ପିଲାବେଳେ ବାକିରେ ଖାଇଥିବା ବାଦାମ ପଇସା ଫେରେଇବା 11 ବର୍ଷ ପରେ ପାଇଁ ଆମେରିକାରୁ ଭାରତ ଆସିଲେ ଭାଇ-ଭଉଣୀ, କିନ୍ତୁ ସେହି ବାଦାମ ବିକାଳିଙ୍କର…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଖବରଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତ ଲୋକ ନିଜର ସ୍ଵାର୍ଥକୁ ଦେଖୁଛନ୍ତି । ଦୁନିଆରେ ମାନବିକତାର ଉଦାହରଣ ବହୁତ କମ ଦେଖିବାକୁ ମିଳୁଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଖବରଟି ମଧ୍ୟ ମାନବିକତାର ଏକ ଭଲ ଉଦାହରଣ ପାଲଟିଛି । ବନ୍ଧୁଗଣ ଦୁଇ ଭାଇ ଭଉଣୀ ପିଲା ଦିନରେ ନିଜ ବାପାଙ୍କ ସହ ଆନ୍ଧ୍ର ପ୍ରଦେଶ ବୁଲିବାକୁ ଯାଇଥିଲେ ।

ବୁଲିବା ବେଳେ ସେମାନେ ବାଦାମ ବାଲା ଠାରୁ ୨୫ ଟଙ୍କାର ବାଦାମ ଖାଇଥିଲେ ହେଲେ ବାପା ପର୍ସ ଭୁଲି ଯାଇଥିବାରୁ ସେମାନେ ବାକିରେ ବାଦାମ ଖାଇଥିଲେ । ଏହା ପରେ ସେମାନେ ଆମେରିକା ଚାଲି ଯାଇ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ କିନ୍ତୁ ବାଦାମ ବାଲା କଥା ଭୁଲି ନଥିଲେ । ସେହି ମାତ୍ର ୨୫ ଟଙ୍କା ଫେରାଇବାକୁ ଆମେରିକାରୁ ଭାରତ ଆସିଥିଲେ ଦୁଇ ଭାଇ ଭଉଣୀ ।

୨୦୧୦ ମସିହାରେ ନେମାନୀ ପ୍ରଣପ ଓ ତାଙ୍କ ଭଉଣୀ ଶୁଚିତା ବାପାଙ୍କ ସହ ଆନ୍ଧ୍ର ପ୍ରଦେଶ ବେଳାଭୂମିକୁ ବୁଲିବା ପାଇଁ ଯାଇଥିଲେ । ବୁଲିବା ବେଳେ ଭାଇ ଭଉଣୀଙ୍କୁ ବାଦାମ ଖାଇବାର ବହୁତ ଇଛା ହେଲା ସେଠାରେ ସତ୍ୟା ନାମକ ଜଣେ ବାଦାମ ବିକାଳିଙ୍କ ଠାରୁ ସେମାନେ ବାଦାମ କିଣି ଥିଲେ ହେଲେ ପକେଟରେ ପର୍ସ ନଥିଲା । ତାଙ୍କ ବାପା ପର୍ସ ଭୁଲି ଯାଇଥିଲେ ।

ପିଲା ମାନଙ୍କ ପାଇଁ ସେ ବାକିରେ ବାଦାମ ଆଣି ଥିଲେ ଓ କହିଥିଲେ ଖୁବ ଶୀଘ୍ର ଟଙ୍କା ଦେଇଦେବେ । ହେଲେ ବନ୍ଧୁଗଣ ତାଙ୍କ ବାପା ଏହି କଥା ରଖିପାରି ନଥିଲେ କାରଣ ମୋହନ ଜଣେ ଏନଆରଆଇ ଥିଲେ ଓ କିଛି ଦିନ ପରେ ତାଙ୍କୁ ଆମେରିକା ଫେରିଯିବାର ଥିଲା । କିନ୍ତୁ ବାପାଙ୍କ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଭାଇ ଭଉଣୀ ଆମେରିକାରୁ ଭାରତ ଆସିଥିଲେ ଓ ବାଦାମ ବିକାଳିକୁ ଖୋଜି ଖୋଜି ତାଙ୍କୁ ଟଙ୍କା ଫେରାଇ ଥିଲେ ।


ଦୀର୍ଘ ୧୧ ବର୍ଷ ପରେ ପ୍ରଣପ ଓ ଶୁଚିତା ଆନ୍ଧ୍ର ପ୍ରଦେଶ ଆସି ବିଧାୟକ ଚନ୍ଦ୍ର ଶେଖର ରେଡିଙ୍କ ସହାୟତା ନେଇ ବାଦାମ ବିକାଳିଙ୍କ ସନ୍ଧାନ ପାଇଥିଲେ । ବିଧାୟକ ପ୍ରଥମେ ଫେସବୁକରେ ଏହାର ସୂଚନା ଦେଇଥିଲେ ଓ ଏହା ପରେ ବାଦାମ ବିକାଳିଙ୍କ ସମ୍ପର୍କୀୟ ମାନେ ସେହି ସ୍ଥାନରେ ପହଞ୍ଚି ଥିଲେ ଏବଂ କହିଥିଲେ ସତ୍ୟା ଏହି ଦୁନିଆରେ ଆଉ ନାହାନ୍ତି । ଏହା ପରେ ପ୍ରଣପ ଓ ଶୁଚିତା ତାଙ୍କ ଘରକୁ ଯାଇ ୨୫ ଟଙ୍କା ଦେବା ବଦଳରେ ଦେଇଥିଲେ ୨୫ ହଜାର ଟଙ୍କା ।

Leave a Reply

Your email address will not be published. Required fields are marked *