବେଳେବେଳେ ଭୁଲ କାର୍ଯ୍ୟ କରିଥାନ୍ତି ଏକ ଏମାନଙ୍କୁ ଅପଯଶ ର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ ଏହି ରାଶିର ବ୍ୟକ୍ତି ମାନେ ନିୟମିତ ଭାବରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *