ନିର୍ବାଚନ ଜିତେଇ ଦେଲା ବୁଲଡୋଜର ! ଏମିତି କଣ କମାଲ କରିଦେଲା ବୁଲଡୋଜର…

ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ ଗୋଟେ ଖବର ବହୁତ ଚର୍ଚ୍ଚାରେ ରହିଛି । ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୟୁପିରେ ବିଜେପିକୁ ବିଜୟ ଆଣି ଦେଲା ବୁଲଡୋଜର । ୟୁପି ନିର୍ବାଚନରେ ବୁଲଡୋଜର ସାଜିଲା ‘ଏକ୍ସ’ ଫ୍ୟାକ୍ଟର ।

ବିରୋଧୀଙ୍କ କଟାକ୍ଷକୁ ନିର୍ବାଚନୀ ଅସ୍ତ୍ର କରିଦେଲେ ଯୋଗୀ । ନିର୍ବାଚନ ପ୍ରଚାର ବେଳେ ଯୋଡି ଆଦିତ୍ୟନାଥଙ୍କ ରାଲିକୁ ମାଡି ଆସୁଥିବା ଏହି ବୁଲଡୋଜରକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା । ଯେଉଁ ବୁଲଡୋଜରକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୁଲଡୋଜର ବାବା ବୋଲି କଟାକ୍ଷ କରୁଥିଲେ ସେହି ବୁଲଡୋଜର ଉତ୍ତର ପ୍ରଦେଶରେ ବିଜୟ ଆଣିଲା ବୋଲି ଚର୍ଚ୍ଚା ହେଉଛି ।

ଉତ୍ତର ପ୍ରଦେଶରେ କେମିତି ଷ୍ଟାର ପାଲଟିଗଲା ବୁଲଡୋଜର ତାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ବୁଲଡୋଜରକୁ କାହିଁକି ଅସ୍ତ୍ର ଭଳି ବ୍ୟବହାର କରିଲା ବିଜେପି । କେବଳ ଅଖିଳେଶ ଯାଦବ ଯୋଗୀ ଆଦିତ୍ୟନାଥଙ୍କୁ ବାବା ବୁଲଡୋଜର ବୋଲି କଟାକ୍ଷ କରୁଣାଥିଲେ ବରଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁବେଶ ମାଘେଲ ମଧ୍ୟ ବାବା ବୁଲଡୋଜର ନାଥ ବୋଲି କଟାକ୍ଷ କରୁଥିଲେ ।

ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିବା ପରେ ବଳପୂର୍ବକ ଜବର ଦଖଲ କରିଥିବା ମାଫିଆଙ୍କ ନିର୍ମାଣକୁ ବୁଲଡୋଜର ଚଢାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ଆଦିତ୍ୟନାଥ । ଏମିତି କି ନିର୍ବାଚନ ସଭାରେ ଯୋଗୀ ଆଦିତ୍ୟନାଥ କହିଥିଲେ, ଆମ ପାଖରେ ଏକ ବିଶେଷ ମେସିନ ଅଛି ଯାହାର ଉପଯୋଗ ଆମେ ଏକ୍ସପ୍ରେସ ୱେ ଏବଂ ରାଜମାର୍ଗ ନିର୍ମାଣରେ ବ୍ୟବହାର କରୁଛୁ । ଏହା ସହିତ ମାଫିଆଙ୍କୁ ତଡିବା ପାଇଁ ମଧ୍ୟ ଏହି ମେସିନର ବ୍ୟବହାର କରୁଛୁ ।

ବନ୍ଧୁଗଣ ଏହି ଭାଷଣ ପରେ ବିଜେପି କର୍ମୀ ମାନେ ସତ ସତିକା ବୁଲଡୋଜର ଗାଡି ଆଣି ବିଜେପି ରାଲିରେ ସାମିଲ ହୋଇଥିଲେ । କେବଳ ସେତିକି ନୁହେଁ ବିଜେପି ନିର୍ବାଚନୀ ସଭାରେ ବୁଲଡୋଜରକୁ ନେଇ ମଧ୍ୟ ନାରାବାଜି କରୁଥିଲେ ବିଜେପି ନେତା ଓ କର୍ମୀ । ଆଉ ଯେତେବେଳେ ନିର୍ବାଚନ ପରିଣାମ ଆସିଛି ଉତ୍ତର ପ୍ରଦେଶରେ ପୁଣି ଥରେ ବିଜେପି ସରକାର ଗଢିବାକୁ ଯାଉଥିବା ସ୍ପର୍ଷ୍ଟ ହୋଇଛି । ଐତିହାସିକ ବିଜୟ ସହ ଯୋଗୀ ଆଦିତ୍ୟନାଥ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *