ବହୁତ ହିଁ ଗରିବ ପରିବାରରୁ ଆସିଛନ୍ତି Bollywood ର ଏହି 5 ଜଣ ସୁପର ଷ୍ଟାର, ଜଣେ ତ ନିଜ ପେଟ ପୋଷିବା ପାଇଁ ହୋଟେଲ ରେ ବାସନ ମାଜୁଥିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ ବହୁତ ସହଜରେ ସଫଳତା ହାସଲ କରିଛନ୍ତି ହେଲେ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଅଭିନେତା ଅଛନ୍ତି ଯେଉଁ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ମାନେ ବହୁତ ଗରିବ ପରିବାରରୁ ଆସି ବଲିଉଡରେ ସଫଳତା ହାସଲ କରିଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।


ଅକ୍ଷୟ କୁମାର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାର । ବନ୍ଧୁଗଣ ଅକ୍ଷୟ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ଗୋଟେ ସମୟରେ ଅକ୍ଷୟ ବ୍ୟାଙ୍କକରେ ଏକ ୱେଟର ଥିଲେ ଓ ୧୫୦୦ ଟଙ୍କା ଦରମା ପାଉଥିଲେ । ହେଲେ ଆଜି ସେ ବଲିଉଡର ଜଣେ ଦିଗଜ ଅଭିନେତା ରୂପେ ପରିଚିତ । ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି ।


ଜନି ଲିବର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ କମେଡିଆନ ଜନି ଲିବର । ଆପଣ ମାନେ ସମସ୍ତେ ଜନିଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ହେଲେ ବନ୍ଧୁଗଣ ଜନିଙ୍କ ପିତା ଥିଲେ ଜଣେ କୃଶକ ଓ ଜନି ଏକ ଚାଳ ଘରେ ରହୁଥିଲେ । ଜନି କେବଳ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ରାସ୍ତାରେ ଖବର କାଗଜ ବିକ୍ରି କରୁଥିଲେ । ହେଲେ ସେ ନିଜ କଷ୍ଟ ଓ ସଂଘର୍ଷ ପାଇଁ ଆଜି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ବଡ ସଫଳତା ହାସଲ କରିଛନ୍ତି ।

ରଜନୀକାନ୍ତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥ ଓ ବଲିଉଡର ଦିଗଜ ଅଭିନେତା ରଜନୀକାନ୍ତ । ରଜନୀକାନ୍ତଙ୍କ ଜୀବନୀ ବିଷୟରେ ସମସ୍ତ ଲୋକ ଜାଣିଛନ୍ତି । ଆଜିକୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିବା ପରେ ମଧ୍ୟ ସେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି । ଗୋଟେ ସମୟ ଏପରି ଥିଲା ଯେବେ ରଜନୀ ବସ କଣ୍ଡକ୍ଟର ଓ କୁଲି କାମ କରୁଥିଲେ । ହେଲେ ନିଜ କଷ୍ଟ ଓ ସଂଘର୍ଷ ପାଇଁ ଆଜି ସେ ସାଉଥର ସବୁଠାରୁ ବଡ ଷ୍ଟାର ରୂପେ ପରିଚିତ । ବର୍ତ୍ତମାନ ସେ ଗୋଟେ ଫିଲ୍ମ ପାଇଁ ୫୦ କୋଟି ଟଙ୍କା ଚାର୍ଜ କରୁଛନ୍ତି ।

ସଂଜୟ ମିଶ୍ରା- ଚତୁର୍ଥ କଳାକାର ଙ୍କ ନାମ ହେଲା ସଂଜୟ ମିଶ୍ରା। ସଂଜୟ ମିଶ୍ରା ବଲିଉଡ ର ଜଣେ ଲୋକ ପ୍ରିୟ ଓ ପ୍ରସିଦ୍ଧ ହାସ୍ୟାଭିନେତା ସେ ନିଜର ନିଆରା ଅଭିନୟ ରେ ସମସ୍ତଙ୍କ ହୃଦୟ କୁ ଜିତି ପାରିଛନ୍ତି। କିନ୍ତୁ ଏ ମଧ୍ୟ ନିଜ ବାଲ୍ୟକାଳ ରେ ବହୁତ ଅଭାବ ଅନଟନ ଦେଖିଛନ୍ତି । ନିଜ ପେଟ ପୋଷିବା ପାଇଁ ହୋଟେଲ ରେ ବାସନ ମାଜିଛନ୍ତି। ଏବଂ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ଛନ୍ତି।

ମିଥୁନ ଚକ୍ରବତୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ମିଥୁନ ଚକ୍ରବତୀ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମିଥୁନ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ସଫଳତା ପାଇଛନ୍ତି । ହେଲେ ବନ୍ଧୁଗଣ ଏପରି ମଧ୍ୟ ସମୟ ଥିଲା ଯେବେ ମିଥୁନଙ୍କ ପାଖରେ ଖାଇବା ପାଇଁ ଟଙ୍କା ନଥିଲା । କିନ୍ତୁ ଆଜି ସେ ନିଜ ଅଭିନୟ ଦ୍ଵାରା ବଲିଉଡରେ ସଫଳତା ପାଇଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *