କଞ୍ଚା ଲଙ୍କା ଖାଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? କଣ ଆପଣ କଞ୍ଚା ଲଙ୍କା ଖାଆନ୍ତି ତେବେ ଏହାକୁ ନିଶ୍ଚୟ ଥରେ ପଢି ନିଅନ୍ତୁ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ କଞ୍ଚା ଲଙ୍କା ଖାଇବା ଦ୍ଵାରା କଣ ସବୁ ଉପକାର ମିଳିଥାଏ ଆଜି ଆପଣଙ୍କୁ ତାହା ଜଣାଇବୁ । କଞ୍ଚା ଲଙ୍କା ଖାଇବା ର ବହୁତ ଉପକାର ହୋଇଥାଏ । କିନ୍ତୁ କେଉଁ ସମୟରେ କେତେବେଳେ କାହାକୁ ଏହି କଞ୍ଚା ଲଙ୍କା ଖାଇବା ଉଚିତ ନୁହେଁ ତାହା ଜାଣିବା ନିହାତି ଦରକାର । ଆପଣ ସବୁ ଇଣ୍ଟରନେଟ ରୁ ଦେଖୁଥିବେ ଯେ କଞ୍ଚା ଲଙ୍କା ଖାଇବା ବହୁତ ଭଲ କିନ୍ତୁ ଆପଣ ଏହା ଜାଣିନାହାନ୍ତି ପୀତ ପ୍ରବୃତ୍ତି ଲୋକଙ୍କ ପାଇଁ ବହୁତ ଖରାପ ହୋଇଥାଏ ଏହା । ତେବେ ଏହାକୁ ଭଲରେ ପଢନ୍ତୁ କାରଣ ଏହାକୁ ଆମେ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗରିଦମ ରୁ ସବୁ ଜଣାଇବୁ ।

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି । ଏବେ ସମସ୍ତଙ୍କର ଦିନଚର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଗଲାଣି । ବର୍ତ୍ତମାନ ଆମର ଖାଇବା ପିଇବା ଆଦି ସବୁ କିଛି ପୁରା ଖରାପ ହୋଇଗଲାଣି । ଆଜିକାଲି ସବୁ ଯୁବ ପିଢି ଜଙ୍କ ଫୁଡ଼ ବହୁତ ଭାବରେ ଖାଉଛନ୍ତି । ଚାଓମିନ , ବର୍ଗର , ପିଜା , ସବୁ ବହାର ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି ।

ଆଜିକାଲି ତ ସବୁ ଯୁବ ପିଢି ଖରାପ ଖାଇବା ଖାଉଛନ୍ତି ତା ସହ ନିଜ ଶରୀର କୁ ମଧ୍ୟ ଠିକ ସେ ଆରାମ ଦେଉନାହାନ୍ତି । ଆମ ଆୟୁର୍ବେଦିକ ଗ୍ରନ୍ଥ ରେ ଲେଖା ହୋଇଛି କି ଯଦି ଆପଣ ରାତି ନଅ ଟାରୁ ଚାରିଟା ଯାଏ ସୋଇଯାଉଛନ୍ତି ତେବେ ଆପଣଙ୍କ ଶରୀର ପୁରା ଠିକ ରହିବ । କିନ୍ତୁ ଆଜିକାଲି ଲୋକଙ୍କ ଖାଇବା ଠିକ ନାହିଁ ଶୋଇବା ଉଠିବା ମଧ୍ୟ ଠିକ ନାହିଁ । ବ୍ୟାୟାମ ମଧ୍ୟ ଆଜିକାଲି କେହି କରୁ ନାହାନ୍ତି ।

ଆଗ କାଳ ରେ ଲୋକମାନେ ବହୁତ ଶାରୀରିକ ପରିଶ୍ରମ କରୁଥିଲେ । ଘର ର ରୋଷେଇ ବାହାର କ୍ଷେତ କାମ ଆଦି ସମସ୍ତ କାର୍ଯ୍ୟ କରିବା ସହ ସବୁଦିନ ବ୍ୟାୟାମ ମଧ୍ୟ କରୁଥିଲେ । ଆମର ପାଞ୍ଚ ତତ୍ତ୍ୱ ଭୂମି , ଆକାଶ , ଵାୟୁ , ପାଣି ଏବଂ ଅଗ୍ନି ଆଦି ଏହି ସମସ୍ତଙ୍କ ସହ ମିଳିମିଶି ରହୁଥିଲେ । ତେବେ ବନ୍ଧୁଗଣ ଆପଣ ପ୍ରଥମେ ଆପଣଙ୍କ ଦିନଚର୍ଯ୍ୟ କୁ ଠିକ ରେ ରଖନ୍ତୁ । ଏହା ଠିକ ରଖିବା ଦ୍ବାରା ଆପଣଙ୍କ ସବୁକିଛି ଠିକ ହୋଇଥାଏ ।

ଯେଉଁମାନଙ୍କୁ ବହୁତ ଶୀଘ୍ର ରାଗ ଆସି ଯାଇଥାଏ ଏବଂ ତାଙ୍କର ପେଟ ଜନିତ ରୋଗ ପୀତ ପ୍ରବୃତ୍ତି ଥାଏ ସେମାନଙ୍କୁ କଞ୍ଚା ଲଙ୍କା ଖାଇବା ପୁରା ବାରଣ ହୋଇଥାଏ । ଯାହାର ପୀତ ପ୍ରବୃତ୍ତି ବଢି ଯାଇଥାଏ ସେମାନେ କଞ୍ଚା ଲଙ୍କା କିମ୍ବା ଲଙ୍କା ଗୁଣ୍ଡ ଖାଇବା ସହ ମିଶାଇ ଖାଇବା ଉଚିତ ନୁହେଁ । ଆପଣଙ୍କ ଖାଇବା ରୁ ଏହାକୁ ଦୁରେଇ ରଖନ୍ତୁ । ଏବଂ ଯେଉଁମାନଙ୍କୁ ପାଇଲସ ଅଛି ସେମାନେ ମଧ୍ୟ ଏହା ଖାଇବା ଉଚିତ ନୁହେଁ ।

ଆୟୁର୍ବେଦିକ ରେ ସ୍ୱାତିକ ଭୋଜନ ଯାହାକୁ କୁହାଯାଇଥାଏ ସେଥିରେ କଞ୍ଚା ଲଙ୍କା ଯାଏନାହିଁ । ଯଦି ଆପଣ ଶାନ୍ତ ସରଳ ସ୍ଵଭାଵ ର ଚୁପଚାପ ରହିବାକୁ ପସନ୍ଦ କରନ୍ତି ତେବେ ଆପଣ ଆପଣଙ୍କ ଖାଇବାରେ କଞ୍ଚା ଲଙ୍କା ଖାଆନ୍ତୁ ନାହିଁ । ଆୟୁର୍ବେଦ ଅନୁସାରେ ନିଜ ଖାଇବା ରେ ସବୁବେଳେ ଦୁଇଟି କଞ୍ଚା ଲଙ୍କା ଖାଆନ୍ତୁ । ଯଦି ଆପଣ ଥଣ୍ଡା ସ୍ଥାନରେ ରହୁଛନ୍ତି ତେବେ କଞ୍ଚା ଲଙ୍କା ଖାଆନ୍ତୁ ଆପଣଙ୍କର ଯଦି କବଜ ର ଅସୁବିଧା ଅଛି ତେବେ କେବେ କେମିତି ଖାଇବେ ।

ଏହା ଆପଣଙ୍କ ପେଟ ସମସ୍ୟା କୁ ବି ଦୂର କରିଥାଏ । ଆପଣ ଏହାକୁ ଆପଣଙ୍କ କୌଣସି ସୁପ ରେ ମଧ୍ୟ ମିଶାଇ ଖାଇପାରିବେ । ଏହା ଥଣ୍ଡା , ଜ୍ୱର ଆଦି ସମସ୍ତ ପ୍ରକାର ରୋଗ କୁ ଦୂର କରିଥାଏ । ତେଣୁ କଞ୍ଚା ଲଙ୍କା ଏବଂ ଲଙ୍କା ଗୁଣ୍ଡ ର ପ୍ରୟୋଗ ଆପଣ ସବୁବେଳେ ଦେଖିକି କରନ୍ତୁ । ଏହା ଆପଣଙ୍କ ପାଇଁ ଯେତିକି ଭଲ ହୋଇଥାଏ ସେତିକି ଖରାପ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *