ବାହାଘର ର 2 ଦିନ ପରେ ଦୁଲହନ କହିଲା- “ମୁଁ କାନ୍ତା ବାଇ, ମୁଁ ତ ବାହାଘରରେ ରୁଟି ବନେଇବାକୁ ଆସିଥିଲି …”

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏମିତି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ମାମଲା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ମାମଲା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ଯୁବକ ୧୦ ଲକ୍ଷ ଟଙ୍କା କରଜରେ ନେଇ ବିବାହ କରିଥିଲା ।

ହେଲେ ଦୁଇ ଦିନ ପରେ ତାକୁ ଜଣା ପଡିଲା ଯେ, ସେ ଯେଉଁ ମହିଳା ସହ ବିବାହ କରିଛି ସେ ବିବାହରେ ରୁଟି ବନେଇବାର କାମ କରେ । ଏହା ବିଷୟରେ ଜାଣିବା ପରେ ଯୁବକ ଜଣକର ପାଦ ତଳୁ ମାଟି ଖସିଯାଇଥିଲା । ବନ୍ଧୁଗଣ ଏହି ମାମଲାଟି ହୋଇଛି ରାଜସ୍ଥାନ ରାଜ୍ୟର ଯୋଧପୁର ସ୍ଥିତ ମତୋଡା ଥାନା କ୍ଷେତ୍ରରେ । ପୀଡିତ ଯୁବକ ଜଣକ ବିବାହ ପାଇଁ ୧୦ ଲକ୍ଷ ଟଙ୍କା କରଜ ନେଇଥିଲା ।

ସେହି ଟଙ୍କା ଦ୍ଵାରା ସେ ନିଜ ସ୍ତ୍ରୀକୁ ଦୁଇ ତୋଲା ସୁନାର ମଙ୍ଗଳସୂତ୍ର, ଗୋଟେ ମୁଦି ଓ ୪୦ ତୋଲା ଚାନ୍ଦିର ଗହଣା ଦେଇଥିଲା । ଏହା ସହିତ ସେ ନିଜ ସ୍ତ୍ରୀକୁ ଏକ ନୂଆ ମୋବାଇଲ ଫୋନ ମଧ୍ୟ ଦେଇଥିଲା । ହେଲେ ଯେତେବେଳେ ବିବାହର ଦୁଇ ଦିନ ପରେ ସ୍ତ୍ରୀ ନିଜ ବାପ ଘରକୁ ଯାଇଥିଲା ସେତେବେଳେ ସେ ନୂଆ ମୋବାଇଲରେ ଫୋନ କରି କହିଲା- ‘ହେଲୋ, ମୁ କାନ୍ତା ବାଇ କହୁଛି । ଆପଣଙ୍କ ସହ ଧୋକା ହୋଇଛି । ମୁ ବିବାହରେ ରୁଟି ବନେଇବାର କାମ କରେ । ମୁ କେବଳ ୭ ଦିନ ପାଇଁ ନାଗୋର ଯାଇଥିଲି ଓ ଗଙ୍ଗା ସିଂହ ଧମକ ଦେବାରୁ ମୁ ବିବାହ କରିଥିଲି’ ।

ମହିଳା ଜଣକ ଅଗାକୁ କହିଲେ ଯେ, ତାଙ୍କୁ କାମ କରିବା ପାଇଁ ପ୍ରତିଦିନ ୧୦୦୦ ଟଙ୍କା ମିଳୁଥିଲା । ସେ ଏହି କାମ କରିବାକୁ ଚାହୁଁ ନଥିଲା ହେଲେ ତାକୁ ଧମକ ଦେଇ ଏହି କାମ କରା ଯାଇଥିଲା । ଏହି କଥା ଶୁଣିବା ପରେ ଯୁବକ ଜଣକ ବ୍ୟସ୍ତ ହୋଇଯାଇଥିଲା ଓ ସେ ବିବାହ କରେଇଥିବା ବ୍ୟକ୍ତି ଗଙ୍ଗା ସିଂହଙ୍କୁ ମଧ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ ।

ଗଙ୍ଗା ଯୁବକଙ୍କୁ କହିଥିଲା, ଝିଅଟି ବହୁତ ଗରିବ ଅଛି ତେଣୁ ଆପଣ ତାର ବିବାହ ଖର୍ଚ ଉଠେଇ ଦିଅନ୍ତୁ । ଏହା ସହିତ ଗଙ୍ଗା ସିଂହ କହିଥିଲା ଯେ, ଗାଁରେ ଏହି ବିବାହ କଥା କାହାକୁ କହିବନି ନଚେତ ସେମାନେ ଏହି ବିବାହକୁ ଭାଙ୍ଗି ଦେବେ । ହେଲେ ଯେତେବେଳେ ପୁଅ ବରଯାତ୍ରୀ ନେଇ ବିବାହ ସମାରୋହକୁ ଯାଇଥିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

କାରଣ ସେ ଯେଉଁ ଝିଅକୁ ପସନ୍ଦ କରିଥିଲା ସେ ସେହି ସ୍ଥାନରେ ନଥିଲା । ହେଲେ ଯୁବକ ଜଣକଙ୍କ ପାଖରେ ଆଉ କିଛି ରାସ୍ତା ନଥିବାରୁ ସେ ସେହି ମହିଳା ସହ ବିବାହ କରିଥିଲା କିନ୍ତୁ ପରେ ଜଣା ପଡିଲା ସେହି ମହିଳା ଜଣକ ବିବାହ ଆଦିରେ ରୁଟି ବନେଇବାର କାମ କରେ । ବନ୍ଧୁଗଣ ବର୍ତ୍ତମାନ ଯୁବକ ଜଣକ ଅସହାୟ ଅବସ୍ଥାରେ ପୋଲିସକୁ ମାମଲା ବିଷୟରେ ସୂଚନା ଦେଇଛି ଓ ପୋଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି ।

ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *