ଏ ଯୁଗର ଶ୍ରବଣ କୁମାର ! ଲୋରିରେ 7km ଟାଣିଟାଣି ନେଲେ ମା’ର ଶବ, ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏହି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆର ବ୍ୟବହାରରେ ଅତି ସହଜରେ ଏହି ସବୁ ଖବର ବିଷୟରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟିକୁ ଦେଖିଲେ ଆପଣ ମାନଙ୍କୁ ପିଲା ଦିନର କଥା ମନେ ପଡିଯିବ ।

ହେଲେ ବନ୍ଧୁଗଣ ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନଙ୍କ ଆଖିରୁ ମଧ୍ୟ ଲୁହ ଝରିଯିବ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ଜଣେ ବ୍ୟକ୍ତି ହାତ ଟଣା କାଠ ଗାଡିକୁ ନେଇ ଯାଉ ଥିବାର ନଜର ଆସୁଛି ।

ବନ୍ଧୁଗଣ ଏହି ହାତ ଟଣା କାଠ ଗାଡି ଉପରେ ସେହି ବ୍ୟକ୍ତିର ମାଙ୍କ ଶବ ରହିଛି । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟର ଭରୌଚ ଆଙ୍କେଲସ୍ଵର ମଧ୍ୟରେ ଥିବା ରାସ୍ତା କଡ ନର୍ମଦା ନଦୀ କୂଳରେ । ଏହି କାଠ ଗାଡିରେ ଘୋଡାଇ ହୋଇ ରହିଛି ଜଣେ ବୃଦ୍ଧାଙ୍କ ମୃତ ଦେହ ଆଉ ଏହି ଗାଡିଟିକୁ ଟାଣୁ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୃତ ବୃଦ୍ଧାଙ୍କ ପୁଅ । ଏହି ଦୃଶ୍ୟ ଯିଏ ଦେଖିଲା ସେ ମନେ ପକାଇଲା ଶ୍ରବଣ କୁମାରଙ୍କ କଥା ।

ବନ୍ଧୁଗଣ ଏହି ଯୁବକ ଜଣକ ହେଉଛନ୍ତି ଜଣେ ମୁକ ଓ ବଧିର ମଣିଷ । ସେ ଭିକ ମାଗି ବଞ୍ଚୁ ଥିଲେ ଓ ତାଙ୍କ ମାଙ୍କୁ ଖାଇବାକୁ ଦେଉ ଥିଲେ । ଦିନକ ତଳେ ହଠାତ ମାଙ୍କ ମୃତ୍ୟୁ ହୋଇଥିଲା ବିଚରା ଯୁବକ ଜଣକ ଏହି କଥା କାହାକୁ କହିପାରିଲେ ନାହିଁ । କାରଣ ସେ ନିଜେ ମୁକ ଆଉ ବଧିର ସେ କଥା କହି ପାରନ୍ତି ନାହିଁ କି କିଛି ଶୁଣି ପାରନ୍ତି ନାହିଁ । ଯୁବକକୁ ଦେଖିଲେ ଲୋକମାନେ ତାକୁ ପାଗଳ ଭଳି ଭାବନ୍ତି ।

ଶେଷରେ ଉପାୟ ନପାଇ ଯୁବକ ଏକ କାଠ ଗାଡିରେ ନିଜ ମା ଶବକୁ ନେଇ ଶ୍ମଶାନରେ ପହଞ୍ଚି ଥିଲା । ଯୁବକ ଜଣକ ନିଜ ମାର ମୃତ ଦେହକୁ କାଠ ଗାଡିରେ ନେଇ ୭ କିଲୋମିଟର ଟାଣି ଟାଣି ନର୍ମଦା ନଦୀ କୁଳକୁ ନେଇ ଆସିଥିଲେ । ବାଟରେ ଯୁବକ ଯିବା ସମୟରେ କିଛି ଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ମାତ୍ର କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ସମାଜସେବୀ ମାନେ ପହଞ୍ଚି ଥିଲେ ।

 

ସମାଜସେବୀ ମାନେ ରୀତିନୀତି ଅନୁଯାଇ ବୃଦ୍ଧା ମାଙ୍କ ଶବ ସତ୍କାର କରେଇ ଥିଲେ । ଏହି ଖବରଟି ବର୍ତ୍ତମାନ ବହୁତ ଚର୍ଚାରେ ଅଛି ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *